ଖୁସି ହୋଇ ଗୁଳି ଚଳାଇଲେ ତାଲିବାନୀ, ଅନେକ ମହିଳା ଓ ଶିଶୁଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ଖୁସି ହୋଇ ଗୁଳି ଚଳାଇଲେ ତାଲିବାନୀ, ଅନେକ ମହିଳା ଓ ଶିଶୁଙ୍କ ମୃତ୍ୟୁ

କାବୁଲ: ନିଷ୍ଠୁର ତାଲିବାନୀଙ୍କ ଆଉ ଏକ ବର୍ବରତା ସାମ୍ନାକୁ ଆସିଛି। ତାଲିବାନ ପଞ୍ଜଶିର ଦଖଲ କରିବା ରିପୋର୍ଟ ପ୍ରକାଶ ପାଇବା କ୍ଷଣି କାବୁଲରେ ଥିବା ଏୟାର ସଦସ୍ୟମାନେ ଆଖୁବୁଜା ଗୁଳି ଚଳାଇ ଉତ୍ସବ ମନାଇଥିଲେ। ତେବେ ସେମାନଙ୍କର ଏପରି ବେପରୁଆ ଗୁଳି ଚାଳନା ଯୋଗୁ କାବୁଲରେ ମହିଳା ଓ ଶିଶୁଙ୍କ ସମେତ ଅନେକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି କିଛି ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି।

ତାଲିବାନ ଗୁଳିରେ ନିରୀହ ଲୋକ ପ୍ରାଣ ହରାଇଥିଲେ ହେଁ ଏଥିପାଇଁ ସଂଗଠନ ଦୁଃଖ ମଧ୍ୟ ପ୍ରକାଶ କରିନାହିଁ। ବରଂ ସଂଗଠନ ଏବେ ସରକାର ଗଠନ ପାଇଁ ପାଗ ଭିଡ଼ିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଶୁକ୍ରବାର ରାତିରେ ହଠାତ୍‌ ତାଲିବାନ ପଞ୍ଜଶିରକୁ ଦଖଲ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା।

ପଞ୍ଜଶିରରେ ଥିବା ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ହରାଇ ତାଲିବାନ ଆଫଗାନର ଶେଷ ପ୍ରଦେଶ କବଜା କରିଥିବା ଜଣାପଡ଼ିଥିଲା। ଏହି ଖବର ମିଳିବା ପରେ କାବୁଲରେ ଥିବା ତାଲିବାନୀ ଉତ୍ସବ ମନାଇବା ଆରମ୍ଭ କରିଥିଲେ। ସେମାନେ ଖୁସିରେ ଆତ୍ମବିଭୋର ହୋଇ ଶତାଧିକ ରାଉଣ୍ଡ ଗୁଳି ଚଳାଇଥିଲେ।


ଏହି ସମୟରେ ସ୍ଥାନୀୟ ଅଞ୍ଚଳର ନିରୀହ ଆଫଗାନଙ୍କ ସୁରକ୍ଷା କଥା ସେମାନେ ଆଦୌ ଭାବି ନଥିଲେ। ତାଲିବାନୀ ନିଜ ଇଚ୍ଛାରେ ଗୁଳି ମାଡ଼ କରିବାରୁ ଏହା ଅନେକ ଲୋକଙ୍କ ଦେହରେ ମାଡ଼ ହୋଇଥିଲା। ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଏବେ ବି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁଳିମାଡ଼ ଉତ୍ସବର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନ୍ୟପକ୍ଷରେ ତାଲିବାନ ପଞ୍ଜଶିର ଦଖଲ କରିଥିବା ଦାବି କରୁଥିଲେ ହେଁ ଏହାକୁ ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ଖଣ୍ଡନ କରିଛି। ତେବେ ପଞ୍ଜଶିରକୁ ନେଇ ଏବେ ବି ଛକାପଞ୍ଝା ଲାଗି ରହିଛି।

The post ଖୁସି ହୋଇ ଗୁଳି ଚଳାଇଲେ ତାଲିବାନୀ, ଅନେକ ମହିଳା ଓ ଶିଶୁଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3yDQIy0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages