ରାସ୍ତାରେ ଯାଉଥିଲେ ବ୍ୟକ୍ତି, ଗୋଡ଼ାଇ, ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 11, 2021

ରାସ୍ତାରେ ଯାଉଥିଲେ ବ୍ୟକ୍ତି, ଗୋଡ଼ାଇ, ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଦିନ ଦିପହରରେ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ ।  ଏପରି ଘଟଣା କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ମହିପାଳ ଛକରେ ଘଟିଥିବା ବେଳେ ଦୁର୍ବୃତ୍ତ ଫେରାର  ହୋଇଯାଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଭୀମ ଭୋରା ।

ଆକ୍ରମଣର ଭିଡିଓ ଭାଇରାଲ ହୋଇଥିବା ବେଳେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭାଇରାଲ ଭିଡିଓରେ ଦେଖାଯାଉଛି, ୪ ଜଣ ଦୁର୍ବୃତ୍ତ ରାସ୍ତାରେ ଭୀମ ଭୋରାଙ୍କୁ ଗୋଡେଇ ଗୋଡେଇ ଠେଙ୍ଗାରେ ପିଟିବା ସହ ମାରଣସ୍ତ୍ରରେ ଆକ୍ରମଣ କରିଥିଲେ। ଭୀମଙ୍କ ବେକ, ପିଠି ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସମ୍ପୃକ ବ୍ୟକ୍ତିଙ୍କୁ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଭୀମ ଜଣେ ଅଣଓଡ଼ିଆ ବ୍ୟକ୍ତି। ସେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରନ୍ତି।  ଗତକାଲି ସନ୍ଧ୍ୟା ପ୍ରାୟ ୫ ଟା ବେଳେ ୪ ଜଣ ଦୁର୍ବୃତ୍ତ ମହିପାଳ ଛକରେ ପହଂଚି ଭୀମଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ।   ପୁଲିସ୍‌  ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଆକ୍ରମଣକାରୀଙ୍କ ପତ୍ତା ପାଇପାରିନି।

The post ରାସ୍ତାରେ ଯାଉଥିଲେ ବ୍ୟକ୍ତି, ଗୋଡ଼ାଇ, ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ appeared first on Odisha Reporter.



from Odisha Reporter https://ift.tt/3z4rnNO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages