ଡେଲିଭରି ବୟଙ୍କୁ ଅପହରଣ; ମିଳିଲା ଚପଲ, ବ୍ୟାଗ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 11, 2021

ଡେଲିଭରି ବୟଙ୍କୁ ଅପହରଣ; ମିଳିଲା ଚପଲ, ବ୍ୟାଗ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ନଦୀବନ୍ଧ ରାସ୍ତାରୁ ଜଣେ ଡେଲିଭରି ଭୟଙ୍କ ଚପଲ, ବ୍ୟାଗ, ମନିପର୍ସ ଓ ଗଞ୍ଜି ମିଳିଥିବା ବେଳେ ତାଙ୍କର ପତ୍ତା ମିଳୁନାହିଁ। ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।

ଏହି ଡେଲିଭରି ବୟଙ୍କ ନାଁ ପତିତପାବନ ପୃଷ୍ଟି। ସେ ନୂଆଗାଁ ସ୍ଥିତ ବିଜୟ ବିହାରରେ ଭଡ଼ା ଘରେ ରହନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ଏକ ଭଏସ୍ ମେସେଜ୍‌ ଯୋଗେ ତାଙ୍କୁ ଅପହରଣ କରାଯାଇଥିବା ସୂଚନା ଦେଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଓ କିଭଳି ଭାବେ ତାଙ୍କୁ ଅପହରଣ କରାଯାଇଛି, ସେ ନେଇ କିଛି ସ୍ପଷ୍ଟ ହୋଇନି।

ଲିଙ୍ଗିପୁର ନଦୀବନ୍ଧ ରାସ୍ତାରେ ଯେଉଁଠି ପତିତପାବନଙ୍କ ଚପଲ, ବ୍ୟାଗ ଓ ମନିପର୍ସ ଆଦି ପଡ଼ିଛି ସେଠାରେ ତାଙ୍କ ପରିବାର ଲୋକଙ୍କ ସହିତ ପୁଲିସ୍ ବି ପହଞ୍ଚିଛି। ସେଠାରେ ଏକ ଛୁରୀ ମଧ୍ୟ ପଡ଼ିଛି। ପୁଲିସ୍‌ ଟଣାସ୍ଥଳରେ ଯାଞ୍ଚ କରୁଛି।

ଏହି ଘଟଣାକୁ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ସୂଚନାଯୋଗ୍ୟ, ପ୍ରାୟ ୧୦ ଦିନ ତଳେ ଭୁବନେଶ୍ୱରର ଜୟଦେବ ବିହାରର ବିଜୁପଟ୍ଟନାୟକ କଲେଜ ଛକ ନିକଟ ରାସ୍ତାକଡ଼ରୁ ଜଣେ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଜଗତସିଂହପୁର ଜିଲ୍ଲା ଲୋକ ହୋଇଥିବା ବେଳେ ପାଣ୍ଡରାରେ ରହି ଡେଲିଭରି ବୟ ଭାବେ କାମ କରୁଥିଲେ।

The post ଡେଲିଭରି ବୟଙ୍କୁ ଅପହରଣ; ମିଳିଲା ଚପଲ, ବ୍ୟାଗ୍‌ appeared first on Odisha Reporter.



from Odisha Reporter https://ift.tt/3BYt7tU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages