ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ରାଜଧାନୀରେ ଥିବା ଏକ ନାମୀଦାମୀ ବାର୍ । ରାଜଧାନୀ ଭୁବନେଶ୍ୱରର ଜନପଥରେ ଥିବା ମ୍ୟାଡ୍ ମୁଲ ବାର୍କୁ ସିଲ୍ କରିଛି ବିଏମ୍ସି। ନାଇଟ୍ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସାଉଥ୍ ଇଷ୍ଚ ଜୋନ୍ ଏବଂ ଖାରବେଳ ନଗର ଥାନା ପୁଲିସ୍ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାରକୁ ସିଲ୍ କରିଦିଆଯାଇଛି । ରାଜ୍ୟରେ ଏବେ ସବୁ ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ବାର୍ କର୍ତ୍ତୃପକ୍ଷ ଏହି ନିୟମ ଉଲ୍ଲଙ୍ଘନ କରିଥିଲେ। ବିଳମ୍ବିତ ରାତି ଯାଏ ବାର୍ ଚାଲିଥିଲା ନେଇ ଅଭିଯୋଗ ପାଇବା ପରେ ପୁଲିସ୍ ଚଢ଼ାଉ କରି ଏହାକୁ ସିଲ୍ କରିଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଏବେ ନିୟନ୍ତ୍ରୀତ ସ୍ଥିତିରେ ଥିବାରୁ କରୋନା କଟକଣାକୁ ବହୁ ମାତ୍ରାରେ କୋହଳ କରାଯାଇଛି। ଜୀବନ, ଜୀବୀକାକୁ ପ୍ରାଥମିକତା ଦିଆଯାଇଛି ସବୁ ଅନୁଷ୍ଠାନକୁ ପ୍ରାୟତଃ ଖୋଲିବାକୁ ଅନୁମତି ଦିଆଯାଇଛି। ଏପରିକି ରାତି ୧୦ଟା ଯାଏ ଦୋକାନ, ବଜାର ଖୋଲାଯିବ ବୋଲି କୁହାଯାଇଛି। ଏତେ କୋହଳ ହେବା ସତ୍ତ୍ୱେ ପୁନର୍ବାର ନିୟମ ଭଙ୍ଗ ହେବାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ୍।
The post ବାର୍ରେ ଜମିଥିଲା ଆସର, ପହଞ୍ଚିଗଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/3tvYs4g
No comments:
Post a Comment