ଘରଟିଏ କଲା ବେଳେ ଅନେକ ଲୋକ ବେଡ୍ ରୁମ୍ ଠାରୁ ଆରମ୍ଭ କରି ରୋଷେଇ ଓ ଠାକୁର ଘର ସୁଦ୍ଧା ବାସ୍ତୁ ଅନୁସାରେ କରିଥା’ନ୍ତି। ଏପରିକି ପାଇଖାନାକୁ ମଧ୍ୟ ବାସ୍ତୁ ଅନୁସାରେ କରାଯାଏ। କାରଣ ବାସ୍ତୁବିଦ୍ଙ୍କ ମତରେ ଘରେ ଭୁଲ୍ ସ୍ଥାନରେ ପାଇଖାନା ରହିଲେ ଅନେକ ସମସ୍ୟା ଦେଖାଦିଏ। ତା’ହେଲେ ଆସନ୍ତୁ ଜାଣିବା ପାଇଖାନା ଘରର କେଉଁ ସବୁ ସ୍ଥାନରେ ରହିବା ଉଚିତ୍ ନୁହେଁ। ତା’ସହିତ ଘରେ କେଉଁଠି ପାଇଖାନା କରିବା ଉଚିତ୍, ସେ ବିଷୟରେ ବି ଜାଣିବ। ବାସ୍ତୁବିଦ୍ ଡକ୍ଟର ମନୋଜ ଲେଙ୍କା ଏନେଇ କ’ଣ କହିଛନ୍ତି, ପଢ଼ନ୍ତୁ।
- ଘରର ଦ୍ୱାର ପଶ୍ଚିମକୁ ଥାଇ ନୈଋତ (ଦକ୍ଷିଣ-ପଶ୍ଚିମ) କୋଣରେ ପାଇଖାନା ଥିଲେ ଅପମାନଜନକ ସ୍ଥିତି ସୃଷ୍ଟି ହୋଇଥାଏ।
- ଉତ୍ତର ପାଖରେ ଦ୍ୱାର ଥାଇ ପାଇଖାନା ଥିଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ।
- ଗୃହରେ ପୂର୍ବ ଭାଗରେ ଦ୍ୱାର ସମ୍ମୁଖରେ ପାଇଖାନା ଥିଲେ ମାରତ୍ମକ ରୋଗ ହୋଇଥାଏ।
- ଗୃହରେ ଅଗ୍ନିକୋଣ (ଦକ୍ଷିଣ-ପୂର୍ବ)ରେ ପାଇଖାନା ଥିଲେ ଚାକିରି କ୍ଷେତ୍ରରେ ସମସ୍ୟା ଆସିଥାଏ।
- ଗୃହରେ ପ୍ରବେଶ ଦ୍ୱାରରେ ଶିଡ଼ି ଥିଲେ ଓ ଶିଡ଼ି ତଳେ ପାଇଖାନା ଥିଲେ ଗୃହର ସନ୍ତାନମାନେ ଲଜ୍ଜାଜନକ କାର୍ଯ୍ୟ କରିଥା’ନ୍ତି।
- ଗୃହରେ ଐଶାନ୍ୟ କୋଣ (ଉତ୍ତର-ପୂର୍ବ)ରେ ଶିଡ଼ି ଥିଲେ ମାନସିକ ଅବସାଦ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖା ଦେଇଥାଏ।
- ଗୃହରେ ଦକ୍ଷିଣ ଭାଗରେ ପାଇଖାନା ଥିଲେ ଛୁଆମାନେ ବିଦେଶ ଯାଇଥିଲେ ଘରକୁ ଫେରିବାକୁ ଇଚ୍ଛା ପ୍ରକାଶ କରିନଥା’ନ୍ତି।
- ପାଇଖାନାକୁ କେବଳ ଘରର ଉତ୍ତର-ପଶ୍ଚିମ ଦିଗରେ କରିବା ଉଚିତ୍।
The post ପାଇଖାନା କେଉଁ ଦିଗରେ ରହିବା ଉଚିତ୍? ଭୁଲ ଦିଗରେ ରହିଲେ କ’ଣ ହୁଏ ସମସ୍ୟା? appeared first on Odisha Reporter.
from Odisha Reporter https://ift.tt/3tBw8NH
No comments:
Post a Comment