ଜବତ ବିସ୍ଫୋରକ ଫୁଟି ଉଡ଼ିଗଲା ଥାନାର ଛାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 27, 2021

ଜବତ ବିସ୍ଫୋରକ ଫୁଟି ଉଡ଼ିଗଲା ଥାନାର ଛାତ

କୋଣାର୍କ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି। ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀ ଫୁଟି ଥାନାର ଛାତ ଉଡ଼ିଯାଇଛି। ସୌଭାଗ୍ୟ ବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ବିସ୍ଫୋରଣରେ  ଥାନାର ଛାତ ଉଡ଼ିଯିବା ସହ ସମସ୍ତ କାଗଜପତ୍ର ପୋଡ଼ିଯାଇଛି। ପୁରୀ ଏସ୍‌ପି ଖବର ପାଇବା ପରେ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନାଅନୁସାରେ, ବଳଙ୍ଗା ଥାନାର ମାଲଖାନାରେ ଜବତ ବିସ୍ଫୋରକ ସାମଗ୍ରୀ ଗୁଡ଼ିକ ରଖାଯାଇଥିଲା। ତେବେ ଗତକାଲି  ବିଳମ୍ବିତ ରାତିରେ ଏହି ବିସ୍ଫୋରଣ  ଘଟିଥିଲା। କେଉଁ କାରଣରୁ ବିସ୍ଫୋରଣ ହେଲା ସେ ନେଇ ସ୍ପଷ୍ଟ ହୋଇନାହିଁ।

The post ଜବତ ବିସ୍ଫୋରକ ଫୁଟି ଉଡ଼ିଗଲା ଥାନାର ଛାତ appeared first on Odisha Reporter.



from Odisha Reporter https://ift.tt/3CJ2vxw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages