ଟେଷ୍ଟ୍‌ କ୍ରିକେଟ୍‌ରୁ ମୋଇନ ଅଲ୍ଲୀଙ୍କ ଅବସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 27, 2021

ଟେଷ୍ଟ୍‌ କ୍ରିକେଟ୍‌ରୁ ମୋଇନ ଅଲ୍ଲୀଙ୍କ ଅବସର

ଲଣ୍ଡନ: ଇଂଲଣ୍ଡ କ୍ରିକେଟ୍ ଟିମ୍‌ର ଅଲ୍‌ରାଉଣ୍ଡର ମୋଇନ ଅଲ୍ଲୀ ଟେଷ୍ଟ୍ କ୍ରିକେଟ୍‌ରୁ ଅବସର ଘୋଷଣା କରଛନ୍ତି। ସୋମବାର ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ୍ ବୋର୍ଡ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

୨୦୧୪ରେ ଟେଷ୍ଟରେ ଡେବ୍ୟୁ କରିଥିଲେ ମୋଇନ୍‌। ସେ ତାଙ୍କ ଟେଷ୍ଟ କ୍ୟାରିୟରରେ ମୋଟ ୬୪ଟି ମ୍ୟାଚ୍ ଖେଳିଛନ୍ତି। ସେ ଶ୍ରୀଲଙ୍କା ବିରୋଧରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ଶେଷଥର ପାଇଁ ଚଳିତ ମାସରେ ସେ ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।

୬୪ଟି ଟେଷ୍ଟ୍ ମ୍ୟାଚ୍‌ରୁ ସେ ୨୮.୨୯ ହାରରେ ୨,୯୧୪ ରନ୍ କରିଛନ୍ତି। ଏହା ମଧ୍ୟରେ ରହିଛି ୫ଟି ଶତକ ଓ ୧୪ଟି ଅର୍ଦ୍ଧଶତକ। ସେହିଭଳି ଅଫ୍ ସ୍ପିନ୍ ବୋଲିଂ କରୁଥିବା ଅଲ୍ଲୀ ଟେଷ୍ଟରେ ୧୯୫ଟି ଓ୍ୱିକେଟ୍ ନେଇଛନ୍ତି। ଟେଷ୍ଟ୍ ବୋଲିଂରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୫୩ ରନ୍‌ରେ ୬ଟି ଓ୍ୱିକେଟ୍।

ଟେଷ୍ଟ ପୂର୍ବରୁ ସେ ୨୦୧୪ରେ ଇଂଲଣ୍ଡର ଦିନିକିଆ ଟିମ୍‌ରେ ସ୍ଥାନ ପାଇଥିଲେ। ଏହି ଫର୍ମାଟରେ ସେ ତାଙ୍କ ଖେଳ ଜାରି ରଖିବେ।

ଟେଷ୍ଟ୍‌ରୁ ଅବସର ଘୋଷଣା ଅବସରରେ ମୋଇନ ଅଲ୍ଲୀ କହିଛନ୍ତି, ମୋତେ ଏବେ ୩୪ ବର୍ଷ ହୋଇଛି। ମୁଁ ଚାହୁଁଛି ଯେତେଦିନ ପର୍ଯ୍ୟନ୍ତ ମୁଁ ଖେଳିପାରିବି ସେତେଦିନ ପର୍ଯ୍ୟନ୍ତ ଖେଳିବି। ମୁଁ ମୋ କ୍ରିକେଟ୍‌କୁ ଉପଭୋଗ କରିବାକୁ ଚାହୁଁଛି।

ସେ କହିଛନ୍ତି, ଟେଷ୍ଟ୍ କ୍ରିକେଟ୍ ବହୁତ ବଢ଼ିଆ। ଯେଉଁ ଦିନଟି ତୁମର ହୋଇଥିବ, ସେହିଦିନ ଟେଷ୍ଟ କ୍ରିକେଟ୍‌ରୁ ଯେଉଁ ଆନନ୍ଦ ମିଳେ, ତାହା ଅନ୍ୟ ଫର୍ମାଟ୍‌ରୁ ମିଳେ ନାହିଁ। ମୁଁ ଟେଷ୍ଟ୍ କ୍ରିକେଟ୍‌ରୁ ବହୁତ ଆନନ୍ଦ ପାଇଛି। ମୁଁ ଭାବୁଛି ମୁଁ ଯଥେଷ୍ଟ ଖେଳି ସାରିଛି। ଏଥିରେ ମୁଁ ଯାହା କରିଛି, ସେଥିରେ ବହୁତ ସନ୍ତୁଷ୍ଟ ଅଛି।

ଏହା ସହିତ ମୋଇନ ଅଲ୍ଲୀ ତାଙ୍କ ଟେଷ୍ଟ କ୍ୟାରିୟରରେ ତାଙ୍କୁ ସହଯୋଗ କରିଥିବା ସମସ୍ତ କୋଚ୍ ଓ ଅଧିନାୟକମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

ସେ କହିଛନ୍ତି, ମୋ ବାପାମା’ ମୋ ପାଇଁ ପ୍ରଥମ। ତାଙ୍କ ସମର୍ଥନ ବିନା ମୁଁ ଏସବୁ ଆଦୌ କରିପାରି ନଥା’ନ୍ତି। ମୁଁ ମୋର ସମସ୍ତ ମ୍ୟାଚ୍ ସେମାନଙ୍କ ପାଇଁ ଖେଳିଛି। ମୁଁ ଜାଣେ ସେମାନେ ମୋ ପାଇଁ ଗର୍ବ ଅନୁଭବ କରନ୍ତି। ମୋ ଖରାପ ସମୟରେ ମୋ ଭାଇ ଓ ଭଉଣୀମାନେ ମୋ ସହିତ ରହିଛନ୍ତି। ମୋ ପତ୍ନୀ ମଧ୍ୟ ମୋ ପାଇଁ ଅନେକ କିଛି ତ୍ୟାଗ କରିଛନ୍ତି। ଏ ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ।

ସୂଚନାଯୋଗ୍ୟ, ମୋଇନ୍ ଅଲ୍ଲୀ ଚଳିତ ଆଇପିଏଲ୍‌ରେ ଚେନ୍ନାଇ ପକ୍ଷରୁ ଖେଳୁଛନ୍ତି।

The post ଟେଷ୍ଟ୍‌ କ୍ରିକେଟ୍‌ରୁ ମୋଇନ ଅଲ୍ଲୀଙ୍କ ଅବସର appeared first on Odisha Reporter.



from Odisha Reporter https://ift.tt/3kJeB3k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages