ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବୁର୍ଲା ଭିସୁଟ ପରିସରରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା। । ଏହି ଅଭିଯୋଗ ଆଧାରରେ ସମୁଦାୟ ୧୨ ଛାତ୍ରଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ ଏବଂ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ଏକ ବର୍ଷ ପାଇଁ ବହିଷ୍କାର କରାଯାଇଛି । ବିଶ୍ୱ ବିଦ୍ୟାଳୟ ଶୃଙ୍ଖଳା କମିଟି ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୨୨ ତାରିଖ ରାତିରେ ଭିସୁଟର ପୁଲହ ହଷ୍ଟେଲର ଜଣେ ଛାତ୍ରଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାର ସମାଧାନ ପାଇଁ ଶୃଙ୍ଖଳା କମିଟି ବୈଠକ ବସିଥିବା ବେଳେ ଏଥିରେ ରେଜିଷ୍ଟ୍ରାରଙ୍କ ସହ ୩୧ ଜଣ ପ୍ରଫେସର ଉପସ୍ଥିତ ଥିଲେ। କୁଳପତି ଓ ପୀଡିତ ଛାତ୍ର ମଧ୍ୟ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ ।
ବୈଠକରେ ଉଭୟ ପକ୍ଷ ଛାତ୍ରଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା। ଏହାପରେ ଅଭିଯୁକ୍ତ ଛାତ୍ରମାନେ ମାଡ ମାରିଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ। ଶୃଙ୍ଖଳା କମିଟି ଦେଇଥିବା ରିପୋର୍ଟରେ ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ ନେଇ ଛାତ୍ରଙ୍କୁ ମାଡ ମରାଯାଇଥିବା ଉଲ୍ଲେଖ ରହିଛି ।
ଏହାପରେ ବିଶ୍ୱ ବିଦ୍ୟାଳୟ ଶୃଙ୍ଖଳା କମିଟି ଅଭିଯୁକ୍ତଙ୍କ ଛାତ୍ରଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
The post ବହିଷ୍କାର ହେଲେ ଭିସୁଟର ୧୨ ଛାତ୍ର, ଆସିଲା ଏପରି ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3im4Kim
No comments:
Post a Comment