ପିପିଲି ଉପନିର୍ବାଚନ: ଭୋଟ୍ ଗ୍ରହଣ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 29, 2021

ପିପିଲି ଉପନିର୍ବାଚନ: ଭୋଟ୍ ଗ୍ରହଣ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍‌ ଗ୍ରହଣ। କୋଭିଡ୍‌ ଗାଇଡ୍‌ଲାଇନ୍ ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ଏହା ସନ୍ଧ୍ୟା ୬ଟା ଯାଏଁ ଚାଲିବ। ସକାଳୁ ସକାଳୁ ଭୋଟରମାନେ ବିଭିନ୍ନ ବୁଥ୍‌ରେ ଧାଡ଼ିରେ ଛିଡ଼ା ହୋଇ ସେମାନଙ୍କ ମତ ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଛି।

ଏହି ଉପନିର୍ବାଚନ ପାଇଁ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଥିପାଇଁ ୩୪୮ଟି ବୁଥ୍ କରାଯାଇଛି।
୩୪୮ଟି ବୁଥ୍‌ ମଧ୍ୟରୁ ୨୦୧ଟି ସମ୍ବେଦଶୀଳ ରହିଛି। କୌଣସି ପ୍ରକାର ଗଡ଼ବଡ଼କୁ ରୋକିବା ପାଇଁ ଏହି ସମ୍ବେଦନଶୀଳ ବୁଥ୍ ଗୁଡ଼ିକ ମଧ୍ୟରୁ ୧୭୫ଟିରେ ୱେବ୍‌କାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି। ସେହିପରି ୨୩ଟି ବୁଥ୍‌ରେ ମାଇକ୍ରୋ ଅବଜରଭର୍ ମୁତୟନ ହୋଇଛନ୍ତି।

ସମସ୍ତ ବୁଥ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୁଇ ହଜାରରୁ ଅଧିକ ପୁଲିସ୍ ଫୋର୍ସଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ୩ କମ୍ପାନୀ ବିଏସ୍‌ଏଫ୍ ଅଛନ୍ତି। ସେହିପରି ଭୋଟ୍‌ ଗ୍ରହଣ କାର୍ଯ୍ୟରେ ୨୨୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ବିଜେଡି ପକ୍ଷରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହରାଥୀ ଏଠାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ମାସରେ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଥିଲା। ଏହା ପରେ ଗତ ଏପ୍ରିଲ ମାସରେ ଏଠାରେ ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ଏପ୍ରିଲ୍ ୧୭ ତାରିଖରେ ଭୋଟ୍ ଗ୍ରହଣ ହୋଇଥା’ନ୍ତା। କିନ୍ତୁ ତା’ର ତିନି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନାରେ ମୃତ୍ୟୁ ହୋଇଯିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହା ପରେ ମେ’ ମାସରେ ଉପନିର୍ବାଚନ କରିବାକୁ ତାରିଖ ଘୋଷଣା କରାଯାଇଥିଲା। କିନ୍ତୁ କରୋନା ଯୋଗୁ ଏହାକୁ ପୁଣି ସ୍ଥଗିତ ରଖାଯାଇଥିଲା।

The post ପିପିଲି ଉପନିର୍ବାଚନ: ଭୋଟ୍ ଗ୍ରହଣ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/3AVlfJH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages