ପଞ୍ଜାବ ହଟଚମଟ, ଫ୍ଲୋରଟେଷ୍ଟ ଦାବି କଲେ ଅମରିନ୍ଦର କ୍ୟାମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 28, 2021

ପଞ୍ଜାବ ହଟଚମଟ, ଫ୍ଲୋରଟେଷ୍ଟ ଦାବି କଲେ ଅମରିନ୍ଦର କ୍ୟାମ୍ପ

ଚଣ୍ଡିଗଡ: ପଞ୍ଜାବ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଜାରି ରହିଛି ହଟଚମଟ। ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ କଂଗ୍ରେସରେ ଥମୁନି କନ୍ଦଳ। ନବଜୋତ ସିଂହ ସିଦ୍ଧୁ ଗତକାଲି ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତପା ଦେବା ପରେ ପଛକୁ ପଛକୁ ଅନେକ ନେତା ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ଅମରିନ୍ଦର କ୍ୟାମ୍ପ ଫ୍ଲୋର ଟେଷ୍ଟ ଦାବି କରିଛି।

ସିଦ୍ଧୁଙ୍କ ଇସ୍ତଫା ପରେ ଅନେକ ନେତା ସେମାନଙ୍କ ପଦରୁ ଇସ୍ତଫା ଦେବା ଆରମ୍ଭ କରିଛନ୍ତି। ଏହା ଦେଖି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସମର୍ଥନରେ ଥିବା କଂଗ୍ରେସ ବିଧାୟକମାନେ ଫ୍ଲୋର ଟେଷ୍ଟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଗତକାଲି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେଇଥିଲେ। ଏହା ପରେ ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ରଜିଆ ସୁଲତାନା ମଧ୍ୟ ଇସ୍ତଫା ଦେଇଥିଲେ। ରଜିଆ ସୁଲତାନା ଜଳ ଯୋଗାଣ, ମହିଳା ଏବଂ ଶିଶୁ ବିକାଶ ବିଭାଗର ଦାୟିତ୍ୱ ସମ୍ଭାଳୁଥିଲେ। ସେହିପରି ସୁଲତାନା ଓ ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସର ସାଧାରଣ ସମ୍ପାଦକ ଯୋଗିନ୍ଦର ଧିଙ୍ଗରା ଏବଂ ପଞ୍ଜାବ କଂଗ୍ରେସର କୋଷାଧ୍ୟକ୍ଷ ଗୁଲଜର ଇନ୍ଦର ଚହଲ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ।

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହିଛନ୍ତି ‘ସେ ଏପର୍ଯ୍ୟନ୍ତ କିଛି ଜାଣିନାହାଁନ୍ତି। ଯଦି ସିଦ୍ଧୁ ରାଗିଛନ୍ତି ତେବେ ତାଙ୍କ ସହ କଥା ହେବେ। ସିଦ୍ଧୁ ଆମର ଅଧ୍ୟକ୍ଷ ଏବଂ ସେ ଜଣେ ଭଲ ନେତା। ମୋର ତାଙ୍କ ଉପରେ କୌଣସି ଅସନ୍ତୋଷ ନାହିଁ।’

ସେପଟେ ସିଦ୍ଧୁଙ୍କ ଇସ୍ତଫା ପତ୍ରକୁ ଏଯାଏଁ କଂଗ୍ରେସ ହାଇକମାଣ୍ଡ ସ୍ୱୀକାର କରି ନାହାନ୍ତି। ତାଙ୍କୁ ନେଇ ୱେଟ୍‌ ଆଣ୍ଡ ୱାଚ୍‌ ନୀତି ଆପଣାଇଛନ୍ତି। ଉକ୍ତ ମାମଲା ନିଜ ସ୍ତରରେ ସମାଧାନ କରିବାକୁ ହାଇକମାଣ୍ଡ ରାଜ୍ୟ ନେତୃବୃନ୍ଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

The post ପଞ୍ଜାବ ହଟଚମଟ, ଫ୍ଲୋରଟେଷ୍ଟ ଦାବି କଲେ ଅମରିନ୍ଦର କ୍ୟାମ୍ପ appeared first on Odisha Reporter.



from Odisha Reporter https://ift.tt/3maXqHp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages