ଅବକାରୀ କର୍ମଚାରୀଙ୍କୁ ଦେଖି ନଦୀକୁ ଡେଇଁ ପଡ଼ିଲେ ଯୁବକ, ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 20, 2021

ଅବକାରୀ କର୍ମଚାରୀଙ୍କୁ ଦେଖି ନଦୀକୁ ଡେଇଁ ପଡ଼ିଲେ ଯୁବକ, ମିଳିଲା ମୃତଦେହ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଅବକାରୀ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଯିବା ଡରରେ ଗତକାଲି ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ଯୁବକଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହେଲା। ମୃତ ଯୁବକଜଣକ ହେଲେ ସପନ ମାଝୀ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁରେ ।

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ୪ ଜଣ ଦେଶୀ ମଦ ବ୍ୟବସାୟୀ ବାଇକ୍‌ରେ ମଦ ନେଇ ଯାଉଥିବା  ଅବକାରୀ ବିଭାଗ  ଖବର ପାଇଥିଲା। ଏହାପରେ ବିଭାଗୀୟ କର୍ମଚାରୀ ସେମାନଙ୍କ ପିଛା କରି  ୩ ଜଣଙ୍କୁ କାବୁ କରିଥିଲେ। ହେଲେ ସପନ ମାଝି ଗାଡ଼ି ରଖି ନିକଟରେ ଥିବା କଣ୍ଟିଆଚିରା ନଦୀକୁ ଡେଇଁ ପଡ଼ିଥିଲେ।

ଗତକାଲି ଦମକଳ ବାହିନୀ ଓ ଓଡ୍ରାଫ ଟିମ୍‌ ବହୁ ଖୋଜାଖୋଜି ପରେ ବି ନିଖୋଜ ଯୁବକର ପତ୍ତା ପାଇ ନ ଥିଲେ। ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବା ପରେ ତାଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ ଅବକାରୀ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

The post ଅବକାରୀ କର୍ମଚାରୀଙ୍କୁ ଦେଖି ନଦୀକୁ ଡେଇଁ ପଡ଼ିଲେ ଯୁବକ, ମିଳିଲା ମୃତଦେହ appeared first on Odisha Reporter.



from Odisha Reporter https://ift.tt/3nQrBWS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages