ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ, ବନ୍ଧା ହେଲେ ଯନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 20, 2021

ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ, ବନ୍ଧା ହେଲେ ଯନ୍ତ୍ରୀ

ସୋନପୁର (ରବୀନ୍ଦ୍ର ହୋତା): ଜଣେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ୍‌ ୨ ଜଣଙ୍କୁ ବାନ୍ଧିଛି। ଗିରଫ ୨ ଜଣଙ୍କ ମଧ୍ୟରେ ଜଣେ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଥିବା ଜଣାଯାଇଛି। ଏପରି ଲଜ୍ଜାଜନକ ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି। ଗିରଫ ୨ ଜଣ ହେଲେ ଗଣେଶ ସାହୁ ଏବଂ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଶଶିକାନ୍ତ ସେଠୀ ।

ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ଘର ବୀରମହାରାଜପୁର ଥାନା ଅଞ୍ଚଳରେ । ହେଲେ ସେ ଦୀର୍ଘ ଦିନ ହେଲା ସ୍ୱଧାର ଗୃହରେ ଆଶ୍ରୟ ନେଇଥିଲେ।  ଗତ ରବିବାର ସେ ଏକୁଟିଆ ସମ୍ବଲପୁର ଯାଉଥିଲେ। ଏହାର ସୁଯୋଗ ନେଇ ଶଶିକାନ୍ତ ଓ  ଗଣେଶ ତାଙ୍କୁ ପ୍ରଲୋଭିତ କରି ନେଇ ଯାଇଥିଲେ। ଏହାପରେ ସେମାନେ ଯୁବତୀଙ୍କୁ ନିଶା ଦେଇ ଏକ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅତ୍ୟଧିକ ନିଶାରୁ ଯୁବତୀ ଜଣଙ୍କ ଘରୁ ପଦାକୁ ଆସି ହଙ୍ଗାମା କରିବା ପରେ ପୁଲିସ୍‌ ଖବର ପାଇ ରାସ୍ତାରୁ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସୁସ୍ଥ ହେବା ପରେ ପୀଡ଼ିତାଙ୍କ ବୟାନକୁ ରେକର୍ଡ କରିବା ସହ ପୁଲିସ୍‌ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

The post ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ, ବନ୍ଧା ହେଲେ ଯନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3nOBrss

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages