କଟକ (ଓଡ଼ିଶା ରିପୋର୍ଟର): କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ମାନିବା ପାଇଁ ସର୍ବସମ୍ମତି କ୍ରମେ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ୪ ଫୁଟ୍ ଉଚ୍ଚତା ଭିତରେ ମୂର୍ତ୍ତି ତିଆରି କରି ମା’ଙ୍କ ପୂଜା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ହାଇକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇଛୁ। ସରକାର ଜାରି କରି ଥିବା ଏସଓପି ଅନୁସାରେ ପୂଜା କରାଯିବ।
ହାଇକୋର୍ଟରୁ ବାଲୁବଜାର ପୂଜା କମିଟିକୁ ଝଟକା ମିଳିବାର ପରେ ସହରର ପୂଜା କମିଟି ଏବଂ ଶାନ୍ତି କମିଟି ପକ୍ଷରୁ ଗତକାଲି ଆଭ୍ୟନ୍ତରୀଣ ବୈଠକ ବସିଥିଲା। କେତେକ ପୂଜା ମଣ୍ଡପ କର୍ମକର୍ତ୍ତା ଶାନ୍ତି କମିଟି ବୈଠକରେ ଅସନ୍ତୋଷ ଜାହିର କରିବା ସହ ଘଟପୂଜା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଆଉ କିଛି ପୂଜା କମିଟି ୪ ଫୁଟ ମୂର୍ତ୍ତି ତିଆରି କରି ପୂଜା କରିବାକୁ ନିଷ୍ପତ୍ତି ନେଇଥିଲେ।
ସୂଚନାଯୋଗ୍ୟ, କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦେଖି ରାଜ୍ୟ ସରକାର ପାର୍ବଣ ଗାଇଡ୍ଲାଇନ୍ ଜାରି କରିଥିଲେ। ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ସୀମିତ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ଏପରି ନିଷ୍ପତ୍ତି ହାସ୍ୟାସ୍ପଦ ବୋଲି ବିଭିନ୍ନ ପୂଜା କମିଟି ସଦସ୍ୟ ଓ ବିରୋଧୀ କଂଗ୍ରେସ ଏବଂ ବିଜେପି କହିଥିଲେ। କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତାକୁ ବଢ଼ାଇବା ପାଇଁ ୧୩ ତାରିଖରେ କଟକ ବନ୍ଦ ଡାକରା ଦେଇଥିଲା ବିଜେପି।
The post ମୂର୍ତ୍ତି ଉଚ୍ଚତା ବିବାଦର ହେଲା ଅନ୍ତ appeared first on Odisha Reporter.
from Odisha Reporter https://ift.tt/2XsJoZl
No comments:
Post a Comment