ଲକ୍ଷ୍ନୌ: ପ୍ରିୟଙ୍କା ଗାନ୍ଧି ଭଦ୍ରା ହେବେ କି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପିକୁ କଡ଼ା ଟକ୍କର ଦେବାକୁ କଂଗ୍ରେସ ପ୍ରିୟଙ୍କାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ କରୁଛି କି ମାନସ ମନ୍ଥନ? ଶନିବାର ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ୍ଦ ଦେଇଥିବା ମନ୍ତବ୍ୟ ପରେ ଉଠିଛି ଏଭଳି ପ୍ରଶ୍ନ।
ଗତକାଲି ପ୍ରୟାଗରାଜରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସଲମାନ ଖୁର୍ସିଦ୍ଦ କହିଥିଲେ, କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନେତୃତ୍ୱରେ ଦଳ ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବ। ତେବେ ସେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି ନାହିଁ, ସେ ନିଷ୍ପତ୍ତି ସେ ନିଜେ ନେବେ।
ସେହିଭଳି କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ଚର୍ଚ୍ଚା ସଂପର୍କରେ ମଧ୍ୟ ସେ ନିଜ ପ୍ରତିକ୍ରିୟା ଦେଇଥିଲେ। ସଲମାନ ଖୁର୍ସିଦ୍ଦ କହିଥିଲେ, ଆମର ଜଣେ ଅଧ୍ୟକ୍ଷ ଅଛନ୍ତି। ଆମେ ଆଉ ଜଣେ ଅଧ୍ୟକ୍ଷ ଚାହୁଁନାହୁଁ। ଆମ ଅଧ୍ୟକ୍ଷଙ୍କ ଉପରେ ଆମେ ପୂରା ସନ୍ତୁଷ୍ଟ। ତେବେ ଲାଗୁଛି ବାହାର ଲୋକମାନେ ତାଙ୍କୁ ନେଇ ଖୁସି ନୁହଁନ୍ତି।
ଅନ୍ୟପକ୍ଷରେ ଶନିବାର କଂଗ୍ରେସର ସୋଶାଲ୍ ମିଡିଆ ଟିମ୍ ସର୍ବସମ୍ମିତି କ୍ରମେ ଏକ ସଂକଳ୍ପ ପାରିତ କରିଛି, ଯେଉଁଥିରେ ରାହୁଲ ଗାନ୍ଧିଙ୍କୁ ଦଳର ଅଧ୍ୟକ୍ଷ କରାଯାଉ ବୋଲି ଦାବି ହୋଇଛି। ଏହା ପୂର୍ବରୁ ଦିଲ୍ଲୀ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଏହି ସମାନ ପ୍ରକାରର ସଙ୍କଳ୍ପ ପାରିତ ହୋଇଥିଲା।
ସୂଚନାଯୋଗ୍ୟ, ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ବିଜୟ ମିଳିଥିଲା। ଦଳ ୩୧୨ଟି ଆସନ ଜିତି ଥିଲା। ଅନ୍ୟପକ୍ଷରେ ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ କଂଗ୍ରେସ ମାତ୍ର ୭ଟି ଆସନ ଜିତିବାରେ ସଫଳ ହୋଇଥିଲା। ସମାଜବାଦୀ ପାର୍ଟି ୪୭ଟି ଓ ବହୁଜନ ସମାଜବାଦୀ ପାର୍ଟି ୧୯ଟି ଆସନ ଜିତିଥିଲେ।
The post ପ୍ରିୟଙ୍କା ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ! appeared first on Odisha Reporter.
from Odisha Reporter https://ift.tt/3nQsuif
No comments:
Post a Comment