‘ମୋବାଇଲ ଦେ’ ବୋଲି ସାମ୍ବାଦିକଙ୍କୁ ଧମକାଇଲେ, ନ ଦେବାରୁ ଲୁହା ରଡ଼ରେ ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 30, 2021

‘ମୋବାଇଲ ଦେ’ ବୋଲି ସାମ୍ବାଦିକଙ୍କୁ ଧମକାଇଲେ, ନ ଦେବାରୁ ଲୁହା ରଡ଼ରେ ପିଟିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମୋବାଇଲ ଦେ, ମୋବାଇଲ ଦେ’ ବୋଲି ଧମକାଇଲେ। ମାତ୍ର ବ୍ୟକ୍ତିଜଣକ ମୋବାଇଲ ନ ଦେବାରୁ ୨ ଯୁବକ ତାଙ୍କୁ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାଜଧାନୀର  ଶତାଦ୍ଦି ନଗର ଅଞ୍ଚଳରେ ଆଜି ସକାଳୁ ସକାଳୁ ଏଭଳି ଆକ୍ରମଣ ଘଟିଥିବା ବେଳେ ଏହାର ଶିକାର ହୋଇଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ । ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକଙ୍କ ନାଁ  ସତ୍ୟ ରଞ୍ଜନ ଭଞ୍ଜ ହୋଇଥିବା ବେଳେ ସେ ଏକ ଖବରକାଗଜରେ ପଶ୍ଚିମ ଓଡ଼ିଶା ମୁଖ୍ୟ ଭାବେ କାମ କରୁଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସତ୍ୟ ରଞ୍ଜନଙ୍କ ଭାଇଙ୍କ କହିବାନୁଯାୟୀ,  ପରିବାର ସହ ସତ୍ୟ ରଞ୍ଜନ  ଶତାଦ୍ଦି ନଗର ଅଞ୍ଚଳରେ ରହୁଛନ୍ତି। ଆଜି ସକାଳେ ସେ  ମର୍ଣ୍ଣି ୱାକ କରିବାକୁ ଯାଇଥିଲେ।  ଘରଠୁ ମାତ୍ର ୫ଶହ ମିଟର ଦୂରରେ ଥିବା ବେଳେ ୨ ଯୁବକ ଏକ ବାଇକ୍‌ରେ ତାଙ୍କ ପିଛା କରି ଆସିଲେ। ତାଙ୍କ ନିକଟରେ ଗାଡ଼ି ଅଟକାଇ ମୋବାଇଲ ଦେ ବୋଲି ଧମକାଇଥିଲେ। ମାତ୍ର ସତ୍ୟରଞ୍ଜନ ପ୍ରତିବାଦ କରିବାକୁ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ଉକ୍ତ ୨ ଯୁବକ ସାଙ୍ଗରେ ଆଣିଥିବା ଏକ ଲୁହା ରଡ଼ରେ ସତ୍ୟ ରଞ୍ଜନଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସେମାନେ ମୋବାଇଲ ନେଇ ଫେରାର ହୋଇ  ଯାଇଥିଲେ। ଖବର ପାଇ ପରିବାର ଲୋକ ସତ୍ୟରଞ୍ଜନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି  । ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା  ସତ୍ୟଙ୍କ ଭାଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ଖୋଦ ରାଜଧାନୀରେ  ପାଟ୍ରୋଲିଂ ବ୍ୟବସ୍ଥା ଢିଲାକୁ ନେଇ ସବୁବେଳେ ଅଭିଯୋଗ ହୋଇ ଆସୁଥିବା ବେଳେ ଏହାର ସୁଯୋଗ ନେଇ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ରାତିରେ ବାହାରକୁ ବାହାରିବାକୁ ଲୋକେ ସୁରକ୍ଷିତ ମଣୁ ନ ଥିବା ବେଳେ ଦିନରେ ବି ମରଣାତ୍ମକ ଆକ୍ରମଣର ଶିକାର ହେଉଛନ୍ତି।

The post ‘ମୋବାଇଲ ଦେ’ ବୋଲି ସାମ୍ବାଦିକଙ୍କୁ ଧମକାଇଲେ, ନ ଦେବାରୁ ଲୁହା ରଡ଼ରେ ପିଟିଲେ appeared first on Odisha Reporter.



from Odisha Reporter https://ift.tt/3uuKX56

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages