ନୂଆଦିଲ୍ଲୀ: ପ୍ରକାଶ ପାଇଛି ୟୁପିଏସସି ୨୦୨୦ ପରୀକ୍ଷା ଫଳ। ବିହାର କାଟିହରର ଶୁଭମ କୁମାର ହୋଇଛନ୍ତି ଟପ୍ପର। ଇଂଜିନିଅରରୁ ସେ ବନିଛନ୍ତି ଆଇଏଏସ୍। ଜାଗୃତି ଅୱସ୍ତି ଏବଂ ଅଙ୍କିତା ଜୈନ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୧୯ ବର୍ଷ ପରେ ବିହାରରୁ ଶୁଭମ ହୋଇଛନ୍ତି ୟୁପିଏସସି ଟପ୍ପର। ବିହାରର ଆଲୋକ ରଂଜନ ଝା ୨୦୦୧ରେ ୟିପିଏସସିରେ ଟପ୍ପର ହୋଇଥିଲେ।
ପରୀକ୍ଷାରେ ଟପ୍ପର ହେବା ପରେ ଶୁଭମ କହିଛନ୍ତି, ମୋର ସ୍ୱପ୍ନ ପୂରଣ ହୋଇଛି। ଏକ ଛୋଟିଆ ଗାଁରୁ ଆସିଥିବା ଏହି ଟପ୍ପର ପିଟିଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କାମ କରିବା ବେଳେ ଗ୍ରାମାଞ୍ଚଳର ବିକାଶ, ରୋଜଗାର ସୃଷ୍ଟି ଏବଂ ଦାରିଦ୍ର୍ୟ ଦୂରିକରଣ ଉପରେ ତାଙ୍କର ଫୋକସ ରହିବ। ୨୪ ବର୍ଷୀୟ ଶୁଭମ ତୃତୀୟ ପ୍ରୟାସରେ ସେ ଏହି ସ୍ଥାନରେ ପହଂଚିଥିବା କହିଛନ୍ତି । ସେ ଇଚ୍ଛାଧୀନ ଭାବରେ ଆନ୍ଥ୍ରୋପୋଲୋଜି ରଖିଥିଲେ।
୨୦୧୯ ୟୁପିଏସସି ପରୀକ୍ଷାରେ ଶୁଭମ ଯୋଗ୍ୟତା ହାସଲ କରିବା ପରେ ଭାରତୀୟ ପ୍ରତିରକ୍ଷା ଆକାଉଣ୍ଟସ ସର୍ଭିସ (IDAS) କୁ ମନୋନୀତ ହୋଇଥିଲେ। ସେହିପରି ୨୦୧୮ ପରୀକ୍ଷାରେ ସେ ପ୍ରଥମ ଥର ପାଇଁ ପରୀକ୍ଷା ଦେଇଥିଲେ। ଆଇଆଇଟି ବମ୍ବେରୁ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ କରିଥିଲେ ଶୁଭମ।
ଶୁଭମ କୁମାର କହିଛନ୍ତି ଯେ ପରୀକ୍ଷା ପାଇଁ ପ୍ରସ୍ତୁତି ବେଳେ ତାଙ୍କ ବାପା, କୋଚିଂ ସଂସ୍ଥା ବିଶେଷକରି କୋଚିଂ ଅନୁଷ୍ଠାନର ନିର୍ଦ୍ଦେଶକଙ୍କଠାରୁ ତାଙ୍କୁ ବହୁତ ସମର୍ଥନ ମିଳିଛି। ସେ ଓ ତାଙ୍କର ଜଣେ ବଡ ଭଉଣୀ ରହିଛନ୍ତି । ତାଙ୍କ ବଡ଼ ଭଉଣୀ ଏବେ ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର (BARC)ରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ।
ତାଙ୍କ ବାପା ବିହାରରେ ବ୍ୟାଙ୍କ ମ୍ୟାନେଜର ଭାବରେ କାର୍ଯ୍ୟରତ। ଏହି ପରୀକ୍ଷା ପାଇଁ ତାଙ୍କ ବାପା ବହୁତ ପ୍ରୋତ୍ସାହିତ କରୁଥିଲେ ଏବଂ ଏକ ସକରାତ୍ମକ ମନୋଭାବ ବଜାୟ ରଖିବାରେ ସାହାଯ୍ୟ କରିଥିଲେ ଯାହାର ରେଜଲ୍ଟ ଏବେ ସମସ୍ତଙ୍କ ଆଗରେ ରହିଛି ବୋଲି ଶୁଭମ କହିଛନ୍ତି।
ମଧ୍ୟପ୍ରଦେଶର ଭୋପାଳରୁ ଆସିଥିବା ଦ୍ୱିତୀୟ ରାଙ୍କଧାରୀ ଜାଗୃତୀ ଅଓ୍ୱସ୍ଥି କହିଛନ୍ତି ଯେ ସେ ମହିଳା ଏବଂ ଶିଶୁ ବିକାଶ ବ୍ୟତୀତ ଆଇଏଏସରେ ଯୋଗଦେବାକୁ ଏବଂ ଗ୍ରାମାଞ୍ଚଳର ବିକାଶ ପାଇଁ ସେ କାମ କରିବାକୁ ଚାହୁଁଛନ୍ତି।
ତେବେ ୨୦୨୦ ପରୀକ୍ଷାରେ ବିହାରର ଅନେକ ଛାତ୍ର ଟପ୍ପର ତାଲିତାରେ ରହିଛନ୍ତି। ଜାମୁଇ ଜିଲ୍ଲାର ପ୍ରବୀଣ କୁମାର ସପ୍ତମ ରାଙ୍କ ରଖିଥିବା ବେଳେ କିଶନଗଞ୍ଜ ଜିଲ୍ଲାର ଅନିଲ ବାସାକ ୪୫ ରାଙ୍କ, ପୂର୍ଣ୍ଣିଆର ଆଶିଷ ମିଶ୍ର ୫୨ ରାଙ୍କ ରଖିଥିଲେ । ଶୁଭମ, ପ୍ରବୀଣ, ଅନିଲ ଏବଂ ଆଶିଷ ଏହି ତିନିଙ୍କ ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସେ ଟ୍ୱିଟ୍ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
The post ୟୁପିଏସସି ୨୦୨୦ ପରୀକ୍ଷାଫଳ, ଶୁଭମ ହେଲେ ଟପ୍ପର appeared first on Odisha Reporter.
from Odisha Reporter https://ift.tt/3i6flxL
No comments:
Post a Comment