ଟ୍ରକ୍‌କୁ ପଛରୁ ପିଟିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 10, 2021

ଟ୍ରକ୍‌କୁ ପଛରୁ ପିଟିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର

ଭଦ୍ରକ (ପାର୍ଥ ସାରଥୀ ନାୟକ): ଟ୍ରକ୍‌କୁ ପଛରୁ ପିଟି ଦେଲା ବାଇକ୍‌। ଚାଲିଗଲା ଦୁଇଟି ଜୀବନ। ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା କହରାପୋଖରୀ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା।

ମୃତକମାନଙ୍କ ପରିଚୟ ମିଳି ନଥିବା ବେଳେ ଗୁରୁତର ଭାବେ ଆହତ ଯୁବକଙ୍କ ନାଁ ଦେବେଶ ସାହୁ। ତାଙ୍କ ଘର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଦକ୍ଷିଣବଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଟ୍ରକ୍ ପଛରେ ବାଇକ୍‌ଟି ପିଟି ହେବା ପରେ ଏହି ତିନି ଜଣ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଗୁରୁତର ଭାବେ ଆହତ ଦେବେଶଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

The post ଟ୍ରକ୍‌କୁ ପଛରୁ ପିଟିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର appeared first on Odisha Reporter.



from Odisha Reporter https://ift.tt/38ZwvII

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages