୧୧ ସେପ୍ଟେମ୍ବର, ଶନିବାର: ଶତ୍ରୁ ବଢ଼ାଇବେ ବନ୍ଧୁତାର ହାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 10, 2021

୧୧ ସେପ୍ଟେମ୍ବର, ଶନିବାର: ଶତ୍ରୁ ବଢ଼ାଇବେ ବନ୍ଧୁତାର ହାତ

ମେଷ: କର୍ମକ୍ଷେତ୍ରରେ ବାଧା ବିଘ୍ନ ଦେଖାଦେବ । ସେଥିପାଇଁ ସତର୍କ ରହିବାକୁ ପଡିବ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ । ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ ।

ବୃଷ: ସରକାରୀ କାର୍ଯ୍ୟରେ ଲାଭବାନ ହେବେ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ।

 ମିଥୁନ: ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ସୁଧାର ଆସିବ । ବନ୍ଧୁଙ୍କ ସାହାଯ୍ୟ ସହାନୁଭୂତି ମିଳିବ । ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ । ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ଓ ପ୍ରେମ ଭାବେ ବଢ଼ିବ।

କର୍କଟ: କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ । ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ । ଛାତ୍ରଛାତ୍ରୀଙ୍କର ପାଠ ପଢାରେ ମନ ଲାଗିବ ନାହିଁ ।

 ସିଂହ:  କର୍ମକ୍ଷେତ୍ରରେ ଅପମାନ ଯୋଗ ରହିଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ । ପାରିବାରିକ ଜୀବନ ହସଖୁସିରେ କଟିବ ।

କନ୍ୟା: ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକ ଲାଭ ପାଇବେ । ପରିବାରରେ ହସଖୁସିର ବାତାବରଣ ରହିବ । ଦୂର ସ୍ଥାନକୁ ଭ୍ରମଣ କରିବାର ଯୋଗ ରହିଛି।

ତୁଳା: ବ୍ୟବସାୟରେ ସଫଳତା ପାଇବେ ଏବଂ ବନ୍ଧୁଙ୍କର ସାହାଯ୍ୟ ନେବେ । ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ ।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଛାତ୍ରଛାତ୍ରୀଙ୍କର ପାଠପଢାରେ ଉନ୍ନତି ହେବ । ସଭା ସମିତିରେ ମାନ ସମ୍ମାନ ପ୍ରତିଷ୍ଠା ହେବ ।

ଧନୁ: ବ୍ୟବସାୟରେ ଅଚାନକ ଧନ ଲାଭ ହେବ । କ୍ୟାରିୟରକୁ ଆଗକୁ ବଢିବା ଲାଗି ସୁଯୋଗ ମିଳିବ । ଭ୍ରମଣ ଯୋଗ ରହିଛି, ସୁସ୍ୱାଦୁ ଭୋଜନ କରିବେ ।

ମକର: ପାରିବାରିକ ସମସ୍ୟାର ସମାଧାନ ହେବ । ଶତ୍ରୁମାନେ ମିତ୍ରତାର ହାତ ବଢାଇବେ । ଆର୍ଥିକ ସ୍ଥିତି ସୁଦୃଢ ହେବ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କୁମ୍ଭ: ଚାକିରୀରେ ମାନ ସମ୍ମାନ ମିଳିବ । ବନ୍ଧୁବାନ୍ଧବ ସହଯୋଗର ହାତ ବଢାଇବେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ, ବ୍ୟବସାୟରେ ଲାଭ ପାଇପାରିବେ ।

 ମୀନ: ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ଯୋଗ ଦେବେ । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ । କର୍ମକ୍ଷେତ୍ରକୁ ନେଇ ବନ୍ଧୁ ସାହାଯ୍ୟ ସହଯୋଗ କରିବେ ।

The post ୧୧ ସେପ୍ଟେମ୍ବର, ଶନିବାର: ଶତ୍ରୁ ବଢ଼ାଇବେ ବନ୍ଧୁତାର ହାତ appeared first on Odisha Reporter.



from Odisha Reporter https://ift.tt/3lgXUvg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages