ଯାଜପୁର (ଗୁଲାମ ଗସ୍): ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲ୍ଲାର ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ପାଚେରି ଭୁଶୁଡ଼ି ପଡ଼ିଛି। ବର୍ଷେ ତଳେ ଏହି ପାଚେରିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି ପାଚେରିଟି ନିର୍ମାଣ କରାଯାଇଥିଲା। ତେବେ ଏତେ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାଚେରି ବର୍ଷାରେ ଭାଙ୍ଗି ଯିବାକୁ ନେଇ ବୃଦ୍ଧିଜୀବୀ ମହଲରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ଅତ୍ୟନ୍ତ ନିମ୍ନମାନର କାମ ଯୋଗୁ ପାଚେରିଟି ଭାଙ୍ଗି ଯାଇଥିବା କୁହାଯାଉଛି। ତା’ସହିତ ଜଳନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇ ନଥିବା ଯୋଗୁ ଏମିତି ଅବସ୍ଥା ସୃଷ୍ଟି ହୋଇଛି ବୋଲି କୁହାଯାଉଛି।
ବର୍ଷା ଯୋଗୁ ଜିଲ୍ଲାର ଧର୍ମଶାଳା ବ୍ଲକ କୁମାରୀ ପଞ୍ଚାୟତ କାର୍ଯ୍ୟାଳୟର ପାଚେରି ମଧ୍ୟ ସମ୍ପୂର୍ଣ୍ଣ ଭୁଶୁଡିପଡ଼ିଛି। ଜିଲ୍ଲାରେ ଅନେକ ସ୍ଥାନରେ ବର୍ଷା ଜଳ ନିଷ୍କାସନ ପାଇଁ ସୁବିଧା ନ ଥିବାରୁ ଲୋକଙ୍କ ଘର ପାଣି ପଶିଯାଇଛି। ଫଳରେ ଲୋକେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେହିଭଳି କେତେକ ସ୍ଥାନରେ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଆଜି ମଧ୍ୟ କିଛି ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ଲାଗି ରହିଛି। ଉପକୂଳ ଜିଲ୍ଲା ଗୁଡ଼ିକର କିଛି ସ୍ଥାନରେ ବି ବର୍ଷା ହେଉଛି। ଗଭୀର ଅବପାତଟି ଆଜି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ।
The post ବର୍ଷାରେ ଭୁଶୁଡ଼ିଲା ଉତ୍କଳ ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ ପାଚେରି, ବର୍ଷେ ତଳେ ଦେଢ଼ କୋଟି ଟଙ୍କାରେ ହୋଇଥିଲା ନିର୍ମାଣ appeared first on Odisha Reporter.
from Odisha Reporter https://ift.tt/394JJ6X
No comments:
Post a Comment