ଏନଏଚ୍‌ରେ ଘାଇ, ଯୋଗାଯୋଗ ବିଚ୍ଛିନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 13, 2021

ଏନଏଚ୍‌ରେ ଘାଇ, ଯୋଗାଯୋଗ ବିଚ୍ଛିନ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । କେଉଁଠି ରାସ୍ତାରେ ଆଣ୍ଠୁଏ ଉପରେ ପାଣି ଚାଲି ଯାତାୟତ ଠପ୍‌ ହୋଇଯାଇଛି ତ କେଉଁଠି ଅସ୍ତବ୍ୟସ୍ତ ହୋଇପଡ଼ିଛି ସାଧାରଣ ଜୀବନ। ଘର ଭିତରେ ପାଣିର ସୁଅ ଚାଲିଥିବା ବେଳେ  ବାହାରିବା ମୁସ୍କିଲ ହୋଇପଡ଼ୁଛି।

ରାଜ୍ୟର ପ୍ରାୟତଃ ସମସ୍ତ ଅଞ୍ଚଳ ବର୍ଷା ଯୋଗୁ ବେହାଲ ହୋଇ ପଡ଼ିଛି। ବ୍ରାହ୍ମଣୀରେ ବନ୍ୟା ଜଳ ଯୋଗୁ କାମାକ୍ଷାନଗରର ବହୁ ରାସ୍ତା ପାଣିରେ ବୁଡ଼ି ଯାଇଛି। କାମାକ୍ଷାନଗର ଥାନା ସିଆରିମାଳିଆଠାରେ ପେରପେରିଆ ନାଳରେ ଉଛୁଳୁଛି ବନ୍ୟାଜଳ । ପେରପେରିଆ ନାଳରେ ବନ୍ୟାଜଳ ଯୋଗୁଁ ଏନ୍ଏଚ-୫୩ରେ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି । ଏନ୍ଏଚ-୫୩ରେ ଘାଇ ଯୋଗୁଁ ଡୁବୁରୀ-ତାଳଚେର ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଛି ।

ଲଗାଣ ବର୍ଷା ହେତୁ ଆଠଗଡ଼ ବ୍ଲକର ୨ଟି ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। କଣ୍ଟିଆ ନଦୀରେ ବନ୍ୟାଜଳ ଆସି ଗୋପିନାଥପୁରରେ କୂଳ ଲଙ୍ଘିଲା । ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦହିସରା ମାଧପୁର ଠାରେ ୪ ଫୁଟର ପାଣି ପ୍ରବାହିତ ହେଉଛି । ଏହାବାଦ ନିଧିପୁର ଗଡ଼ାରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ଠପ୍ ହୋଇଯାଇଛି। ।

ବଲାଙ୍ଗିର ଜିଲ୍ଲାରେ ରାତି ସାରା ଲାଗି ରହିଛି ଲଗାଣ ବର୍ଷା । ପୁଇଁତଳା ବ୍ଲକ ଉତ୍ତରବାହାଲ ଗାଁ କାଲସାଏପଡ଼ା ଲୋକେ ଜଳ ବନ୍ଦୀ  ଅବସ୍ଥାରେ ଥିବା ବେଳେ କାଲସାଏପଡ଼ାରେ ଲୋକଙ୍କ ଘରେ ପଶିଲା ବର୍ଷା ପାଣି ।

The post ଏନଏଚ୍‌ରେ ଘାଇ, ଯୋଗାଯୋଗ ବିଚ୍ଛିନ୍ନ appeared first on Odisha Reporter.



from Odisha Reporter https://ift.tt/3C6Fggw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages