ତାଲିବାନର ବିତଣ୍ଡା ଯୁକ୍ତି-‘ମହିଳାମାନେ ଛୁଆ ଜନ୍ମ କରନ୍ତୁ, ସରକାରରେ କ’ଣ କରିବେ?’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 10, 2021

ତାଲିବାନର ବିତଣ୍ଡା ଯୁକ୍ତି-‘ମହିଳାମାନେ ଛୁଆ ଜନ୍ମ କରନ୍ତୁ, ସରକାରରେ କ’ଣ କରିବେ?’

କାବୁଲ: ଧିରେ ଧିରେ ଶଙ୍କା ସତରେ ପରିଣତ ହେବାରେ ଲାଗିଛି। ତାଲିବାନ ସରକାର ଗଠନ ପରେ ମହିଳାଙ୍କ ଅଧିକାର, ସ୍ୱାଧୀନତା କ୍ଷୁର୍ଣ୍ଣ ହେବ ବୋଲି ପୂର୍ବରୁ ଆଶଙ୍କା ପ୍ରକଟ କରାଯାଉଥିବା ବେଳେ ଏବେ ତାହା ବାସ୍ତବତାରେ ପରିଣତ ହେଉଛି।

ତାଲିବାନ ମନ୍ତ୍ରୀମଣ୍ଡଳରେ ଜଣେ ବି ମହିଳାଙ୍କୁ ସ୍ଥାନ ମିଳି ନ ଥିବା ବେଳେ ଏନେଇ ବିତଣ୍ଡା ଯୁକ୍ତି ବାଢ଼ିଛନ୍ତି ସରକାରୀ ପ୍ରବକ୍ତା। ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା ସେତେ ଜରୁରୀ ନୁହେଁ। ସେମାନେ ଛୁଆ ଜନ୍ମ କରନ୍ତୁ । ତାଲିବାନୀ ସରକାରର ପ୍ରବକ୍ତା ସୈୟଦ ଜାକିରୁଲ୍ଲାହ ହାଶମୀ ଏପରି ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି।

ମହିଳାମାନଙ୍କ ଅଧିକାର ତଥା ସେମାନଙ୍କ ସ୍ୱାଧୀନତା ଉପରେ କୌଣସି ପ୍ରକାର ରୋକ ଲଗାଯିବ ନାହିଁ ବୋଲି ବିଶ୍ୱ ସମୁଦାୟ ସମ୍ମୁଖରେ କହି ନିଜକୁ ଭଦ୍ର ଭାବେ ପରିଚିତ କରାଉଥିଲା ତାଲିବାନ। ମାତ୍ର ସରକାର ଗଠନ କରୁ କରୁ ବଦଳି ଗଲାଣି ତାଲିବାନୀ ସ୍ୱର। ଆଫଗାନିସ୍ତାନର ନୂତନ କାମଚଳା ସରକାରରେ ଦୁର୍ଦ୍ଦଷ ଆତଙ୍କବାଦୀଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ଜଣେ ବି ମହିଳାଙ୍କୁ କିନ୍ତୁ ସାମିଲ କରାଯାଇ ନାହିଁ। ଏନେଇ ପଚରାଯିବାରୁ ତାଲିବାନୀ ସରକାରର ପ୍ରବକ୍ତା ଯାହା କହିଛନ୍ତି, ସଭ୍ୟ ସମାଜରେ ତାହା ଆଦୌ ଗ୍ରହଣୀୟ ନୁହେଁ।

ମହିଳାଙ୍କ ନିକଟରୁ ସେମାନଙ୍କ ଅଧିକାର ଛଡ଼ାଇ ନିଆଯିବା ଘଟଣାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ସେଠାକାର ମହିଳା। ଏପରିକି ତାଲିବାନୀ ନାଲି ଆଖିକୁ ନ ଡରି ରାସ୍ତାକୁ ଓହ୍ଲାଇ ଖୁଲମଖୁଲା ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହାର ପରିଣାମ ସ୍ୱରୂପ ସେମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଯାଇ ପଶୁ ପରି ପିଟୁଛନ୍ତି ତାଲିବାନୀ । ଏପରିକି ତାଲିବାନ ସରକାରଙ୍କୁ ବିରୋଧ କରୁଥିବା ମହିଳା ସମଗ୍ର ଦେଶର ମହିଳାଙ୍କ ପ୍ରତିନିଧୀତ୍ୱ କରୁ ନାହାନ୍ତି ବୋଲି କହିଛନ୍ତି ପ୍ରବକ୍ତା।

୨୦ ବର୍ଷ ପୂର୍ବେ ଯେତେବେଳେ ତାଲିବାନ ଆଫଗାନିସ୍ତାନରେ ଶାସନ କରୁଥିଲା, ସେତେବେଳେ ବି ମହିଳାଙ୍କ ଅଧିକାରକୁ ପାଦରେ ଦଳି ପଶୁ ପରି ବ୍ୟବହାର କରୁଥିଲା। ଦୀର୍ଘ ୨ ଦଶନ୍ଧି ପରେ ବି ତାଲିବାନୀ ମାନସିକତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ତାଲିବାନର ବହୁ ସଶସ୍ତ୍ର ଆତଙ୍କୀ ଏବେ ଖୁଲମଖୁଲ ରାସ୍ତାରେ ଘୂରି ବୁଲି ମହିଳାଙ୍କୁ ଚାବୁକରେ ପ୍ରହାର କରୁଛନ୍ତି। ଏହାବାଦ ପାଟି ଫିଟାଇଲେ ଆହୁରି ନିର୍ଯାତନା ସହିବାକୁ ପଡ଼ୁଛି।

ଏହାବାଦ ସ୍କୁଲ, କଲେଜରେ ପଢ଼ୁଥିବା ଯୁବତୀଙ୍କ ସ୍ୱାଧିନତା ଉପରେ ବି ରୋକ ଲଗାଇଛି ତାଲିବାନ। ଏପରିକି ସେମାନେ ପୁଅଙ୍କ ସହ ଏକାଠି ବସି ଶିକ୍ଷା ଗ୍ରହଣ କରିପାରିବେନି କିମ୍ବା ସେମାନଙ୍କୁ କୌଣସି ପୁରୁଷ ଶିକ୍ଷକ ପଢ଼ାଇପାରିବେନି ବୋଲି କଟକଣା ଜାରି କରାଯାଇଛି।

The post ତାଲିବାନର ବିତଣ୍ଡା ଯୁକ୍ତି-‘ମହିଳାମାନେ ଛୁଆ ଜନ୍ମ କରନ୍ତୁ, ସରକାରରେ କ’ଣ କରିବେ?’ appeared first on Odisha Reporter.



from Odisha Reporter https://ift.tt/2X4vI72

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages