ବହୁବଳୀ ନେତାଙ୍କ ପତ୍ତା କଟ୍‌, ମିଳିବନି ଟିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 10, 2021

ବହୁବଳୀ ନେତାଙ୍କ ପତ୍ତା କଟ୍‌, ମିଳିବନି ଟିକେଟ୍‌

ଲକ୍ଷ୍ନୌ: ଏଥର ନିର୍ବାଚନରେ ବହୁବଳୀ ନେତାଙ୍କୁ ଆଉ ମିଳିବନି ଟିକେଟ୍‌। ବାଦ୍‌ ପଡିବେ ମାଫିଆ। ଏନେଇ ଆଜି ବଡ ଘୋଷଣା କରିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆଜମଗଡ ଡିଭିଜନର ମାଉ ବିଧାନସଭା ଆସନରୁ ମୁଖତାର ଅନସାରୀଙ୍କ ପତ୍ତା କଟ୍‌ ହୋଇଛି।  ଏହି ଅସନରୁ ୟୁପିର ବିଏସପି ରାଜ୍ୟ ସଭାପତି ଭୀମ ରାଜଭାରଙ୍କ ନାମ ଚୂଡାନ୍ତ ହୋଇଛି।

ବିଏସ୍‌ପି ସୁପ୍ରିମୋ ମୟାବତୀ ଟୁଇଟ୍‌ କରି କହିଛନ୍ତି, ଆଗାମୀ ୟୁପି ବିଧାନସଭା ନିର୍ବାଚନରେ ​​ବିଏସପିର ଯେପରି ଦଳରୁ କୌଣସି ବାହୁବଲୀ ଏବଂ ମାଫିଆଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ସେ ନେଇ ଉଦ୍ୟମ କରାଯିବ। ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ପ୍ରାର୍ଥୀ ଚୟନରେ ବିଶେଷ ଧ୍ୟାନ ରଖିବାକୁ ଦଳର ପ୍ରଭାରୀଙ୍କୁ ଅପିଲ କରାଯାଇଛି। ଯଦି ସରକାର ଗଠନ ହୁଏ ତେବେ ଆଗାମୀ ଦିନରେ ଏଭଳି ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କୌଣସି ଅସୁବିଧା ହେବ ନାହିଁ।

ସେ ଆହୁରି କହିଛନ୍ତି, ‘ବିଏସ୍‌ପି ସଂକଳ୍ପ ନେଇଛି ଯେ, ‘ଆଇନ୍‌ ଦ୍ୱାରା ହିଁ ଆଇନ୍‌ ରାଜ’ ଚାଲିବ। ଏଥିସହ ଆଗାମୀ ଦିନରେ ୟୁପିର ଚିତ୍ରକୁ ପୂରା ପରିବର୍ତ୍ତନ କରିଦିଆଯିବ। ଏପରିକି ଆଗକୁ ଲୋକେ ଯେପରି କହିବେ  ସରକାର ହେବ ତ ବେହନଜୀଙ୍କ ‘ସର୍ବଜନ ହିତାୟ ଏବଂ ସର୍ବଜନ ସୁଖାୟ’ ଭଳି। ବିଏସ୍‌ପି ଯାହା କୁହେ ତାହା କରି ଦେଖାଏ। ଏହା ହିଁ ଦଳର ପରିଚୟ।’

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭି କହିଛନ୍ତି, ଉତ୍ତରପ୍ରଦେଶ ତଥା ସେହି ସବୁ ଅଞ୍ଚଳରେ ବିକାଶ ତଥା ବିଶ୍ୱାସର ସଂକଳ୍ପ ନେଇ ବିଜେପି ବିର୍ନାଚନୀ ମଇଦାନକୁ ଓହ୍ଲାଇଛି। ଆମକୁ ଜାତି, ଧର୍ମ ଏବଂ ଅନ୍ୟାନ୍ୟ ସଂକୀର୍ଣ୍ଣ ପ୍ରସଙ୍ଗଗୁଡ଼ିକର ଆବଶ୍ୟକତା ନାହିଁ। ବିଜେପିର କେବଳ ଗୋଟିଏ ହିଁ ବିକାଶ ଏଜେଣ୍ଡା ଅଛି।

ଅନ୍ୟପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମଧ୍ୟ ନିର୍ବାଚନୀ ପ୍ରସ୍ତୁତ ଆରମ୍ଭ କରି ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ସେ ବିଧନସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରିବେ। ଆଜି ଆଉ କାଲି ଏହାକୁ ନେଇ ସେ ଦଳର ନେତାଙ୍କ ସହ ବୈଠକ କରିବେ।

The post ବହୁବଳୀ ନେତାଙ୍କ ପତ୍ତା କଟ୍‌, ମିଳିବନି ଟିକେଟ୍‌ appeared first on Odisha Reporter.



from Odisha Reporter https://ift.tt/3niz1Su

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages