ଠିକରେ ନରାନ୍ଧିଲେ ଭାତ ମଧ୍ୟ ହୋଇପାରେ କର୍କଟର କାରଣ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 17, 2021

ଠିକରେ ନରାନ୍ଧିଲେ ଭାତ ମଧ୍ୟ ହୋଇପାରେ କର୍କଟର କାରଣ!

ଭୁବନେଶ୍ୱର: ‘ଚାଉଳରୁ ଭାତ ସବୁଠି ରନ୍ଧା ତ ଭାତରୁ ଚାଉଳ କେଉଁଠି ହୁଏ? ସଜନୀ ଲୋକ ଜଗନ୍ନାଥ ଧାମ ସିଏ।’ ଇଏ ଗୋଟିଏ ଲୋକପ୍ରିୟ ପାଲାଗୀତ। କେଇ ବର୍ଷ ତଳେ ଇଣ୍ଟର୍ନେଟରେ ଗୀତଟି ଭାଇରାଲ ହୋଇଥିଲା। ଜଣେ ମୃଦଙ୍ଗ ବାଦକ ଗୀତଟି ଏମିତି ଛନ୍ଦ ଓ ତାଳରେ ଗାଇଥିଲେ ଯେ ତାହା ଓଡ଼ିଶାର ଲକ୍ଷଲକ୍ଷ ଜଗନ୍ନାଥ ଭକ୍ତଙ୍କୁ ଆମୋଦିତ ଓ ବିଭୋର କରିଥିଲା।

ତେବେ କଥା ହେଉଛି, ଜଗନ୍ନାଥଙ୍କ ପରି ଓଡ଼ିଶାର ଘରେ ଘରେ ଚାଉଳରୁ ରନ୍ଧା ଭାତ ହିଁ ମୁଖ୍ୟ ଖାଦ୍ୟ ଭାବେ ବ୍ୟବହୃତ ହୋଇଥାଏ। କେବଳ ଓଡ଼ିଶା କାହିଁକି, ଭାରତ ସମେତ ସମଗ୍ର ଦକ୍ଷିଣ ଏସିଆରେ ଚାଉଳ ବା ଭାତ ହେଉଛି ପ୍ରମୁଖ ଖାଦ୍ୟ। ଏହା ସହଜରେ ମିଳେ। ସହଜରେ ରାନ୍ଧି ହୁଏ। ସ୍ୱାଦିଷ୍ଟ ବି। ତେଣୁ ଏହା ଲୋକପ୍ରିୟ।

କିନ୍ତୁ ଚାଉଳକୁ ଯଦି ଠିକ ଭାବେ ରନ୍ଧା ନଯାଏ ଏହା ଲୋକଙ୍କ କର୍କଟ ରୋଗର କାରଣ ବି ହୋଇପାରେ। ଅବଶ୍ୟ ଏହି ଆଶଙ୍କା କେବଳ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରାଯାଇ ହେଉଥିବା ଧାନଚାଷ କ୍ଷେତ୍ରରେ ସୀମୀତ। ଜୈବିକ ପଦ୍ଧତିରେ ଧାନଚାଷ ହେଉଥିଲେ ଏହି ଆଶଙ୍କାର କାରଣ ନାହିଁ।

ଆଜିକାଲି ଯେଉଁ ଧାନଚାଷ ହେଉଛି ଅଧିକ ଅମଳ ପାଇଁ ସରକାରଙ୍କ ପ୍ରରୋଚନାରେ ପଡ଼ି ଚାଷୀମାନେ ଅନେକ କିସମର ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରୁଛନ୍ତି। ଏହା ଫଳରେ ଅମଳ ଭଲ ହେଉଛି। ମାତ୍ର, ଧାନରେ ରାସାୟନିକ ସାର ଓ କୀଟନାଶକର ଅନେକ ଆର୍ସେନିକ ବା ଅମ୍ଳ ଅଂଶ ରହିଯାଉଛି। ସେଥିପାଇଁ ସାରା ବିଶ୍ୱରେ ଚାଉଳ ଏକ କାର୍ସିନୋଜେନିକ୍‌ ଖାଦ୍ୟ ବୋଲି ସାବିତ ହୋଇସାରିଲାଣି। କେବଳ ଧାନଚାଷରେ ଯେ ଏମିତି ସାର ଓ କୀଟନାଶକ ପ୍ରୟୋଗ ହେଉଛି ତାହା ନୁହେଁ, ଗହମ, ଡାଲି ଓ ପନିପରିବା ଚାଷରେ ମଧ୍ୟ ଏସବୁର ବ୍ୟବହାର ବଢ଼ିବଢ଼ି ଚାଲିଛି।

ଇଂଲଣ୍ଡର ବେଲଫାଷ୍ଟରେ ଥିବା କୁଇନ୍ସ ବିଶ୍ୱବିଦ୍ୟାଳୟର ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଭାତ ଖାଉଥିବା ଲୋକଙ୍କ ଦେହରେ କର୍କଟ ରୋଗ ସୃଷ୍ଟି ହେବାର ଆଶଙ୍କା ଅଧିକ। ଏହାର କାରଣ ହେଉଛି ଧାନରେ ଥିବା ଆର୍ସେନିକ ଅଂଶ। ଆମେରିକାର କାଲିଫର୍ଣ୍ଣିଆରେ ହୋଇଥିବା ଅନ୍ୟ ଏକ ଅନୁଧ୍ୟାନ ରିପୋର୍ଟରେ ମଧ୍ୟ ଉଲ୍ଲେଖ ଅଛି ଯେ ଭାତ ଖାଉଥିବା ମହିଳାଙ୍କଠାରେ ସ୍ତନ ଓ ଅନ୍ୟ ପ୍ରକାର କର୍କଟର ଆଶଙ୍କା ଅଧିକ। ଏହାର କାରଣ ମଧ୍ୟ ଭାତ ଜରିଆରେ ଦେହକୁ ଯାଉଥିବା ଆର୍ସେନିକ ବା ଅମ୍ଳ ଅଂଶ।

ଆଜିକାଲି ପ୍ରାୟ ସବୁ ପ୍ରକାର ଖାଦ୍ୟରେ ଅମ୍ଳ ଓ ରସାୟନ ମାତ୍ରା ବଢ଼ି ଚାଲିଛି। ଏହା ଖାଦ୍ୟକୁ ଅସ୍ୱାସ୍ଥ୍ୟକର କରିଦେଇଛି। ଏଥିରୁ ବର୍ତ୍ତିବା ପାଇଁ ଖାଦ୍ୟକୁ ଠିକ ଭାବେ ରାନ୍ଧିବା ଉଚିତ। ଚାଉଳକୁ ଠିକ ଭାବେ ରାନ୍ଧିବା ପାଇଁ ତିନି ପ୍ରକାର ଉପାୟ ରହିଛି। ପ୍ରଥମ ଉପାୟ ହେଲା ଏକ ଭାଗ ଚାଉଳକୁ ଦୁଇ ଭାଗ ପାଣି ଦେଇ ରନ୍ଧାଯିବ ଓ ରନ୍ଧନ ପ୍ରକ୍ରିୟାରେ ପାଣିତକ ବାଷ୍ଫ ହୋଇଯିବ। ଏହା ଫଳରେ ଚାଉଳରେ ଥିବା ଅମ୍ଳ ଅଂଶ ଅନେକ ପରିମାଣେ କମିଯିବ। ଦ୍ୱିତୀୟ ଉପାୟ ହେଉଛି ଏକ ଭାଗ ଚାଉଳକୁ ପାଞ୍ଚ ଭାଗ ପାଣିରେ ଭଲ କରି ରନ୍ଧାଯିବ ଓ ବଳକା ପାଣି ବା ପେଜକୁ ବାହାର କରିଦିଆଯିବ। ଏହି ଉପାୟରେ ଚାଉଳରେ ଥିବା ଅମ୍ଳ ଅଂଶର ପ୍ରାୟ ୫୦ ଭାଗ ପେଜରେ ବାହାରିଯିବ। ତୃତୀୟ ଉପାୟ ହେଲା ଚାଉଳକୁ ରାତିରେ ପାଣିରେ ଭେଦେଇ ରଖାଯିବ ଓ ସକାଳେ ରନ୍ଧାଯିବ। ଏହା ଫଳରେ ଚାଉଳରେ ଥିବା ଅମ୍ଳ ଅଂଶର ପ୍ରାୟ ୮୦ ଭାଗ ନଷ୍ଟ ହୋଇଯାଏ। ତେବେ ଯେଉଁମାନଙ୍କ ପାଖରେ ଏତେ ସମୟ ନାହିଁ ସେମାନେ ଚାଉଳକୁ ପାଣିରେ ୩-୪ ଘଣ୍ଟା ପର୍ଯ୍ୟନ୍ତ ବତୁରେଇ ପରେ ରାନ୍ଧିଲେ ମଧ୍ୟ ଅମ୍ଳ ଅଂଶ ଅନେକ ପରିମାଣରେ ହ୍ରାସ ପାଇଥାଏ।

The post ଠିକରେ ନରାନ୍ଧିଲେ ଭାତ ମଧ୍ୟ ହୋଇପାରେ କର୍କଟର କାରଣ! appeared first on Odisha Reporter.



from Odisha Reporter https://ift.tt/3khOVuz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages