‘ଦ୍ୱିତୀୟ ଡୋଜ ଟିକା ନେବାକୁ ଲୋକଙ୍କ ମନେ ପଡ଼ୁନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 17, 2021

‘ଦ୍ୱିତୀୟ ଡୋଜ ଟିକା ନେବାକୁ ଲୋକଙ୍କ ମନେ ପଡ଼ୁନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗଣେଶ ପୂଜାଠୁ ଆରମ୍ଭ ହୋଇ ଯାଇଛି ପାର୍ବଣ ଋତୁ।  ଏହା ୩ ମାସ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ । ଏହି ୩ ମାସ ଦୋକାନ ବଜାରରେ ଲୋକଙ୍କ ଭିଡ଼ ଅଧିକ ହେବ। ତେଣୁ ଏହି ସମୟରେ ପୁଣି ଥରେ ସଂକ୍ରମଣ ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ଏପରି ସ୍ଥିତିରେ ରାଜ୍ୟରେ ଟିକାକରଣ ଏବେ ଦ୍ରୁତ ଗତିରେ ଚାଲୁଛି। ରାଜ୍ୟରେ ଏବେ  ଟିକାର  ଅଭାବ ନାହିଁ।  ହେଲେ ପ୍ରଥମ ଡୋଜ ନେବା ପରେ ଆଉ ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି ଲୋକ । ରାଜ୍ୟରେ ୬୪ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇ ସାରିଥିବା ବେଳେ ମାତ୍ର ୨୮ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି । ତେଣୁ ୨ୟ ଡୋଜ୍ ନେଇ ନଥିବା ଲୋକଙ୍କ ତାଲିକା ଜିଲ୍ଲା ସ୍ତରରେ ପ୍ରକାଶ କରାଯିବ  ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଏ ସମ୍ପର୍କରେ ସୂଚନା ଦେବାକୁ ଯାଇ ସେ କହିଛନ୍ତି,  ରାଜ୍ୟରେ ଏବେ ସମୁଦାୟ ୨ କୋଟି ୬୭ ଲକ୍ଷ ଡୋଜ ଟିକା ଦିଆସରିଲାଣି। ସେମାନଙ୍କ ମଧ୍ୟରୁ ୬୪% ଅର୍ଥାତ ୧ କୋଟି ୯୮ ଲକ୍ଷ  ପ୍ରଥମ ଡୋଜ ନେଇ ସାରିଲେଣି । ହେଲେ ୨ୟ ଡୋଜ ମାତ୍ର ୬୮ ଲକ୍ଷ ଲୋକ ଅର୍ଥାତ ୨୮% ନେଇଛନ୍ତି।

କେବଳ ଭୁବନେଶ୍ୱର ଓ ଗଞ୍ଜାମରେ କୋଭାକ୍ସିନ ଦିଆଯାଉଥିବା ବେଳେ ରାଜ୍ୟର ଅନ୍ୟ ସବୁ ଜିଲ୍ଲାରେ କୋଭିସିଲ୍ଡ ଦିଆଯାଉଛି। କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ୧୨ରୁ ୧୬ ସପ୍ତାହ ଅନ୍ତର ରହୁଛି। ଏହା ମଧ୍ୟରେ ପ୍ରଥମ ଡୋଜ ନେଉଥିବା ଲୋକ ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି। ତେଣୁ ସବୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଟିକା କେନ୍ଦ୍ର ହିସାବରେ ଯାହାର ଦ୍ୱିତୀୟ ଡୋଜ ବାକି ଅଛି, ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହାପରେ ସ୍ୱାସ୍ଥ୍ୟ କର୍ମୀଙ୍କ ଜରିଆରେ ସେମାନଙ୍କୁ କେନ୍ଦ୍ରକୁ ଆଣି ଟିକା ଦେବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଦ୍ୱିତୀୟ ଡୋଜ ନେବାର ୩ ଦିନ ପୂର୍ବରୁ ସେମାନଙ୍କୁ ମେସେଜ ଯାଉଛି। ଏହାପରେ ଟିକା ପାଇଁ ନିର୍ଦ୍ଧାରିତ ଦିନ ବି ମେସେଜ ଯାଉଛି। । ଏହାପରେ ବି ନ ଆସିଲେ ସେମାନଙ୍କ ନିକଟକୁ ବାରମ୍ବାର ମେସେଜ ଯାଉଛି। ଏହାପରେ ବି ଯେଉଁ ଅନୁପାତରେ ଲୋକ ପ୍ରଥମ ଡୋଜ ନେବାକୁ ଆସୁଛନ୍ତି, ଦ୍ୱିତୀୟ ଡୋଜ ନେବାକୁ ସେହି ଅନୁପାତରେ ଆସୁ ନାହାନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଅତିକମ୍‌ରେ ସମସ୍ତଙ୍କୁ ପ୍ରଥମ ଡୋଜ ଦିଆଯିବାର ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।  ଲୋକଙ୍କୁ ଏଥିନିମନ୍ତେ ବ୍ୟାପକ ସଚେତନ କରାଯିବ ବୋଲି ସେ କହିଛନ୍ତି ।

ମୁଖ୍ୟତଃ କୋଭାକ୍ସିନର ୨ଟି ଡୋଜର ଅନ୍ତର ଏକ ମାସ ରହୁଥିବା ବେଳେ କୋଭିସିଲ୍ଡର ଅନ୍ତର ୩ ମାସ ରହୁଛି। ତେଣୁ କୋଭାକ୍ସିନ ତୁଳନାରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ ନେବାକୁ ବାକି ଥିବା ଲୋକଙ୍କ ସଂଖ୍ୟା ଅଧିକ ରହୁଛି ବୋଲି ସେ କହିଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି,  ଏବେ ପାର୍ବଣ ଋତୁ, ଭିଡ ବଢିବ, ତେଣୁ ଏହି ୩ ମାସ ଗୁରୁତ୍ୱପୂର୍ଣ୍ଣ । ଏବେ କୋଭିଡ ସଂକ୍ରମଣ ଗାଇଡଲାଇନ୍‌କୁ ମାନିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଭ୍ୟାକ୍ସିନେସନ ପ୍ରୋଗ୍ରାମ ଚାଲିଛି। ହେଲେ ଲୋକଙ୍କ ସହଯୋଗ ଆବଶ୍ୟକ।

ରାଜ୍ୟରେ ଏବେ ସଂକ୍ରମଣ କମିଥିବା ସତ୍ତ୍ୱେ ସବୁଠୁ ଅଧିକ ଭୁବନେଶ୍ୱର, କଟକରୁ ବାହାରୁଛନ୍ତି। ଏହାର ଉତ୍ତର ରଖିବାକୁ ଯାଇ ଡିଏମ୍‌ଇଟି କହିଛନ୍ତି, ଭୁବନେଶ୍ୱର, କଟକ  ହେଉଛି ହେଲ୍‌ଥ ହବ୍ । ଏଠାକୁ ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ରାଜ୍ୟ ବାହାରୁ ଲୋକ ଆସୁଛନ୍ତି । ଭିଡ ବଢୁଛି, ତେଣୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଭୁବନେଶ୍ୱରର ବଜାର, ଘାଟରେ ପ୍ରବଳ ଭିଡ ହେଉଛି। ଭ୍ୟାକସିନେସନ୍‌ ଦ୍ରୁତ ଗତିରେ ଚାଲୁଛି। ଏହାସତ୍ତ୍ୱେ ସଂକ୍ରମଣକୁ ନିୟନ୍ତ୍ରୀତ କରିବାକୁ ହେଲେ ଲୋକମାନଙ୍କୁ ସଚେତନ ହେବାକୁ ପଡ଼ିବ ବୋଲି ଡିଏମ୍‌ଇଟି କହିଛନ୍ତି।

 

The post ‘ଦ୍ୱିତୀୟ ଡୋଜ ଟିକା ନେବାକୁ ଲୋକଙ୍କ ମନେ ପଡ଼ୁନି’ appeared first on Odisha Reporter.



from Odisha Reporter https://ift.tt/3hH5lem

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages