ଅସାଦୁଦ୍ଦିନ ଓୱେସୀଙ୍କ ଘର ଉପରେ ଆକ୍ରମଣ, ବ୍ୟାପକ ଭଙ୍ଗାରୁଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 21, 2021

ଅସାଦୁଦ୍ଦିନ ଓୱେସୀଙ୍କ ଘର ଉପରେ ଆକ୍ରମଣ, ବ୍ୟାପକ ଭଙ୍ଗାରୁଜା

ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ତଥାକଥିତ ହିନ୍ଦୁ ସେନା କର୍ମୀମାନେ ବ୍ୟାପକ ଭଙ୍ଗା ରୁଜା କରିଛନ୍ତି। ଏଥିସହ ସେମାନେ ଓୱେସୀଙ୍କ ଘରର ଦେଖାଶୁଣା କରୁଥିବା ରାଜୁ ନାମକ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଛନ୍ତି।

ବାସଭବନରେ ସେମାନେ ଭଙ୍ଗାରୁଜା କରିବା ବେଳେ ବିଭିନ୍ନ ପ୍ରକାରର ଧାର୍ମିକ ନାରା ଦେଇଥିଲେ। ସେହିପରି ଓୱେସୀଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ସେମାନେ ନିଜକୁ ହିନ୍ଦୁ ସେନାର ସଦସ୍ୟ ବୋଲି ଦାବି କରିଛନ୍ତି। କିନ୍ତୁ ଏଥିରେ କେତେ ସତ୍ୟତା ରହିଛି, ତା’ର ତଦନ୍ତ ପୁଲିସ କରୁଛି।

ଘଟଣା ସମ୍ପର୍କରେ ଓୱେସୀ ଟ୍ୱିଟ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁନିଆକୁ କଠୋରତାବାଦର ପାଠ ପଢ଼ାଉଥିବା ପିଏମଓ ଇଣ୍ଡିଆ କହିବେ କି ମୋ ଘର ଉପରେ ଆକ୍ରମଣ କରିଥିବା ଲୋକଙ୍କୁ କି କଠୋରପନ୍ଥୀ ଭାବେ ଗଢ଼ିଲା? ଯଦି ଏହି କଠୋରପନ୍ଥୀମାନଙ୍କୁ ଲାଗୁଛି ଯେ ସେମାନଙ୍କର ଏପରି କାଣ୍ଡ କାରନାମରେ ଆମେ ଡରିଯିବୁ, ତା’ହେଲେ ସେମାନେ ଭୁଲ ଭାବୁଛନ୍ତି।

ନ୍ୟାୟ ପାଇଁ ଆମର ଲଢ଼େଇ ସବୁବେଳେ ଜାରି ରହିବ। ମୁଁ ଘରେ ନଥିବା ବେଳେ ୧୩ ଜଣ ଲୋକ ହାତରେ କାଠ ଫାଳିଆ, କୁରାଢ଼ୀ ଧରି ଆସିଥିଲେ। ମୋ ଘରେ ସେମାନେ ଭଙ୍ଗା ରୁଜା କରିବା ସହ କେୟାର ଟେକର ରାଜୁଙ୍କୁ ମାଡ଼ ମାରିଥିଲେ। ସେମାନେ ବିଭିନ୍ନ ପ୍ରକାରର ଧାର୍ମିକ ନାରା ଦେଇ ମୋତେ ହତ୍ୟା କରିବାକୁ ଧମକ ଦେଇଛନ୍ତି। ସେମାନ ମୋ ଘର ଉପରକୁ ପଥର ମାଡ଼ କରିବା ସହ ନାମ ଫଳକକୁ ନଷ୍ଟ କରିଦେଇଛନ୍ତି।


ମୋ ବାସଭବନ ପାଖରେ ନିର୍ବାଚନ କମିଶନଙ୍କ ମୁଖ୍ୟାଳୟ ଓ ସଂସଦ ଷ୍ଟ୍ରିଟ ପୁଲିସ୍‌ ଷ୍ଟେସନ ରହିଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ମୋ ଘର ଠାରୁ ୮ ମିନିଟ୍‌ ଦୂରରେ। ଯଦି ଜଣେ ସାଂସଦ ଏଠାରେ ସୁରକ୍ଷିତ ନୁହନ୍ତି, ତା’ହେଲେ ଅମିତ ଶାହ କେଉଁ ପ୍ରକାରର ବାର୍ତ୍ତା ଦେଶକୁ ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ତୃତୀୟ ଥର ପାଇଁ ଓୱେସୀଙ୍କ ଦିଲ୍ଲୀ ବାସଭବନ ଉପରେ ଏପରି ଆକ୍ରମଣ କରାଯାଇଛି। ଓୱେସୀ ଭଙ୍ଗାରୁଜା ପରର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

The post ଅସାଦୁଦ୍ଦିନ ଓୱେସୀଙ୍କ ଘର ଉପରେ ଆକ୍ରମଣ, ବ୍ୟାପକ ଭଙ୍ଗାରୁଜା appeared first on Odisha Reporter.



from Odisha Reporter https://ift.tt/2XD6NqK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages