ବିବାଦରେ ଆଲିଆଙ୍କ ବିଜ୍ଞାପନ, ଟାର୍ଗେଟ କଲେ କଙ୍ଗନା, ସମର୍ଥନ କଲେ ରବିଶଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 22, 2021

ବିବାଦରେ ଆଲିଆଙ୍କ ବିଜ୍ଞାପନ, ଟାର୍ଗେଟ କଲେ କଙ୍ଗନା, ସମର୍ଥନ କଲେ ରବିଶଙ୍କର

ମୁମ୍ବାଇ: ପୁଣି ବିଜ୍ଞାପନକୁ ନେଇ ବିବାଦ। ଏଥର ବିବାଦ ଘେରରେ ଛନ୍ଦି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ। ନିକଟରେ ସେ ଏକ ଫ୍ୟାଶନ ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଥିଲେ।  ଏହି ବିଜ୍ଞାପନକୁ ନେଇ ସୋଶାଲ ମିଡିଆରେ ଲୋକେ ଟାର୍ଗେଟ କରିଛନ୍ତି। କିଛି ଲୋକେ ଏହି ବିଜ୍ଞାପନକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଏହାକୁ ନେଇ କ୍ରୋଧିତ ହୋଇଯାଇଛନ୍ତି। ଏହି ଲିଷ୍ଟରେ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ସାମିଲ ହୋଇଛନ୍ତି।

ବାସ୍ତବରେ, ନିକଟରେ ଆଲିଆ ‘ମୋହେ’ ଫ୍ୟାଶନ ବ୍ରାଣ୍ଡ ପାଇଁ ଏକ ବିବାହ ବିଜ୍ଞାପନ ଶୁଟ୍ କରିଥିଲେ। ଏହି ବିଜ୍ଞାପନରେ କଥିତ ରୂପେ ‘କାନ୍ୟାଦାନ’ ପରମ୍ପରାକୁ ପରିବର୍ତ୍ତନ କରିବା ପାଇଁ ଆଲିଆ ଭଟ୍ଟ କହୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ କଙ୍ଗନା ରଣାୱତ ଏବେ ଟାର୍ଗେଟ କରିଛନ୍ତି। କଙ୍ଗନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ନୋଟ୍‌ ଶେଆର କରିଛନ୍ତି।

ଆଲିଆ ଭଟ୍ଟ ଓ କଙ୍ଗନା ରଣାୱତ

ଏଥିରେ ସେ ବିଜ୍ଞାପନକୁ ନେଇ ଧର୍ମ ଏବଂ ସାଧାରଣ ଜନତାଙ୍କ ଭାବନା ସହ ନଖେଳିବା ପାଇଁ କହିଛନ୍ତି। ଏଥିସହ ସାମଗ୍ରୀ ବିକ୍ରି କରିବା ପାଇଁ ଧର୍ମ ଏବଂ ଅଳ୍ପସଂଖ୍ୟକ ଓ ବହୁସଂଖ୍ୟକ ରଜନୀତିର ବ୍ୟବହାର ନକରିବାକୁ ସମସ୍ତ ବ୍ରାଣ୍ଡ ମାନଙ୍କୁ ନିବେଦନ କରିଛନ୍ତି। କଙ୍ଗନା ଏହି ବିଜ୍ଞାପନକୁ ନେଇ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ଯବନାମାନେ ଦେଶ ପାଇଁ ସହୀଦ ହେଉଛନ୍ତି, ତାଙ୍କର ବାପା ମା’ ମଧ୍ୟ ନିଜ ପୁଅକୁ ଦେଶ ପାଇଁ ଦାନ କରୁଛନ୍ତି। କଙ୍ଗନାଙ୍କ ଏହି ପୋଷ୍ଟକୁ ଅନେକ ଲୋକେ ପ୍ରଶଂସା କରିଛନ୍ତି।

ଆଲିଆ ଭଟ୍ଟ ଓ ଶ୍ରୀଶ୍ରୀ ରବିଶଙ୍କର

ସେପଟେ ଏହି ବିଜ୍ଞାପନର ସମର୍ଥନରେ ବାହାରିଛନ୍ତି ଆର୍ଟ ଅଫ୍ ଲିଭିଂର ସଂସ୍ଥାପକ ତଥା ଧର୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର । ସେ ଏକ ସାକ୍ଷାତକାରରେ କହିଛନ୍ତି, କନ୍ୟା କୌଣସି ବସ୍ତୁ ନୁହେଁ, ଯାହାକୁ ଦାନ କରାଯିବ। ଏଥିସହ ବୈଦିକ ପରମ୍ପାରକୁ ନେଇ ମଧ୍ୟ ସେ ମତ ରଖିଛନ୍ତି। ସେ ‘କନ୍ୟାଦାନ’ ପ୍ରଥାକୁ ବନ୍ଦ କରିବା ଉଚିତ ବୋଲି କହିଛନ୍ତି। ‘ପାଣିଗ୍ରହଣ’ର ପ୍ରାଚୀନ ବୈନିକ ପରମ୍ପରା ବିଷୟରେ ମଧ୍ୟ ରବିଶଙ୍କର ନିଜ ସାକ୍ଷାତକରେ କହିଛନ୍ତି। ସେ ଆହୁରି କହିଛନ୍ତି, ‘କନ୍ୟାଦାନ’ ଶବ୍ଦକୁ ହଟାଇ ଦେବା ଉଚିତ। ଏହାକୁ ହଟାଇ ଦେଲେ ଆମର କୌଣସି ପ୍ରକରର ବୈଦିକ ସ୍ଥିତି ତଥା ସିଦ୍ଧାନ୍ତ ବା ଦର୍ଶନକୁ ହ୍ରାସ କରିବ ନାହିଁ।

ଗୋଟିଏ ପଟେ କିଛି ୟୁଜର୍ସ ଆଲିଆ ଭଟ୍ଟ ଏବଂ ମାନ୍ୟବର ମୋହେର ଏହି ବିଜ୍ଞାପନକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଏହା ଆହତ ଦେଇଥିବା ଅଭିଯୋଗ କରିଛନ୍ତି।

 

View this post on Instagram

 

A post shared by Kangana Thalaivii (@kanganaranaut)

The post ବିବାଦରେ ଆଲିଆଙ୍କ ବିଜ୍ଞାପନ, ଟାର୍ଗେଟ କଲେ କଙ୍ଗନା, ସମର୍ଥନ କଲେ ରବିଶଙ୍କର appeared first on Odisha Reporter.



from Odisha Reporter https://ift.tt/3EJGsZw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages