ଡେରାଡୁନ୍: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଆଜିଠୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। କରୋନା ଯୋଗୁଁ ଦୀର୍ଘ ସମୟ ଧରି ସ୍ଥଗିତ ଥିବା ଚାରିଧାମ ଯାତ୍ରା ଆଜିଠୁ ଅର୍ଥାତ୍ ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି। ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ପକ୍ଷରୁ ଏହା ଉପରୁ ଗୁରୁବାର ରୋକ ହଟାଯାଇଥିଲା। ପରେ ଶୁକ୍ରବାର ସରକାରଙ୍କ ପକ୍ଷରୁ ଚାରିଧାମ ଯାତ୍ରା ନେଇ ଏସ୍ଓପି ଜାରି ହୋଇଛି। ଯାତ୍ରା ବେଳେ କୋଭିଡ-୧୯ର ସହ ଜିଡତ ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି।
ତେବେ ଚାରିଧାମ ଯାତ୍ରା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଇ-ପାସ୍ ଦରକାର ପଡିବ। ବିନା ଇ-ପାସରେ ଠାକୁର ଦର୍ଶନ ମନା ହୋଇଛି। କେଦାରନାଥ, ବଦ୍ରିନାଥ, ଗାଙ୍ଗୋତ୍ରି ଏବଂ ଯମୁନୋତ୍ରି ଧାମର ଦର୍ଶନ ପାଇଁ ଆସୁଥିବା ଯାତ୍ରୀମାନଙ୍କୁ ପଞ୍ଜୀକରଣ କରିବାକୁ ପଡିବ। ଏହା ପରେ ଇ-ପାସ୍ ପ୍ରଦାନ କରାଯିବ। ଏହା ପରେ ହିଁ ସମସ୍ତ ଚାରୋଟି ଧାମ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ।
ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ମାର୍ଟ ସିଟି ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ। ଏଥିସହ କରୋନା ଟିକାର ଦୁଇଟି ଡୋଜ୍ ନେବାର ୧୫ ଦିନ ପରେ ପ୍ରମାଣ ପତ୍ର ଦେଖାଇବା ପରେ ହିଁ ଯାତ୍ରା ପାଇଁ ଅନୁମତି ମିଳିବ। କିନ୍ତୁ କେରଳ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଯାତ୍ରୀଙ୍କୁ କରୋନା ଟିକାର ଦୁଇଟି ଡୋଜ୍ ନେବାର ୭୨ ଘଣ୍ଟା ପରେ ଆର୍ଟି-ପସିଆର୍ ଟେଷ୍ଟ କରିବାକୁ ପଡିବ। ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସେମାନଙ୍କୁ ଚାରିଧାମ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ରେ କୁହାଯାଇଛି।
ସେପଟେ ଭକ୍ତଙ୍କ ସଂଖ୍ୟାକୁ ସୀମିତ ରଖିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ବଦ୍ରିନାଥରେ ସର୍ବାଧିକ ୧୦୦୦, କେଦାରନାଥରେ ୮୦୦, ଗାଙ୍ଗୋତ୍ରିରେ ୬୦୦ ଏବଂ ଯମୁନୋତ୍ରିରେ ୪୦୦ ଭକ୍ତଙ୍କ ସଂଖ୍ୟା ସ୍ଥିର କରାଯାଇଛି। ଛୋଟ ପିଲା, ଅସୁସ୍ଥ ବ୍ୟକ୍ତି ଏବଂ ଅଧିକ ବୟସ୍କ ଲୋକଙ୍କୁ ଯାତ୍ରା କରିବାକୁ ମନା ହୋଇଛି। ସେହିପରି ଦର୍ଶନ ପାଇଁ ଏକ ସମୟରେ କେବଳ ତିନିଜଣ ଭକ୍ତ ମନ୍ଦିରରେ ଭିତରେ ପ୍ରବେଶ କରିପାରିବେ। ମନ୍ଦିରରେ ପ୍ରତିମା କିମ୍ବା ଘଣ୍ଟି ଛୁଇଁବା ନିଷେଧ।
ଦେବସ୍ଥାନମ୍ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନାଥ ରମଣ କହିଛନ୍ତି, ତୀର୍ଥଯାତ୍ରୀମାନେ ସାମାଜିକ ଦୂରତା ସହିତ ପୂଜାରେ ଯୋଗ ଦେଇ ପାରିବେ। କିନ୍ତୁ ସେମାନଙ୍କୁ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଭକ୍ତଙ୍କୁ ପବିତ୍ର କୁଣ୍ଡରେ ବୁଡ଼ ପକାଇବାକୁ ମଧ୍ୟ ବାରଣ କରାଯାଇଛି। ଏହି ଚାରିଧାମ ଯାତ୍ର ମାର୍ଗରେ ଅନେକ ଚେକପୋଷ୍ଟ ଲଗାଯାଇଛି, ଯାହାଦ୍ୱାରା ନିୟମ ଗୁଡିକର ସଠିକ୍ ଭାବରେ ପାଳନ କରାଯାଇପାରିବ।
ମେ’ ୧୭ରେ କେଦାରନାଥ, ମେ ୧୮ରେ ବଦ୍ରିନାଥ, ମେ’ ୧୪ରେ ଯମୁନୋତ୍ରି ଏବଂ ମେ’ ୧୫ରେ ଗାଙ୍ଗୋତ୍ରିର ଦ୍ୱାର ଖୋଲାଯାଇଥିଲା କିନ୍ତୁ ସେତେବେଳେ କରୋନା ଯୋଗୁଁ ଭକ୍ତମାନଙ୍କୁ ଦର୍ଶନ ମନା ହୋଇଥିଲା।
Char Dham Yatra | Uttarakhand govt issued the SOP on Friday. Registration & e-pass will be mandatory for 'darshan' in the four dhams. Along with this, it's necessary for devotees to have either both the doses of #COVID19 vaccine or negative COVID report not older than 72 hours.
— ANI (@ANI) September 18, 2021
The post ଆଜିଠୁ ଚାରିଧାମ ଯାତ୍ରା, ଦର୍ଶନ ପାଇଁ ଜରୁରୀ ଇ-ପାସ୍ appeared first on Odisha Reporter.
from Odisha Reporter https://ift.tt/2XAt4pH
No comments:
Post a Comment