କଲ୍ୟାଣ ମଣ୍ଡପରୁ ମିଳିଲା ଝୁଲନ୍ତା ମୃତଦେହ, ଟଙ୍କା ପାଇଁ ମିଳୁଥିଲା ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 18, 2021

କଲ୍ୟାଣ ମଣ୍ଡପରୁ ମିଳିଲା ଝୁଲନ୍ତା ମୃତଦେହ, ଟଙ୍କା ପାଇଁ ମିଳୁଥିଲା ଧମକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଚାଞ୍ଚଲ୍ୟ। ଏଠାକାର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଏକ କଲ୍ୟାଣ ମଣ୍ଡପରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

ମୃତ ଯୁବକଙ୍କ ନାଁ ପ୍ରକାଶ ବଳ। ତାଙ୍କ ଘର ଯାଜପୁର ଅଞ୍ଚଳରେ। ସେ ଭୁବନେଶ୍ୱରରେ ଏକ କଲ୍ୟାଣ ମଣ୍ଡପରେ ଇଭେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ତାଙ୍କ ଝୁଲନ୍ତା ମୃତଦେହକୁ ଉକ୍ତ କଲ୍ୟାଣ ମଣ୍ଡପର ଏକ ରୁମ୍‌ରୁ ଉଦ୍ଧାର କରାଯାଇଥିଲା।

ପ୍ରକାଶଙ୍କ ପରିବାର ଲୋକେ କହିଛନ୍ତି ଯେ କିଛି ଦିନ ତଳେ ସେ ୩୦ ହଜାର ଟଙ୍କା ମାଗିଥିଲେ। କାହିଁକି ତାଙ୍କର ଟଙ୍କା ଦରକାର ବୋଲି ତାଙ୍କ ମା’ ପଚାରିଥିଲେ। ପ୍ରକାଶ କହିଥିଲେ ଯେ ସେ ୩୦ ହଜାର ଟଙ୍କା ଧାର କରିଥିଲେ ଓ ସେମାନେ ତାଙ୍କୁ ମାରି ଦେବାକୁ ଧମକ ଦେଉଛନ୍ତି।

ଏଭଳି ଅଭିଯୋଗକୁ କଲ୍ୟାଣ ମଣ୍ଡପ କର୍ତ୍ତୃପକ୍ଷ ଖଣ୍ଡନ କରିଥିବା ବେଳେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

The post କଲ୍ୟାଣ ମଣ୍ଡପରୁ ମିଳିଲା ଝୁଲନ୍ତା ମୃତଦେହ, ଟଙ୍କା ପାଇଁ ମିଳୁଥିଲା ଧମକ appeared first on Odisha Reporter.



from Odisha Reporter https://ift.tt/3AmzHKq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages