ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଜ୍ୱାଇଁ ଓ ଓକିଲଙ୍କୁ ଗିରଫ କଲା ସିବିଆଇ। ବୁଧବାର ଏ ଦୁଇ ଜଣଙ୍କୁ ତାଙ୍କ କାର୍ ଅଟକାଇ ସିବିଆଇ ଉଠାଇ ନେଇଥିବା ସୂଚନା ମିଳିଛି। ଜ୍ୱାଇଁ ଗୌରବ ଚତୁର୍ବେଦୀ ଏବଂ ଓକିଲ ଆନନ୍ଦ ଡାଗାଙ୍କୁ ପଚରାଉଚରା କରିଥିଲେ। ପରେ ଉଭୟ ବିରୋଧରେ ମାମଲା ରୁଜୁ କରି ଗିରଫ କରାଯାଇଥିଲା ।
ଅନୀଲ ଦେଶମୁଖ ଆର୍ଥିକ ଦୁର୍ନୀତି ମାମଲାରେ ଓକିଲ ଆନନ୍ଦ ଡାଗାଙ୍କ ପରେ ସିବିଆଇ ବର୍ତ୍ତମାନ ନିଜର ଜଣେ ଅଧିକାରୀଙ୍କୁ ଗିରଫ କରିଛି। ସିବିଆଇ ସବ୍-ଇନ୍ସପେକ୍ଟର ଅଭିଷେକ ତିୱାରୀ ଲାଞ୍ଚ ନେଇ ପ୍ରାଥମିକ ତଦନ୍ତ ରିପୋର୍ଟ ଲିକ୍ କରିଥିବା ଅଭିଯୋଗ ହୋଇଛି। ଅଭିଷେକ ତିୱାରୀ ବର୍ତ୍ତମାନ ସିବିଆଇରେ ଅଟକ ଅଛନ୍ତି ।
ସେପଟେ ସିବିଆଇ ଏଭଳି ତାଙ୍କୁ ହଠାତ୍ ଗିରଫ କରିବାକୁ ନେଇ କଂଗ୍ରେସ ବିରୋଧ କରିଛି। କଂଗ୍ରେସ ଜାତୀୟ ମୁଖପାତ୍ର ନୱାବ ମଲ୍ଲିକ କହିଛନ୍ତି, ଦେଶମୁଖଙ୍କ ଝିଅ, ଜ୍ୱାଇଁ ଏବଂ ବୋହୂ ବୁଧବାର ସନ୍ଧ୍ୟାରେ ନିଜ ଓକିଲ ସହ ବର୍ଲି ସ୍ଥିତ ବାସଭବନରୁ ବାହାରି କେଉଁଆଡେ କର୍ ଯୋଗେ ଯାଉଥିଲେ। ଏହି ସମୟରେ ସିବିଆଇ ତାଙ୍କୁ ହଠାତ ଅଟକାଇଥିଲା। ସେମାନଙ୍କୁ କାର୍ରୁ ଓହ୍ଲଇବାକୁ କହିଥିଲା। ପରେ ଅନୀଲ ଦେଖମୁଖଙ୍କ ଜ୍ୱାଇଁ ଓ ତାଙ୍କ ଓକିଲଙ୍କୁ ସାଙ୍ଗରେ ନେଇ ଚାଲିଯାଇଥିଲା। କୌଣସି ପୂର୍ବ ସୂଚନା କିମ୍ବା ବିନା ନୋଟିସ୍ରେ ସିବିଆଇ ତାଙ୍କୁ ବେଆଇନ୍ ଭାବେ ଗିରଫ କରିଛି। ଦେଶରେ ଆଇନ କାନୁନର ଶାସନ ଚାଲିଛି ନା ଶାସକଙ୍କ ଆଇନ୍ ଚାଲିଛି ବୋଲି କଂଗ୍ରେସ ମୁଖପାତ୍ରପ୍ରଶ୍ନ ଉଠାଇଛନ୍ତି।
ରାଜ୍ୟ କଂଗ୍ରେସ ମୁଖପାତ୍ର ସଚିନ ସାୱନ୍ତ ଏହି ପଦକ୍ଷେପକୁ ଅତ୍ୟନ୍ତ ଗମ୍ଭୀର ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି, ‘ବିନା କୌଣସି ନୋଟିସରେ ସେମାନଙ୍କୁ ଗିରଫ କରାଯାଇଛି। ଆଇନଗୁଡିକୁ ଭଙ୍ଗ କରାଯାଉଛି ଏବଂ ଦେଶ ‘ମୋଦି-ଶାହି’ ଦ୍ୱାରା ପରିଚାଳିତ ହେଉଛି। ତେଣୁ ମୋଦି ସରକାର ଆନୁଷ୍ଠାନିକ ଭାବରେ ଘୋଷଣା କରିବା ଉଚିତ- ‘ଆମେ ଯାହା କହୁଛୁ ଆଇନ’ ଅଟେ।’
ଚାରିଦିନ ତଳେ ଅନୀଲ ଦେଶମୁଖଙ୍କୁ କଥିତ ରୂପେ କ୍ଲିନ୍ ଚିଟ୍ ଦେବା ସମ୍ମନ୍ଧରେ ପ୍ରାଥମିକ ଅନୁସନ୍ଧାନର ରିପୋର୍ଟ ଶନିବାର ଦିନ ଲିକ୍ ହୋଇଛି। ତେବେ ରିପୋର୍ଟ ଲିକ୍ ହେବା ପରେ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ସିବିଆଇ । ଏଥିରେ ଦେଶମୁଖଙ୍କ ଟିମ୍, ଏଜେନ୍ସିର ଜଣେ ଉପ ନୀରିକ୍ଷକ ଅଧିକାରୀଙ୍କୁ କଥିତ ରୂପରେ ଲାଞ୍ଚ ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା ।
ସୂଚନାଯୋଗ୍ୟ, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ପ୍ରଥମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଅନୀଲ ଦେଶମୁଖଙ୍କ ବିରୋଧରେ ଟଙ୍କା ଆଦାୟ ଅଭିଯୋଗ ଆଣିଥିଲେ। ମାସିକ ୧୦୦ କୋଟିର ବଟି ଆଦା କରିବା ପାଇଁ ଅନୀଲ ଦେଶମୁଖ ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଗାଡ଼ି ଜବତ ଘଟଣାରେ ଗିରଫ ନିଲମ୍ବିତ ପୁଲିସ୍ ଅଧିକାରୀ ସଚିବ ବାଜେଙ୍କୁ କହିଥିବା ପରମବୀର ଚିଠିରେ ଲେଖିଥିଲେ।
ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଓ ଇଡି ତଦନ୍ତ କରୁଛି। ଦେଶମୁଖଙ୍କ ବିରୋଧରେ ଇଡି ମନି ଲଣ୍ଡିରିଂ ମାମଲା ରୁଜୁ କରି ତଦନ୍ତ କରୁଛି। ନିକଟରେ ଇଡିର ଅଧିକାରୀମାନେ ଦେଶମୁଖଙ୍କ ପିଏସ୍ ସଞ୍ଜୀବ ପଲାଣ୍ଡେ ଓ ପିଏ କୁନ୍ଧନ ସିନ୍ଧେଙ୍କୁ ମଧ୍ୟ ଗିରଫ କରିଥିଲା।
The post ଅନୀଲ ଦେଶମୁଖଙ୍କ ଜ୍ୱାଇଁ ଓ ଓକିଲ ଗିରଫ appeared first on Odisha Reporter.
from Odisha Reporter https://ift.tt/3zFxIAn
No comments:
Post a Comment