ବିଏମ୍‌ସିର ଗଶେଶ ପୂଜା ଗାଇଡଲାଇନ୍‌: ପୂଜକଙ୍କ ବ୍ୟତୀତ ସମସ୍ତଙ୍କୁ ପେଣ୍ଡାଲ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 1, 2021

ବିଏମ୍‌ସିର ଗଶେଶ ପୂଜା ଗାଇଡଲାଇନ୍‌: ପୂଜକଙ୍କ ବ୍ୟତୀତ ସମସ୍ତଙ୍କୁ ପେଣ୍ଡାଲ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ପାର୍ବଣ ଋତୁ। ରାଜ୍ୟରେ ଧିରେ ଧିରେ ତଳମୁହାଁ ହେଉଥିବା ମହାମାରୀ ପାର୍ବଣ ସମୟରେ ପୁଣି ନିଜ କୋପ ଦେଖାଇବାର ଭୟ ଘାରିଛି। ତେଣୁ ଆସନ୍ତା ୧୦ ତାରିଖରେ ପାଳିତ ହେବାକୁ ଥିବା ଗଶେଶ ପୂଜା ପାଇଁ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍‌।

BMC ପକ୍ଷରୁ ଜାରି ନୂଆ ଗାଇଡଲାଇନ ଅନୁଯାୟୀ, ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା କରିବାକୁ  ଅନୁମତି ମିଳିବ । ପୂଜା ପାଇଁ କମିଶନରେଟ ପୁଲିସ୍‌ର ଅନୁମତି ନେବାକୁ ପଡ଼ିବ । ମଣ୍ଡପ/ପେଣ୍ଡାଲର ୩ ପାର୍ଶ୍ୱ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚତୁର୍ଥ ପଟ ବି ବନ୍ଦ ରହିବ, କିନ୍ତୁ କେବଳ ପୂଜକଙ୍କୁ ପ୍ରବେଶ ଅନୁମତି ମିଳିବ । ଶ୍ରଦ୍ଧାଳୁଙ୍କୁ ମଣ୍ଡପ/ପେଣ୍ଡାଲ ଆସିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।ଏହାବାଦ  ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ ।

ଏହାବାଦ ମୂର୍ତ୍ତି ୪ ଫୁଟ ଉଚ୍ଚତାରୁ ଅଧିକ କରାଯାଇ ପାରିବ ନାହିଁ । ପୂଜା ବେଳେ ପୂଜକଙ୍କୁ ମିଶାଇ ଏକସଙ୍ଗେ ୭ରୁ ଅଧିକଙ୍କୁ ଏକାଠି  ହେବାକୁ ମନା କରାଯାଇଛି।  ଯେଉଁମାନେ ୨ଟି ଡୋଜ୍ ଟିକା ନେଇଥିବେ ସେମାନଙ୍କୁ କେବଳ ଅନୁମତି ମିଳିବ। ବିସର୍ଜନ ଶୋଭାଯାତ୍ରା  ପାଇଁ ଅନୁମତି ନାହିଁ, କୃତ୍ରିମ ପୁଷ୍କରିଣୀରେ ବିସର୍ଜନ କରାଯିବ।  ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ପିଲାଙ୍କୁ ନେଇ ପୂଜା ଅନୁମତି ମିଳିଛି । କୌଣସି ପ୍ରକାର ପ୍ରସାଦ ସେବନ କିମ୍ବା ଭୋଜିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ସୂଚନାଯୋଗ୍ୟ, ଗତ ମାସରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପୂଜା ପାଇଁ ଗାଇଡଲାଇନ୍‌ ଜାରି ହୋଇଥିବା ବେଳେ ଏହାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ବିରୋଧ କରାଯାଇଥିଲା।  ଏଥିରେ ପୂଜା ମଣ୍ଡପ ପାଇଁ କେତେକ ନିୟମ ରଖାଯାଇଥିଲା । ନୂଆ ନିୟମରେ ମଣ୍ଡପର ତିନି ପାର୍ଶ୍ୱ ବନ୍ଦ ରଖାଯିବ, ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରଖି ପୂଜା କରିବାକୁ କୁହାଯାଇଥିଲା। ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ଓ ପ୍ରତିମାର ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ପୂଜା ମଣ୍ଡପରେ ଏକ ସମୟରେ ପୂଜକ, ଆୟୋଜକ ଓ କର୍ତ୍ତାଙ୍କୁ ମିଶାଇ  ୭ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଥିଲା ।  ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା।

ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ଭିତରେ ରହିଲେ କରୋନା କିପରି କମିବ ବୁଝାପଡ଼ୁନି। ମୂର୍ତ୍ତିର ଉଚ୍ଚତା କମିବା ସହିତ କରୋନା କମିବାର କି ସମ୍ପର୍କ ଅଛି ବୁଝି ହେଉନି ବୋଲି କହିଥିଲେ କଟକ ମହାନଗର ପୂଜା କମିଟିର ସଂପାଦକ ତଥା ବିଜେଡି ନେତା ପ୍ରଭାତ ତ୍ରିପାଠୀ । ଏଥିସହ ସେ କହିଥିଲେ, ସରକାର ସର୍ବମୟ କର୍ତ୍ତା। ଗତବର୍ଷର ନିଷ୍ପତ୍ତିକୁ ଏଥର ଆଖି ବୁଜି ସରକାର ଲାଗୁ କରିଦେଲେ। କିଛି ମୁଣ୍ଡ ଖଟାଇବାର ଆବଶ୍ୟକତା ଥିଲା ।  ମୂର୍ତ୍ତି ରହୁ। ଆଗରେ ପରଦା ଢ଼ାଙ୍କି ପୂଜା କରିବାର ମାନେ କିଛି ନାହିଁ। ରାଜ୍ୟ ସରକାର ଧର୍ମୀୟ ଭାବନାକୁ ନେଇ ନିଷ୍ପତ୍ତି ନିଅନ୍ତୁ । ନିୟମ ଟିକେ କୋହଳ ହେଲେ କରୋନା ବ୍ୟାପିବ ନାହିଁ ବୋଲି ପ୍ରଭାତ କହିଥିଲେ ।

The post ବିଏମ୍‌ସିର ଗଶେଶ ପୂଜା ଗାଇଡଲାଇନ୍‌: ପୂଜକଙ୍କ ବ୍ୟତୀତ ସମସ୍ତଙ୍କୁ ପେଣ୍ଡାଲ ମନା appeared first on Odisha Reporter.



from Odisha Reporter https://ift.tt/3kQfjuH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages