ଘର ବାହାରେ ବସିଥିବା ବେଳେ ହଠାତ ଫୁଟିଲା ଗୁଳି, ଦୁଇ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 5, 2021

ଘର ବାହାରେ ବସିଥିବା ବେଳେ ହଠାତ ଫୁଟିଲା ଗୁଳି, ଦୁଇ ମୃତ

ପାଟଣା: ରବିବାର ସକାଳୁ ଉଠି ଘର ବାହାରେ ପରିବାର ଲୋକଙ୍କ ସହ ବସିଥିଲେ। ହେଲେ ଦୁର୍ବୃତ୍ତ ଆସି ହଠାତ୍ ଗୁଳି ଚଳାଇବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ତିନି ଜଣ ଦୁର୍ବୃତ୍ତ ହଠାତ୍ ଆସି ଏପରି କାଣ୍ଡ ଭିଆଇଛନ୍ତି। ଯେଉଁଥିରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ରହିଛନ୍ତି। ବିହାରର ବିହଟା ଥାନା ଅଧୀନରେ ଥିବା କିଶନପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି।

ମୃତକ ହେଲେ ରାହୁଲ କୁମାର ଏବଂ ପ୍ରଦୀପ କୁମାର। ଗୁରୁତର ଜଣଙ୍କ ହେଲେ ଉଭୟ ଅଜିତ କୁମାର। ଯିଏକି ଗୁଳିର ଶିକାର ହେବା ପରେ ଆହତ ହୋଇ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ରାହୁଲ, ପ୍ରଦୀପ ଏବଂ ଅଜିତ ନିଜ ଘର ବାହାରେ ବସିଥିବାବେଳେ ତିନି ଜଣ ଦୁର୍ବୃତ୍ତ ହଠାତ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଅଜିତ ଗୁରୁତର ହୋଇଥିବା ବେଳେ ମୁଣ୍ଡରେ ଗୁଳି ବାଜିବା ପରେ ରାହୁଲ ଏବଂ ପ୍ରଦୀପଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଗୁଳି ବିନିମୟ ହେବା ମାତ୍ରେ ବହୁ ସଂଖ୍ୟାରେ ଗ୍ରାମବାସୀ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଗୋଡ଼ାଇଥିଲେ। ନିଜ ସୁରକ୍ଷା ପାଇଁ ଦୁର୍ବୃତ୍ତ ମଧ୍ୟ ଗ୍ରାମବାସୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତେଣୁ ଦୁର୍ବୃତ୍ତ ଖସିଯିବାରେ ସଫଳ ହୋଇଥିଲେ। ଲୋକେ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଆଜି ରାସ୍ତା ଅବରୋଧ କରିଥିଲେ। ଯାତାୟତ ବାଧାପ୍ରାପ୍ତ ହେବା ପରେ ଦାନାପୁର ଏସଡିପିଓ ବିନୀତ କୁମାର ଘଟଣାସ୍ଥଳକୁ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ସେ କହିଛନ୍ତି, ଆମେ ଅଜ୍ଞାତ ଆକ୍ରମଣକାରୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛୁ। ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରଖିଛୁ।

The post ଘର ବାହାରେ ବସିଥିବା ବେଳେ ହଠାତ ଫୁଟିଲା ଗୁଳି, ଦୁଇ ମୃତ appeared first on Odisha Reporter.



from Odisha Reporter https://ift.tt/38Fzfe7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages