ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ମେ’ରେ ହୋଇଥିଲା ବାହାଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 5, 2021

ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ମେ’ରେ ହୋଇଥିଲା ବାହାଘର

ପୋଲସରା (ଅକ୍ଷୟ ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସୋଡ଼କ ପଞ୍ଚାୟତ ସାହିରେ ଏକ ଘରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ବିପିନ ଗୌଡ଼ ଓ ତାଙ୍କ ପତ୍ନୀ।

ବିପିନଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ପତ୍ନୀଙ୍କ ମୃତଦେହ ଖଟ ଉପରେ ପଡ଼ିଥିଲା। ତାଙ୍କ ପତ୍ନୀଙ୍କ ବେକରେ କଟା ଦାଗ ଦେଖିବାକୁ ମିଳିଛି। ତେଣୁ ବିପିନ ପ୍ରଥମେ ତାଙ୍କୁ ମାରି ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଆସି ଯାଞ୍ଚ କରିଛି। ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି।

ଗାଁର ପାଣ ଗୌଡ଼ଙ୍କ ତୃତୀୟ ପୁଅ ବିପିନ ଗତ ମେ’ ମାସରେ ବାହା ହୋଇଥିଲେ। ବାଲିପଦର ଫାଣ୍ଡି ଅନ୍ତର୍ଗତ ଅରଖପୁରରେ ତାଙ୍କ ବାହାଘର ହୋଇଥିଲା। କେଉଁ କାରଣରୁ ଏମିତି ଏକ ଘଟଣା ଘଟିଲା, ତାହା ଜଣାପଡ଼ି ନାହିଁ।

ବିପିନଙ୍କ ବାପା କହିଛନ୍ତି ଯେ ସେ ସକାଳେ ଉଠି ଜମିକୁ ଯିବାକୁ ବାହାରିଥିଲେ। ସେ ବିପିନଙ୍କୁ ଡାକିଥିଲେ। ସେ ନଶୁଣିବାରୁ ତାଙ୍କ ରୁମ୍‌କୁ ଯାଇଥିଲେ। ସେଠାରେ ସେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ବୋହୂ ଖଟର ଉପରେ ପଡ଼ି ରହିଥିଲା। କ’ଣ ଘଟିଲା, ସେ ଜାଣି ନାହାନ୍ତି ବୋଲି କହିଛନ୍ତି।

The post ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ମେ’ରେ ହୋଇଥିଲା ବାହାଘର appeared first on Odisha Reporter.



from Odisha Reporter https://ift.tt/3BH0ZeK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages