କୂଳକୁ ଆସୁଛି ହାତୀ, ହେଲେ ଗହଳିକୁ ଡରୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 24, 2021

କୂଳକୁ ଆସୁଛି ହାତୀ, ହେଲେ ଗହଳିକୁ ଡରୁଛି

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି କଟକର ମୁଣ୍ଡଳି ବ୍ୟାରେଜରେ ମହାନଦୀରେ ଫସି ରହିଥିବା ଦନ୍ତା ହାତୀଟି ଏବେ ନିଜ ଉଦ୍ୟମରେ କୂଳରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛି। ନଦୀର ପ୍ରଖର ସ୍ରୋତକୁ କାଟି ଦନ୍ତାଟି ଆଠଗଡ଼ ପଟକୁ ଯିବାକୁ ଚେଷ୍ଟା ଚଳାଇଛି।   ତେବେ ହାତୀକୁ କାଳ ସାଜିଛି ଗହଳି।  ଅତ୍ୟଧିକ ଲୋକ ଗହଳି ଯୋଗୁ କୂଳକୁ ଆସିବାକୁ ଚେଷ୍ଟା ଚଳାଇଥିବା ହାତୀଟି ଭୟଭୀତ ହୋଇ ପଡ଼ିଛି।

ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ  କରୁଛନ୍ତି । ହାତୀକୁ ଉଦ୍ଧାର କରିବା ଲାଗି ବନ ବିଭାଗର ୧୦ ଜଣିଆ ବିଶେଷଜ୍ଞ ଦଳ ମୁଣ୍ଡଳିରେ ପହଞ୍ଚିଛି । ଆଠଗଡ଼, ଡମପଡ଼ା, ଚନ୍ଦକାର ବନ ଅଧିକାରୀ ମୁଣ୍ଡଳିଠାରେ ଉପସ୍ଥିତ ରହି ହାତୀକୁ ଉଦ୍ଧାର କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।

ଅତ୍ୟଧିକ ଗହଳି ଯୋଗୁ ଚିନ୍ତା ପ୍ରକଟ କରି ଡିଏଫଓ କହିଛନ୍ତି,  ହାତୀଟି ନିଜ ଉଦ୍ୟମରେ କୂଳ ଆଡକୁ ଯାଉଛି । ଆଉ ମାତ୍ର ୧୦୦ ମିଟର ବ୍ୟବଧାନରେ ହାତୀଟି ରହିଥିବା ଜଣାଯାଇଛି। ହାତୀ ପାଇଁ କୌଣସି ସମସ୍ୟା ନାହିଁ, ଗହଳି ପାଇଁ ସମସ୍ୟା ସୃଷ୍ଟି ହେଉଛି । ବ୍ରିଜ ଉପରେ ଗହଳି ଯୋଗୁଁ ହାତୀ ଭୟଭୀତ ହେବା ଆଶଙ୍କା ପ୍ରକଟ ପାଇଛି। ବ୍ରିଜ ଉପରୁ ଲୋକଙ୍କୁ ହଟାଇବା ପାଇଁ ପୋଲିସକୁ କୁହାଯାଇଛି। ଗହଳି ନ ହଟିଲେ ହାତୀ ଉଦ୍ଧାରରେ ସମସ୍ୟା ଦେଖାଦେବ ।

ସୂଚନାଯୋଗ୍ୟ,  ଆଠଗଡ଼ ସୁକାସନ ଜଙ୍ଗଲରୁ  ୧୮ ଟିକିଆ ହାତୀ ପଲ  ମହାନଦୀ ପାର୍ ହୋଇ ବାଙ୍କୀ, ଡମପଡ଼ା-ଚନ୍ଦକା ଜଙ୍ଗଲ  ଅଭିମୁଖେ ଯାଉଥିଲେ । ୧୭ଟି ହାତୀ ନଦୀ ପାର୍ ହୋଇଯାଇଥିବାବେଳେ ଏହି ହାତୀଟି ଭାସି ଯାଇଥିଲା । ଦନ୍ତା ଭାସିଯିବାରୁ ତାକୁ ଉଦ୍ଧାର କରିବା ଲାଗି ଆଉ ୨ ହାତୀ ନଦୀରେ ପୁଣି ପଶିଥିଲେ । ହେଲେ ସେ ୨ଟି ହାତୀ ମଧ୍ୟ ସୁଅରେ ଭାସି ମୁଣ୍ଡଳି ବ୍ୟାରେଜ ପାଖ ଅନନ୍ତପୁରରେ ଲାଗି ଉପରକୁ ଉଠିଛନ୍ତି । ହେଲେ ହାତୀଟି ଏ ଯାଏ ନଦୀ ଭିତରେ ଫସି ରହିଛି । ଅନ୍ୟପକ୍ଷରେ ନଦୀ ଭିତରେ ଫସି ରହିଥିବା ହାତୀକୁ ଦଉଡ଼ି ଯୋଗେ କଦଳୀ ଖାଇବା ଲାଗି ଦିଆଯାଇଛି।

The post କୂଳକୁ ଆସୁଛି ହାତୀ, ହେଲେ ଗହଳିକୁ ଡରୁଛି appeared first on Odisha Reporter.



from Odisha Reporter https://ift.tt/39yiFNz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages