ଆଜି ଭାରତ ବନ୍ଦ, ଦିଲ୍ଲୀ-ମିରଟ ହାଇୱେରେ ଟ୍ରାଫିକ୍‌ ଜାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 26, 2021

ଆଜି ଭାରତ ବନ୍ଦ, ଦିଲ୍ଲୀ-ମିରଟ ହାଇୱେରେ ଟ୍ରାଫିକ୍‌ ଜାମ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଦୀର୍ଘ ୧୧ମାସ ହେଲା ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପୁଣି ଥରେ ଆକ୍ସନ ମୋଡକୁ ଚାଲି ଆସିଛି। ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ବହୁ ରାଜନୈତିକ ଦଳ ସମର୍ଥନ କରୁଥିବାରୁ ଏହା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବିଭିନ୍ନ ସ୍ଥାନକୁ ପୁଲିସ୍‌ ଛାଉଣୀରେ ପରିଣତ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏପରିକି ଦିଲ୍ଲୀ ଭିତରକୁ ଯେପରି ଆନ୍ଦୋଳନକାରୀ ପ୍ରବେଶ କରି ନ ପାରିବେ ସେଥିନିମନ୍ତେ ବ୍ୟାପକ ବ୍ୟବସ୍ଥା ଗଅହଣ କରାଯାଇଛି।

କଂଗ୍ରେସ, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଟିଡିପି, ବସପା, ଲେଫ୍ଟ ପାର୍ଟି ସ୍ୱରାଜ ଇଣ୍ଡିଆ ପ୍ରମୁଖ ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି। ଟିଏମ୍‌ସି କୃଷକଙ୍କ ଦାବିକୁ ସମର୍ଥନ ଜଣାଇଥିବା ବେଳେ ଭାରତ ବନ୍ଦକୁ ନିଜ ସମର୍ଥନ ଦେଇନାହିଁ।   ଆଜି ଭାରତ ବନ୍ଦ ଡାକରାକୁ ଦେଖି ଦିଲ୍ଲୀ, ୟୁପି ଓ ଆଖପାଖ ଅଞ୍ଚଳରେ ପୁଲିସ୍‌ ଆଲର୍ଟ ଜାରି କରାଯାଇଛି।

ଆନ୍ଦୋନଳକାରୀମାନେ ସକାଳୁ ସକାଳୁ ଦିଲ୍ଲୀ-ମିରଟ ଏକ୍ସପ୍ରେସ ହାଇୱେକୁ ଗାଜିପୁର ବର୍ଡରରେ ବନ୍ଦ କରି ଦେଇଛନ୍ତି। ଏଥିସହ ଏନଏଚ-୯, ଏନଏଚ-୨୪ କୁ ମଧ୍ୟ ଜାମ୍‌ କରି ଦେଇଛନ୍ତି।

ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଟ୍ୱିଟ କରାଯାଇ ସାଧାରଣ ଲୋକଙ୍କୁ ଟ୍ରାଫିକ ଅପଡେଟ ଦିଆଯାଉଛି। ୟୁପିରୁ ଗାଜିପୁର ଅଭିମୁଖେ ଯାଉଥିବା ଟ୍ରାଫିକ୍‌କୁ  ସାମୟିକ ବନ୍ଦ କରାଯାଇଥିବା ଟ୍ୱିଟ କରାଯାଇଛି। ଅପରପକ୍ଷେ, ଗାଜିଆବାଦ ପୁଲିସ୍‌ ପକ୍ଷରୁ ମଧ୍ୟ ଟ୍ରାଫିକ ଡାଇଭର୍ସନକୁ ନେଇ ଯାତ୍ରୀଙ୍କୁ ଆଲର୍ଟ କରାଯାଇଛି।  ଏହାବାଦ ହରିଆଦାର ବହାଦୁରଗଡ଼ରେ କୃଷକ ରେଳୱେ ଟ୍ରାକ୍‌ ଉପରେ ବସି ଯାଇଥିବାରୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।

କୃଷକଙ୍କ ଭାରତ ବନ୍ଦ ଡାକରାକୁ ଆଖି ଆଗରେ ରଖି ଦିଲ୍ଲୀ, ଗାଜିଆବାଦ ଓ ନୋଏଡା ପୁଲିସ୍‌ ପକ୍ଷରୁ ପୂର୍ବରୁ ଟ୍ରାଫିକ ଡାଇଭର୍ସନ ରୁଟ୍‌ ସମ୍ପର୍କରେ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଆଡଭାଇଜରୀ ଜାରି କରାଯାଇ କାମକୁ ଯିବା ପୂର୍ବରୁ ରୁଟ୍‌ ସମ୍ପର୍କରେ ଜାଣି ରଖିବାକୁ ପୁଲିସ୍‌ ପକ୍ଷରୁ ନିବେଦନ ଦିଆଯାଇଛି।

ବିବାଦୀୟ କୃଷି ଆଇନକୁ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ନିଜ ଜ୍ଦ୍‌ରେ କୃଷକ ସଙ୍ଗଠନ ଅଡ଼ି ବସିଥିବା ବେଳେ ଏନେଇ ପୁଣି ଥରେ ଆଲୋଚନା ଆରମ୍ଭ କରିବାକୁ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଛି। ଏନେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, କୃଷକମାନେ ଆନ୍ଦୋଳନ ରାସ୍ତା ଛାଡ଼ି ଆଲୋଚନା ପାଇଁ ଆଗେଇ ଆସନ୍ତୁ। ସରକାର ସେମାନଙ୍କ ଅଭିଯୋଗକୁ ନିଶ୍ଚିତ ଭାବେ ତର୍ଜମା କରିବେ । ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ କୃଷକମାନେ ମଧ୍ୟ ଏଥିନିମନ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି।

ଆନ୍ଦୋଳନକାରୀଙ୍କୁ କୌଣସି ବି ପରିସ୍ଥିତିରେ ଦିଲ୍ଲୀରେ ପଶିବାକୁ ଦିଆଯିବନି ବୋଲି ଦିଲ୍ଲୀ ପୁଲିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥିନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୀମାବର୍ତ୍ତୀ ଅଞ୍ଚଳରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିବା ବେଳେ ଇଣ୍ଡଆ ଗେଟ୍‌, ବିଜୟ ଚୌକ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

The post ଆଜି ଭାରତ ବନ୍ଦ, ଦିଲ୍ଲୀ-ମିରଟ ହାଇୱେରେ ଟ୍ରାଫିକ୍‌ ଜାମ appeared first on Odisha Reporter.



from Odisha Reporter https://ift.tt/3CFZDBw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages