ଦୁଇଟି କାରରେ ନେଉଥିଲେ, ବାଟରେ ଧରିଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 26, 2021

ଦୁଇଟି କାରରେ ନେଉଥିଲେ, ବାଟରେ ଧରିଲା ପୁଲିସ

ଲମତାପୁଟ (ଓଡ଼ିଶା ରିପୋର୍ଟର):  ଦୁଇଟି କାରରେ ଭର୍ତ୍ତି କରି ଗଞ୍ଜେଇ ନେଉଥିଲେ। ଭାବିଥିଲେ କେହି ଧରିବେନି। କିନ୍ତୁ ଏହି ଚାଲ୍‌ ଫେଲ୍ ମାରିଲା। ପୁଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହିତ ସେମାନଙ୍କୁ ଗିରଫ କରିଛି।

କୋରାପୁଟ ଜିଲ୍ଲା ଲମତାପୁଟରେ ଏପରି ଘଟଣା ଘଟିଛି। ପୁଲିସ ଗଞ୍ଜେଇ ଭର୍ତ୍ତି ଦୁଇଟି କାର ଜବତ କରିବା ସହ ୪ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ।  ଏହା ସହ ପୁଲିସ ୨ଟି କାର,୭ଟି ମୋବାଇଲ ଓ ୪ହଜାର ୧୩୦ ଟଙ୍କା  ଜବତ କରିଛି।

ମିଳିଥିବା ସୂଚନା ଅନୁସାରେ,ଆନ୍ଧ୍ରପ୍ରଦେଶର ନର୍ସିପାଟଣା ପାଡେର ଅଞ୍ଚଳରୁ ଲମତପୁଟ ରାସ୍ତା ଦେଇ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ,ଲମତାପୁଟ ଓ ଜଲାପୁଟ ପୁଲିସ ମିଳିତ ଭାବେ ସଗର ଗାଁ ନିକଟ ଛକରେ ନାକାବନ୍ଧି କରି ଗାଡି ମୋଟର ଯାଞ୍ଚ କରିଥିଲେ। ଆଜି ଭୋରରୁ ଆନ୍ଧ୍ରପ୍ରଦେଶରୁ ୨ଟି କାର ଲମତପୁଟ ରାସ୍ତା ଦେଇ ମଧ୍ୟପ୍ରଦେଶ ଅଭିମୁଖେ ଯାଉଥିଲା। ଏହି ସମୟରେ ପୁଲିସ ସଗର ଗାଁ ନିକଟରେ ଗାଡ଼ିଟିକୁ ଅଟକାଇଥିଲା। ପରେ ଗାଡ଼ିଟିକୁ ଯାଞ୍ଚ କଲା ବେଳେ ୨୦୦କେଜି ଗଞ୍ଜେଇ ମିଳିଥିଲା।ପୁଲିସ ଘଟଣାର ତଦନ୍ତ କରୁଛି।

The post ଦୁଇଟି କାରରେ ନେଉଥିଲେ, ବାଟରେ ଧରିଲା ପୁଲିସ appeared first on Odisha Reporter.



from Odisha Reporter https://ift.tt/3oapnC7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages