ମମତାଙ୍କୁ ମାତ୍‌ ଦେବା ପାଇଁ ବିଜେପି ବଦଳାଇଲା ରଣନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 18, 2021

ମମତାଙ୍କୁ ମାତ୍‌ ଦେବା ପାଇଁ ବିଜେପି ବଦଳାଇଲା ରଣନୀତି

କୋଲକାତା: ନନ୍ଦିଗ୍ରାମରେ ମମତାଙ୍କୁ ଚେକ୍‌ ଦେଇଥିଲା ବିଜେପି। ଏବେ ପଶ୍ଚିମବଙ୍ଗ ମଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରୋଇ ଆସନ ଭବାନୀପୁରରେ ମଧ୍ୟ ବିଜେପି ମମତାଙ୍କୁ ମାତ୍‌ ଦେବାକୁ ଅଣ୍ଟା ଭିଡିଛି। ଏଥିପାଇଁ ବିଜେପି ତାର ନିର୍ବାଚନୀ ଷ୍ଟ୍ରୋଟେଜି ବଦଳାଇଛି। ‘ଅବକି ବାର୍‌ ‘ସିକ୍ରେଟ ପ୍ରଚାର” କରୁଛି ବିଜେପି।

ଏଥିର ନିର୍ବାଚନୀ ରାଲି ପରିବର୍ତ୍ତେ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲ ଭୋଟ ଯୋଗାଡ଼ କରିବେ ବୋଲି ବିଜେପି ନିଷ୍ପତ୍ତି ନେଇଛି। ଶୁକ୍ରବାର ରାଜ୍ୟ ବିଜେପିର ସଭାପତି ତଥା ସାଂସଦ ଦିଲୀପ ଘୋଷ ଏହା କହିଛନ୍ତି।

ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଯେଉଁ ହିଂସା ଘଟିଥିଲା ସେଥୁରି ଶିକ୍ଷା ନେଇ ନିଜ ରଣନୀତି ବଦଳାଇ ଦେଇଛି ବିଜେପି। ଏଥର ନିର୍ବାଚନ ପ୍ରଚାରର ଦଳ ନୀରବ ନୀତି ଗ୍ରହଣ କରିଛି। ପୂର୍ବ ନିର୍ବାଚନରେ ଆମେ ଗଣମାଧ୍ୟମ ସହିତ ପ୍ରଚାର କରୁଥିଲୁ, ଟିଏମସି କର୍ମୀମାନେ ପରେ ସେଠାରେ ପହଞ୍ଚି ଲୋକଙ୍କୁ ଧମକ ଦେଉଥିଲେ। ସେଥିପାଇଁ ଆମେ ରଣନୀତି ଅନୁଯାୟୀ କାର୍ଯ୍ୟ କରୁଛୁ। ଆମର ନେତା-କର୍ମୀମାନେ ଘରକୁ ଘର ବଲି ଲୋକଙ୍କୁ ଭେଟୁଛନ୍ତି ବୋଲି ଦୀଲିପ ଘୋଷ କହିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ହିନ୍ଦୁ କହୁଥିବା ଏବଂ ଅଣ ବଙ୍ଗାଳୀଙ୍କୁ ଟାର୍ଗେଟ କରାଯାଇଥିଲା। ତାଙ୍କୁ ଧମକାଇବା ସହ ତାଙ୍କର ଘର ଏବଂ ଗାଡି ଭାଙ୍ଗି ଦିଆଯାଇଥିଲା। ସେମାନେ ଭୟଭୀତ ହୋଇଯାଇଥିଲେ। ଯଦି ପୁଣି ଆମେ ସେଠାକୁ ଯାଉ ତେବେ ପୁଣି ଟିଏମ୍‌ସି ଏଭଳି ହିଂସା ଘଟାଇପାରେ। ଏଥିପାଇଁ ଆମେ ନୂଆ ରଣନୀତି ଆପଣାଇଛୁ ବୋଲି ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ କହିଛନ୍ତି।

ଆସନ୍ତା ୩୦ ତାରିଖରେ ଭବାନୀପୁରରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୩ ତାରିଖରେ ଗଣତି ହେବ। ତେବେ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଟଏମ୍‌ସି ଆତଙ୍କ ସୃଷ୍ଟି କରୁଛି। ଫଳରେ ଲୋକେ ଯେପରି ଏହି ନିର୍ବାଚନରେ ଭୋଟ ଦେବାକୁ ପଛଘୁଞ୍ଚା ଦେବେ ବୋଲି ବିଜେପି ସାଂସଦ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବିଧାନସଭା ନିର୍ବାଚନ ବେଳେ ବିଜେପି ମୁଖ୍ୟତଃ ରାଲି ଉପରେ ଫୋକସ୍‌ କରିଥିଲା। ଏବେ କିନ୍ତୁ ଭବାନୀପୁରରେ ବିଜେପି ଭୋଟ ଯୋଗାଡ କରିବାକୁ ଯାଇ ଜନସମର୍ଥନ ଗୋଟାଇବାରେ ଲାଗିଛି। ମମତାଙ୍କ ହିଂସା ନୀତି ବିରୋଧରେ ଏହା ଏକ ଫଳପ୍ରଦ ରଣନୀତି ହେବ ବୋଲି ବିଜେପି ବିଶ୍ୱାସ କରୁଛି।

The post ମମତାଙ୍କୁ ମାତ୍‌ ଦେବା ପାଇଁ ବିଜେପି ବଦଳାଇଲା ରଣନୀତି appeared first on Odisha Reporter.



from Odisha Reporter https://ift.tt/3nLM0fF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages