ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ କନ୍ଦଳ ଚାଲିଥିବା ବେଳେ ଆଜି ସମସ୍ତ ଦଳୀୟ ବିଧାୟକଙ୍କ ବୈଠକ ଡକାଯାଇଛି। ତେବେ ତା’ପୂର୍ବରୁ ଆଉ ଏକ ଖବର ଆସିଛି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କାଳେ ଦଳ ଛାଡ଼ି ଦେବେ ବୋଲି ସୋନିଆ ଗାନ୍ଧିଙ୍କୁ ଚେତାବନୀ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସୋନିଆଙ୍କୁ ଅମରିନ୍ଦର କହିଛନ୍ତି, ଏହିଭଳି ଅପମାନ ବହୁତ ହୋଇଗଲା। ଏହା ତୃତୀୟ ଥର ପାଇଁ ହେଉଛି। ଏଭଳି ଅପମାନିତ ହୋଇ ମୁଁ ଆଉ ଦଳରେ ରହିପାରିବି ନାହିଁ।
ଅନେକ ମାସ ହୋଇଗଲା ପଞ୍ଜାବ କଂଗ୍ରେସରେ କନ୍ଦଳ ଲାଗି ରହିଛି। ନବଜ୍ୟୋତ ସିଂହ ସିଦ୍ଧୁ ଓ କ୍ୟାପ୍ଟେନ୍ଙ୍କ ମଧ୍ୟରେ ଖୋଲାଖୋଲି କ୍ଷମତା ଯୁଦ୍ଧ ଚାଲିଥିଲା। ଅନେକ ଭାବୁଥିଲେ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ହେବା ପରେ ସବୁ ଠିକ୍ ହୋଇଯିବ। କିନ୍ତୁ ସେମିତି କିଛି ହେଲା ନାହିଁ। ବରଂ କନ୍ଦଳ ଆହୁରି ବଢ଼ିଛି। ବିଧାୟକଙ୍କ ଏକ ଗୋଷ୍ଠୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଜିଦ୍ ଧରି ବସିଛି ବୋଲି କୁହାଯାଉଛି।
ଆଜି ବସିବାକୁ ଥିବା ବିଧାୟକମାନଙ୍କ ବୈଠକରେ ଦଳର ପରବର୍ତ୍ତୀ ନେତା ଚୟନ ଉପରେ ଆଲୋଚନା କରାଯାଇପାରେ ବୋଲି କୁହାଯାଉଛି। ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ନେତୃତ୍ୱ ପରିବର୍ତ୍ତନ କରିବା ଉପରେ ଏଥିରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।
କୁହାଯାଉଛି, କ୍ୟାପ୍ଟେନ୍ଙ୍କୁ ବଦଳାଇ ତାଙ୍କ ସ୍ଥାନରେ ସୁନୀଲ ଜାଖଡ଼ ବା ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ପ୍ରତାପ ସିଂହ ବାଜୱା ବା ବିଅନ୍ତ ସିଂହଙ୍କ ନାତି ତଥା ସାଂସଦ ରବନୀତ ସିଂହ ବିଟ୍ଟୁଙ୍କୁ ଦାୟିତ୍ୱ ଦିଆଯାଇପାରେ।
The post ଦଳ ଛାଡ଼ିବେ କ୍ୟାପ୍ଟେନ୍ ! ସୋନିଆଙ୍କୁ ସଫା ସଫା ଶୁଣାଇ ଦେଲେ !! appeared first on Odisha Reporter.
from Odisha Reporter https://ift.tt/3nS5vmO
No comments:
Post a Comment