କଂଗ୍ରେସ ପ୍ରତି କଠୋର ହୋଇଯିବେ କି କ୍ୟାପଟେନ୍‌? କାହିଁକି ଗେହଲଟ ଲେଖିଲେ ଏମିତି ବାର୍ତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 19, 2021

କଂଗ୍ରେସ ପ୍ରତି କଠୋର ହୋଇଯିବେ କି କ୍ୟାପଟେନ୍‌? କାହିଁକି ଗେହଲଟ ଲେଖିଲେ ଏମିତି ବାର୍ତ୍ତା

ନୂଆଦିଲ୍ଲୀ: ଖୁବ୍‌ ଅସନ୍ତୁଷ୍ଟ ଅଛନ୍ତି କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ। ଦଳୀୟ କନ୍ଦଳ ଯୋଗୁ ସେ ଶନିବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଅପମାନିତ କରାଯାଇଛି ବୋଲି ସେ ଖୋଲାଖୋଲି ଭାବେ ହାଇକମାଣ୍ଡଙ୍କୁ କହିଛନ୍ତି। ତେବେ ସେ ଦଳ ଛାଡ଼ିବା ନେଇ କିଛି ସଙ୍କେତ ଦେଇ ନାହାନ୍ତି। ଅନ୍ୟପକ୍ଷରେ ତାଙ୍କ ଅସନ୍ତୋଷର ଫାଇଦା ବିଜେପି ବା ଅକାଳି ଦଳ ନେଇ ପାରନ୍ତି ବୋଲି ଆଲୋଚନା ହେଉଛି। ଆଉ ଏଭଳି ଏକ ସମୟରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କ୍ୟାପ୍‌ଟେନ୍‌ଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଟ୍ୱିଟ୍‌ କରିଛନ୍ତି।

ସେ ଲେଖିଛନ୍ତି, ମୋର ଆଶା କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ ଏମିତି କିଛି ପଦକ୍ଷେପ ନେବେ ନାହିଁ, ଯାହା କଂଗ୍ରେସ ଦଳକୁ କ୍ଷତି ପହଞ୍ଚାଇବ। କ୍ୟାପ୍‌ଟେନ୍ ସାହେବ ନିଜେ କହିଥିଲେ ଯେ ପାର୍ଟି ତାଙ୍କୁ ସାଢ଼େ ୯ ବର୍ଷ ମୁଖ୍ୟମନ୍ତ୍ରୀ କରି ରଖିଥିଲା।

ଶ୍ରୀ ଗେହଲଟ ଲେଖିଛନ୍ତି, ହାଇକମାଣ୍ଡଙ୍କୁ ଅନେକ ସମୟରେ ବିଧାୟକ ଓ ସାଧାରଣ ଲୋକଙ୍କ ଠାରୁ ମିଳୁଥିବା ମତକୁ ନେଇ ଦଳର ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବାକୁ ହୋଇଥାଏ। ବ୍ୟକ୍ତିଗତ ଭାବେ ମୁଁ ଭାବେ ଯେ ଅନେକ ନେତାଙ୍କ ଆଶାକୁ ଧୂଳିସାତ୍ କରି ହାଇକମାଣ୍ଡ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରନ୍ତି। କିନ୍ତୁ ସେହି ମୁଖ୍ୟମନ୍ତ୍ରୀ ଚୌକି ବଦଳିବା ସମୟରେ ହାଇକମାଣ୍ଡଙ୍କୁ ସମାଲୋଚନା କରିଥା’ନ୍ତି। ଏଭଳି ସମୟରେ ସମସ୍ତେ ନିଜ ଆତ୍ମା କ’ଣ କହୁଛି, ତାହା ଶୁଣିବା ଉଚିତ୍‌।

ସେ ଆହୁରି ଲେଖିଛନ୍ତି, ଏବେ ଦେଶ ଫାସିଷ୍ଟ ଶକ୍ତିଙ୍କ ଯୋଗୁଁ ଯେଉଁ ଦିଗରେ ଯାଉଛି, ତାହା ସମସ୍ତ ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେଣୁ ଏଭଳି ସମୟରେ ଦେଶର ହିତ ପାଇଁ କଂଗ୍ରେସ ଦଳର ସଦସ୍ୟ ଭାବେ ଆମ ସମସ୍ତଙ୍କର ଦାୟିତ୍ୱ ବଢ଼ିଯାଇଛି। ଦଳ ଠାରୁ ଉପରକୁ ଉଠି ଆମକୁ ଦେଶ ପାଇଁ ଚିନ୍ତା କରିବାକୁ ପଡ଼ିବ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ କ୍ୟାପ୍‌ଟେନ୍ ସାହେବ ଦଳର ଜଣେ ସମ୍ମାନନୀୟ ନେତା। ସେ ଆଗକୁ ବି ଦଳର ହିତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ, ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି ଅମରିନ୍ଦର ସିଂହ। ସେ କହିଛନ୍ତି, ସିଦ୍ଧୁଙ୍କର ସରକାର ସମ୍ଭାଳିବା ଭଳି ଦକ୍ଷତା ତାଙ୍କର ନାହିଁ। ମୋ ସରକାରରେ ସେ ଗୋଟିଏ ବିଭାଗର ଦାୟିତ୍ୱ ସମ୍ଭାଳି ପାରୁ ନଥିଲେ।

The post କଂଗ୍ରେସ ପ୍ରତି କଠୋର ହୋଇଯିବେ କି କ୍ୟାପଟେନ୍‌? କାହିଁକି ଗେହଲଟ ଲେଖିଲେ ଏମିତି ବାର୍ତ୍ତା appeared first on Odisha Reporter.



from Odisha Reporter https://ift.tt/2Zd820P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages