ଛାଡ଼ପତ୍ର ପରେ ବି ଝିଅ ପାଇପାରିବ ବାପା-ମା’ର ପେନସେନ୍‌: କ୍ୟାଟ୍‌     - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 19, 2021

ଛାଡ଼ପତ୍ର ପରେ ବି ଝିଅ ପାଇପାରିବ ବାପା-ମା’ର ପେନସେନ୍‌: କ୍ୟାଟ୍‌    

ନୂଆଦିଲ୍ଲୀ:  ଛାଡପତ୍ର ପରେ ଜଣେ ଝିଅ ବାପା-ମା’ର ପେନସନ ପାଇପାରିବେ। ଏଥିପାଇଁ ସେମାନଙ୍କ ହକଦାର ରହିଛି । ସେଣ୍ଟ୍ରାଲ୍ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ (କ୍ୟାଟ୍) ଏହା କହିଛି। କ୍ୟାଟ୍‌ ଏଭଳି ନିର୍ଦ୍ଦେଶ ଦେଇ ପରିବାରର ପେନସନ ସମ୍ପର୍କରେ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ଏବଂ ନିୟମକୁ ସ୍ପଷ୍ଟ କରିଛନ୍ତି। କ୍ୟାଟ ଏପରି ନିର୍ଦ୍ଦେଶ ଦେଇ କେନ୍ଦ୍ର ସରକାର ଏବଂ ଉତ୍ତର ରେଳବାଇର ମଧ୍ୟରେ ଏ ନେଇ ଚାଲିଥିବା ବିବାଦର ସମାଧାନ ମଧ୍ୟ କରିଛନ୍ତି।

କେନ୍ଦ୍ର ସରକାର କହିଥିଲେ, ବାପା ମା’ଙ୍କ ମୃତ୍ୟୁ ପରେ ଛାଡ଼ପତ୍ର ସ୍ଥିର ହେଲେ ଝିଅ ପାରିବାରିକ ପେନସନ୍‌ ପାଇବାକୁ ଯୋଗ୍ୟ ନୁହେଁ। ହେଲେ କ୍ୟାଟ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି।

କ୍ୟାଟ ସଦସ୍ୟ ମହମ୍ମଦ ଜାମସେଦ କହିଛନ୍ତି ଯେ, ଛାଡପତ୍ର ସ୍ଥିର ହେବା ପାଇଁ ଅନେକ ବର୍ଷ ଲାଗିଥାଏ। ତେଣୁ ବାପା ମା’ ବଞ୍ଚିଥିବା ବେଳେ ଛାଡପତ୍ର ପାଇଥିବା ଝିଅକୁ ପେନ୍‌ସନ୍‌ ପାଇବାର ଅଧିକାରକୁ ଦୂରେଇ ରଖିବା ଅନ୍ୟାୟ। କିନ୍ତୁ ଏହି ନିୟମ ଲାଗୁ ହେଲା ବେଳେ ଦେଖିବାକୁ ହେବ ଯେ, ବାପା ମାଆ ବଞ୍ଚିଥିବା ବେଳେ ଛାଡପତ୍ର ପ୍ରକ୍ରିୟା ଆରମ୍ଭ ହୋଇଛି କି ନାହିଁ। କ୍ୟାଟ ଏପରି ମନ୍ତବ୍ୟ ଦେଇ ଅନୀତା ନାମକ ଝିଅକୁ ତାଙ୍କ ମା’ର ମୃତ୍ୟୁ ପରେ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକ ଜଣଙ୍କ ରେଲବାଇ କର୍ମଚାରୀ ଥିଲେ।

କ୍ୟାଟ କହିଛନ୍ତି, ଏହି ମାମଲା ଅନୁଯାୟୀ ପାରିବାରିକ କଳହ କାରଣରୁ ଆବେଦନକାରୀ (ଅନୀତା) ତାଙ୍କ ମା’ ବଞ୍ଚିଥିବା ସମୟରେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଆଉ ତାଙ୍କ ମା’ଙ୍କ ମୃତ୍ୟୁ ପୂର୍ବରୁ, ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ତାଙ୍କ ଝିଅ ନାଁରେ କରିଥିଲେ। ଏହି ତଥ୍ୟକୁ ଦୃଷ୍ଟିରେ ରଖି ଝିଅ ମା’ର ମୃତ୍ୟୁ ପରେ ପାରିବାରିକ ପେନସନ ପାଇବାକୁ ହକଦାର ବୋଲି କ୍ୟାଟ କହିଛନ୍ତି।

କ୍ୟାଟ ରେଳବାଇର ଡିସେମ୍ବର ୨୦୧୮ ଆଦେଶକୁ ମଧ୍ୟ ଖଣ୍ଡନ କରିଛି। ଯେଉଁଥିରେ କୁହାଯାଇଛି ଯେ, ତାଙ୍କ ମା’ଙ୍କ ମୃତ୍ୟୁ ପରେ ଆବେଦନକାରୀ ଛାଡପତ୍ର ପାଇଥିବାରୁ ତାଙ୍କୁ ପେନ୍‌ସନ୍‌ ଦିଆଯାଇପାରିବ ନାହିଁ।

ଆବେଦନକାରୀ ଅନୀତାଙ୍କ ପିତା ଉତ୍ତର ରେଳବାଇରେ କାମ କରୁଥିଲେ। ସେ ୧୯୯୪ରେ ମୃତ୍ୟୁ ବରଣ କରିଥିଲେ। ଏହାପରେ ସେତେବେଳର ନିୟମ ଅନୁସାରେ ମୃତକଙ୍କ ସ୍ତ୍ରୀ ରେଳବାଇରେ ଚାକିରି ପାଇଥିଲେ।

ଏହାପରେ ଆବେଦନକାରୀ ଅନୀତା ୨୦୧୦ରେ ବିବାହ କରିଥିଲେ। ଜୁଲାଇ ୨୦୧୪ରେ ସେ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ପାଇଁ ହରିଆଣା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ଅନୀତାଙ୍କ ଛାଡପତ୍ର ନିଷ୍ପତ୍ତି ଆସିବା ପୂର୍ବରୁ ତାଙ୍କ ମା’ଙ୍କର  ୨୦୧୫ରେ ମୃତ୍ୟୁ ଘଟିଥିଲା। ଏହାପରେ ଅନୀତା ମା’ର ପେନସେନ ପାଇଁ ରେଳବାଇର ଦ୍ୱାରସ୍ଥ ହୋଇଥିଲେ।

The post ଛାଡ଼ପତ୍ର ପରେ ବି ଝିଅ ପାଇପାରିବ ବାପା-ମା’ର ପେନସେନ୍‌: କ୍ୟାଟ୍‌     appeared first on Odisha Reporter.



from Odisha Reporter https://ift.tt/2ZbySq9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages