ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ପଞ୍ଚମ ସ୍ୱର୍ଣ୍ଣ ପଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 4, 2021

ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ପଞ୍ଚମ ସ୍ୱର୍ଣ୍ଣ ପଦକ

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ମିଳିଛି ପଞ୍ଚମ ସ୍ୱର୍ଣ୍ଣ ପଦକ। ଆଜି ଦେଶ ପାଇଁ ଏହି ପଦକ ଜିତିଛନ୍ତି ୨୨ ବର୍ଷୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି କୃଷ୍ଣ ନାଗର। ଏସ୍‌ଏଚ୬ ବର୍ଗରେ ସେ ଏହି ପଦକ ଜିତିଛନ୍ତି। ବ୍ୟାଡ୍‌ମିଣ୍ଟନରେ ଏହା ହେଉଛି ଦେଶର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଗତକାଲି ଓଡ଼ିଆ ପୁଅ ପ୍ରମୋଦ ଭଗତ ବ୍ୟାଡ୍‌ମିଣ୍ଟନର ପୁରୁଷ ଏକକ ଏସ୍‌ଏଲ୍‌ ୩ ବର୍ଗରେ ଦେଶ ପାଇଁ ଜିତିଥିଲେ ପ୍ରଥମ ସ୍ୱର୍ଣ୍ଣ ପଦକ।

ଆଜି ଫାଇନାଲ୍‌ରେ କୃଷ୍ଣଙ୍କ ମୁକାବିଲା ହୋଇଥିଲା ହଂକଂର ମାନ୍ କାଇ ଚୁଙ୍କ ସହିତ। ୪୩ ମିନିଟ୍ ଧରି ଚାଲିଥିବା ଏହି ମ୍ୟାଚ୍‌କୁ ୨୧-୧୭, ୧୬-୨୧ ଓ ୨୧-୧୭ ଗେମ୍‌ରେ ଜିତି ନେଇଥିଲେ କୃଷ୍ଣ। ଗତକାଲି ସେମି ଫାଇନାଲରେ ଗ୍ରେଟ ବ୍ରିଟେନର କ୍ରାୟଷ୍ଟେନ କୋମ୍ବସଙ୍କୁ ୨୧-୧୦ ଓ ୨୧-୧୧ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ କୃଷ୍ଣ ଏବଂ ଏକ ପଦକ ନିଶ୍ଚିତ କରିଥିଲେ।

କୃଷ୍ଣଙ୍କ ଏହି ସଫଳତାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି।

କୃଷ୍ଣଙ୍କ ପୂର୍ବରୁ ଆଜି ବ୍ୟାଡ୍‌ମିଣ୍ଟନ୍‌ର ପୁରୁଷ ଏକକ ଏସ୍‌ଏଲ୍‌୪ ବର୍ଗରେ ଯୁବ ଆଇଏଏସ୍ ଅଫିସ୍‌ର ସୁହାସ ୟାଥିରାଜ୍‌ ରୌପ୍ୟ ପଦକ ଜିତିଥିଲେ। ସେ ଫାଇନାଲ୍‌ରେ ଫ୍ରାନ୍ସର ଲୁକାସ ମଜୁରଙ୍କ ଠାରୁ ୨୧-୧୫, ୧୭-୨୧ ଓ ୧୫-୨୧ ଗେମ୍‌ରେ ହାରି ଯାଇଥିଲେ।

କୃଷ୍ଣଙ୍କ ସ୍ୱର୍ଣ୍ଣ ପଦକ ସହିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ଏଯାବତ୍ ୧୯ଟି ପଦକ ଜିତି ସାରିଲାଣି। ଏହା ମଧ୍ୟରେ ୫ଟି ସ୍ୱର୍ଣ୍ଣ ପଦକ ସହିତ ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ରହିଛି। ଏଥିରୁ କେବଳ ବ୍ୟାଡ୍‌ମିଣ୍ଟନରେ ମିଳିଛି ୪ଟି ପଦକ। ଏହା ମଧ୍ୟରେ ରହିଛି ଦୁଇଟି ସ୍ୱର୍ଣ୍ଣ, ଯାହା ପ୍ରମୋଦ ଭଗତ ଓ କୃଷ୍ଣ ଜିତିଛନ୍ତି। ସେହିପରି ସୁହାସ ରୌପ୍ୟ ପଦକ ଜିତିଥିବା ବେଳେ ଗତକାଲି ଏସ୍‌ଏଲ୍‌୩ ବର୍ଗରେ ମନୋଜ ସରକାର ବ୍ରୋଞ୍ଜ ପଦକ ଜିତିଥିଲେ।

ପୁରୁଷ ୫୦ ମିଟର ପିସ୍ତଲ ଏସ୍‌ଏଚ୍‌୧ରେ ମନୀଷ ନରୱାଲ୍‌ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ୧୦ ମିଟର ଏୟାର ରାଇଫଲ ଏସ୍‌ଏଚ୍‌୧ରେ ଅବନୀ ଲଖେରା ଓ ପୁରୁଷ ଜାଭେଲିନ୍ ଥ୍ରୋ ଏଫ୍‌୬୪ରେ ସୁମିତି ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

 

The post ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ପଞ୍ଚମ ସ୍ୱର୍ଣ୍ଣ ପଦକ appeared first on Odisha Reporter.



from Odisha Reporter https://ift.tt/38GaXQW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages