ରାଜ୍ୟରେ ଆଉ ୮୦୫ ପଜିଟିଭ୍ ଚିହ୍ନଟ, ୧୩୧ ଜଣ ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 4, 2021

ରାଜ୍ୟରେ ଆଉ ୮୦୫ ପଜିଟିଭ୍ ଚିହ୍ନଟ, ୧୩୧ ଜଣ ଛୁଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ ଜଣ ହେଉଛନ୍ତି ଶୂନରୁ ୧୮ ବର୍ଷ ବର୍ଗର।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୩୮ଟି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୬ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ଆଉ ୧୩ ଜଣ ପଜିଟିଭ୍ ବାହାରିଥିବା ବେଳେ ବାଲେଶ୍ୱରରୁ ୩୦, ବରଗଡ଼ରୁ ୫, ଭଦ୍ରକରୁ ୧୪, ବୌଦ୍ଧରୁ ୩, କଟକରୁ ୯୮, ଦେବଗଡ଼ରୁ ୫, ଢେଙ୍କାନାଳରୁ ୧୧, ଗଜପତିରୁ ଜଣେ, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧୭, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୨, କେନ୍ଦ୍ରାପଡ଼ାରୁ ୩୩, କେନ୍ଦୁଝରରୁ ୮, କୋରାପୁଟରୁ ୪, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୩୭, ନବରଙ୍ଗପୁରରୁ ୭, ନୟାଗଡ଼ରୁ ୧୦, ପୁରୀରୁ ୧୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨୧, ସୁନ୍ଦରଗଡ଼ରୁ ୧୬ ଓ ଷ୍ଟେଟ୍‌ ପୁଲ୍‌ରୁ ୮୩ ଜଣ ଚିହ୍ନଟ ହୋଇଛନ୍ତି।

୫ଟି ଜିଲ୍ଲା- ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ ସୁବର୍ଣ୍ଣପୁରରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ୮୦୫ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୧ ହଜାର ୫୫୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୬ ହଜାର ୩୦୦ ଜଣ ସୁସ୍ଥ ହୋଇସାରିଛନ୍ତି। ୭,୧୫୮ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

କରୋନାରେ ପ୍ରାଣ ହରାଇଥିବା ଆଉ ୭ ଜଣଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୭କୁ ବୃଦ୍ଧି ପାଇଛି।

ଏହି ୭ ମୃତକଙ୍କ ମଧ୍ୟରେ ଅନୁଗୋଳ ଓ ବାଲେଶ୍ୱର ଜିଲ୍ଲାରୁ ୨ ଜଣ ଲେଖାଏଁ ଥିବା ବେଳେ ଭଦ୍ରକ, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଅଛନ୍ତି। ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭୭କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୨୮୪, ଭଦ୍ରକରେ ୧୪୦, କଟକରେ ୮୧୧ଓ ଖୋର୍ଦ୍ଧାରେ ୧୪୬୫ରେ ପହଞ୍ଚିଛି।

The post ରାଜ୍ୟରେ ଆଉ ୮୦୫ ପଜିଟିଭ୍ ଚିହ୍ନଟ, ୧୩୧ ଜଣ ଛୁଆ appeared first on Odisha Reporter.



from Odisha Reporter https://ift.tt/3BI6UQD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages