ନୂଆଦିଲ୍ଲୀ: ରାଜି ହୋଇଗଲେ କୃଷକ। ପଛକୁ ହଟିବା ପାଇଁ ମାନିଗଲେ କୃଷକ ସଂଘ। କିନ୍ତୁ ପ୍ରଶାସନ ନିକଟରେ ରଖିଲେ ନୂଆ ଦାବି। ରାଜଧାନୀ ଦିଲ୍ଲୀର ସିଙ୍ଘୁ ସୀମାରେ ଗତ ପ୍ରାୟ ୯ ମାସ ଧରି ଧାରଣାରେ ବସିଥିବା କୃଷକ ଏବେ ଆନ୍ଦୋଳନରୁ ହଟିବେ। ପ୍ରଶାସନ ପକ୍ଷରୁ ତାଙ୍କ ନିକଟରେ ଆବେଦନ କରାଯାଇଥିଲା। ଏହାପରେ କୃଷକମାନେ ଦିଲ୍ଲୀ ୪୪ ନମ୍ବର ଜାତୀୟ ରାଜପଥକୁ ଖୋଲିବାକୁ ରାଜ ହୋଇଛନ୍ତି।
ସୂଚନା ମୁତାବକ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ସୋନିପାତର ଡିସି ଲଲିତ ସିୱାଚ ଏବଂ ଏସପି ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଅଧିକାରୀମାନେ ମଙ୍ଗଳବାର କୃଷକଙ୍କ ସହ କଥା ହେବା ପାଇଁ ସିଂଘୁ ସୀମାରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେମାନେ ଆନ୍ଦୋଳନ ଯୋଗୁଁ ସାଧାରଣ ଜନତା ଭୋଗୁଥିବା ସମସ୍ୟା ବିଷୟରେ ତାଙ୍କୁ ଅବଗତ କରାଇଥିଲେ। ଏଥିସହ ଏହି ସମସ୍ୟାର ସମାଧାନ ପାଇଁ କୃଷକଙ୍କ ସହାୟତା ମଧ୍ୟ ମାଗିଥିଲେ।
ଏହି ସମୟରେ ଡିସି କୃଷକମାନଙ୍କୁ ଦିଲ୍ଲୀରୁ ସୋନେପାତ-ପାନିପାତ ରାସ୍ତାର ଗୋଟିଏ ପାର୍ଶ୍ୱକୁ ଖୋଲିବାକୁ ଅନୁରୋଧ କରିଥିଲେ। ପରେ କୃଷକ ସଂଗଠନ ପକ୍ଷରୁ ଏନେଇ ଏକ ବୈଠକ ବସିଥିଲା। ବୈଠକ ପରେ କୃକଷମାନେ ରାସ୍ତା ଖାଲି କରିବାକୁ ରାଜି ହୋଇଥିଲେ। କିନ୍ତୁ ଆନ୍ଦୋଳନ ଜାରି ରଖିବା ପାଇଁ ବିକଳ୍ପ ସ୍ଥାନ ଦେବାକୁ ସେମାନେ ଦାବି ରଖିଥିଲେ।
ଏହି ପ୍ରସଙ୍ଗରେ ହରିୟାଣା ସରକାରଙ୍କ ଗୃହମନ୍ତ୍ରୀ ଅନିଲ ବିଜ୍ କୃଷକଙ୍କ ଜେଟି ରୋଡ ଖାଲି କରିବା ମାମଲାରେ ବୁଧବାର ମୁଖମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡାକିଛନ୍ତି। ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଯାଇଛି ଏବଂ ସେହି ଅନୁଯାୟୀ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ଉଲ୍ଲେଖଯୋଗ୍ୟ ଯେ, କୃଷି ଆଇନ୍କୁ ବିରୋଧ କରି ଗତ ୯ ମାସରୁ ଅଧିକ ଦିନ ହେବ କୃଷକମାନେ ସିଂଘୁ ସୀମାରେ ଧାରଣାରେ ବସିଛନ୍ତି। ଏଥିଯୋଗୁଁ ସାଧାରଣ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ବନ୍ଦ ଯୋଗୁଁ ଯାତାୟତରେ ନାନା ଅସୁବିଧା ଉପୁଜୁଛି।
The post ମାନିଗଲେ କୃଷକ, କିନ୍ତୁ ରଖିଲେ ନୂଆ ଦାବି appeared first on Odisha Reporter.
from Odisha Reporter https://ift.tt/3AeLydh
No comments:
Post a Comment