ବେହାଲ ସ୍ଥିତି ; କେଉଁଠି ରାସ୍ତା ଉପରେ ପାଣି ତ କେଉଁଠି ଭାସିଗଲା ପୋଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 14, 2021

ବେହାଲ ସ୍ଥିତି ; କେଉଁଠି ରାସ୍ତା ଉପରେ ପାଣି ତ କେଉଁଠି ଭାସିଗଲା ପୋଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ହେତୁ ଗତ ୩ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିଲା। ଏଥିଯୋଗୁ ନାକେଦମ ହେଲେଣି ରାଜ୍ୟବାସୀ। କେଉଁଠି ନଦୀରେ ଘାଇ ସୃଷ୍ଟି ହେଲାଣି ତ କେଉଁଠି ରାସ୍ତା ଧୋଇଯାଇ ଶହ ଶହ ଲୋକ ବାହ୍ୟଜଗତରୁ ବି଼ଚ୍ଛିନ୍ନ ହୋଇଯାଇଛନ୍ତି।

ଯାଜପୁର ଜିଲ୍ଲାର ମାଟିଆପଡ଼ା ନିକଟରେ ବ୍ରାହ୍ମଣୀ ନଦୀରେ ୨ଟି ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁ ସାହୁପଡା ଓ ଧାରପୁର ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଘାଇ ଯୋଗୁ ଏକାଧିକ ପଞ୍ଚାୟତ ଜଳାର୍ଣ୍ଣବ ହେବା ଆଶଙ୍କା ରହିଛି।

ଯାଜପୁର ଜିଲ୍ଲାରେ ଘାଇ ସୃଷ୍ଟି ହୋଇଛି।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାକୁରମୁଣ୍ଡା ବ୍ଲକର ଡଙ୍ଗାଡିହା ଗାଁର ୩ଟି ସାହି ଜଳବନ୍ଦୀ ହୋଇଛି। ସାଳନ୍ଦୀ ନଦୀରେ ବାଉଁଶ ପୋଲ ଭାସି ଯିବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଫଳରେ ୩ଟି ସାହିର ପ୍ରାୟ ୧୫ ଶହ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ବିନିକାର ମହଦା-ବାବୁପାଲି ରାସ୍ତାରେ ଥିବା ରପ୍ତା ପୋଲ ବୁଡ଼ି ଯାଇଛି। ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଲଘୁଚାପଜନିତ ବର୍ଷାରେ ପୁରୀ ଜିଲ୍ଲା କଣାସ ବ୍ଲକର ଦିବ୍ୟସିଂହପୁର ପଞ୍ଚାୟତ ଅବସ୍ଥା ବେହାଲ ହୋଇଯାଇଛି ।  ମଲାଗୁନି ନଦୀର ଜାମୁଝାରୀ ଶାଖା ଓ ମାଙ୍କଡଖିଆ ବନ୍ଧରେ ୫୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି । ଫଳରେ ପାଞ୍ଚଟି ଗାଁ ଏବେ ଜଳବନ୍ଦୀ ହୋଇପଡ଼ିଛି । ଦିବ୍ୟସିଂହପୁର ପଂଚାୟତର ହଳଦୀପଦର ଗ୍ରାମ,ଅଭୟପୁର,ବରାଗଡ,ତଇଲା,ତୋଟାପଡା ଭଳି ଏକାଧିକ ଗାଁର ଚାଷ ଜମିରେ ଏବେ ପାଣି ସୁଅ କାଟୁଛି । ଅନେକ ରାସ୍ତାରେ ପାଣି ଭାସୁଛି ।

ଲଗାଣ ବର୍ଷାରେ ଚୌଦ୍ୱାର ଦେଇ ଯାଇଥିବା ଗନ୍ଧ ନଦୀରେ ପାଣି ବଢ଼ି ରାସ୍ତାରେ ଚାଲୁଛି । ଫଳରେ ନୁନିଟିକିରିଠାରୁ ବାରପଦାକୁ ଯାଇଥିବା ମୁଖ୍ୟ ରାସ୍ତାରେ ୪ଫୁଟ୍‌ରୁ ଅଧିକ ପାଣିର ସୁଅ ଛୁଟୁଛି। ଯାହାଦ୍ୱାରା ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଏହି ରାସ୍ତା ଉପରେ ହରିଅନ୍ତା, ନଖରା, ଶାଳଙ୍ଗା, ଆଗ୍ରହାଟଠାରୁ ଆରମ୍ଭ କରି ୬ଟି ପଞ୍ଚାୟତ ଲୋକେ ନିର୍ଭର କରନ୍ତି । ଅନ୍ୟପଟେ ଗାଁ ଭିତରେ ବି ପାଣି ପଶିଛି । ହରିଅନ୍ତା ପଞ୍ଚାୟତର ଦେଉଲଚୁଆ ଗ୍ରାମରେ ଲୋକଙ୍କ ଘରେ ପାଣି ପଶିଥିବାରୁ ଲୋକମାନେ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି ।

ରାଜ୍ୟରେ ଲଗାଣ ବର୍ଷାରେ ୨୦ ଜିଲ୍ଲାର ୧୧ ବ୍ଲକ ପ୍ରଭାବିତ ହୋଇଛି।  ପ୍ରାଥମିକ ସୂଚନା ଅନୁସାରେ ୩ ହଜାର ୬ଶହ ୯୬ଟି ଗାଁ ଏବଂ ୨୭ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। ତେବେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଲକ୍ଷ ୪୬ ହଜାର ୨୨ ଜଣ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ୨ ଜଣ ଏବଂ ଖୋର୍ଦ୍ଧା ଓ ଗଞ୍ଜାମରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ପ୍ରାଥମିକ ରିପୋର୍ଟ ଅନୁଯାୟୀ,  ରାଜ୍ୟରେ ଲଗାଣ ବର୍ଷାରେ ୨୦ ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ହୋଇଛି । ୩ ହଜାର ୬ଶହ ୯୬ଟି ଗାଁ ଏବଂ ୨୭ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି ।  ତେବେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଲକ୍ଷ ୪୬ ହଜାର ୨୨ ଜଣ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ୨ ଜଣ, ଖୋର୍ଦ୍ଧା ଓ ଗଞ୍ଜାମରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି ।

ଲଗାଣ ବର୍ଷାରେ ମୋଟ୍ ୨୮୭୦ଟି ଘର ଭାଙ୍ଗିଥିବା ଦର୍ଶାଯାଇଛି । ସେହିପରି ୧୩ ହଜାର ୫୩୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଏଯାଏଁ କଟକ ଜିଲ୍ଲା ନିଶ୍ଚିନ୍ତିକୋଇଲି ବ୍ଲକର ଜଣେ ନିଖୋଜ  ଅଛନ୍ତି । ଏହି ଲଗାଣ ବର୍ଷାରେ ଜଗତସିଂପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ଏହି ଜିଲ୍ଲାରେ ୧୩ଶହ ୨୧ଟି ଗାଁ ଏବଂ ୧୧ ଲକ୍ଷ ୩୬ ହଜାର ୯ଶହ ୭୧ ଜଣ ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନ ଆଧାରରେ ରିପୋର୍ଟ ଦେଇଛି ଏସ୍‌ଆରସିଙ୍କ କାର୍ଯ୍ୟାଳୟ ।

The post ବେହାଲ ସ୍ଥିତି ; କେଉଁଠି ରାସ୍ତା ଉପରେ ପାଣି ତ କେଉଁଠି ଭାସିଗଲା ପୋଲ appeared first on Odisha Reporter.



from Odisha Reporter https://ift.tt/3lj7s8Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages