ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସାତ ଜନମର ସାଥୀ ହେବା ପାଇଁ ଶପଥ କରିଥିବା ସ୍ୱାମୀ ବିବାହାର ସାତ ବର୍ଷ ପରେ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଣି ଶ୍ୱଶୁର ଘରେ ହିଁ ସେ ସ୍ତ୍ରୀକୁ ହତ୍ୟା କରିଛି। ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆଗଲପୁର ଫାଣ୍ଡି ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ।
ମୃତ ମହିଳାଙ୍କ ନାଁ କସ୍ତୁରୀ ସାହୁ। ୭ ବର୍ଷ ତଳେ ସେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁର ଗାନ୍ଧୀଲାଲ ସାହୁଙ୍କୁ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।
ଅଭିଯୋଗ ଅନୁଯାୟୀ, ଗାନ୍ଧୀଲାଲ ମଦ ପିଇ କସ୍ତୁରୀଙ୍କ ସହିତ ମାରପିଟ କରନ୍ତି। ସେଥିପାଇଁ ତିନି ମାସ ତଳେ କସ୍ତୁରୀ ତାଙ୍କ ବାପ ଘର ଫଟାମୁଣ୍ଡାକୁ ଚାଲି ଆସିଥିଲେ। ମାସେ ହେଲା ଗାନ୍ଧୀଲାଲ ମଧ୍ୟ ଆସି ଶ୍ୱଶୁର ଘରେ ରହୁଥିଲେ। ଗତକାଲି ବିଳମ୍ୱିତ ରାତିରେ ଗାନ୍ଧୀଲାଲ ତଣ୍ଟିଚିପି କସ୍ତୁରୀଙ୍କୁ ହତ୍ୟା କରିବା ପରେ ଫେରାର ହୋଇ ଯାଇଛନ୍ତି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
The post ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି ଚିପି ଦେଲା ସ୍ୱାମୀ appeared first on Odisha Reporter.
from Odisha Reporter https://ift.tt/3jMu8yX
No comments:
Post a Comment