‘ମନ୍ଦିର ଜମି ଠାକୁରଙ୍କର, ନେଇ ପାରିବେନି ପୂଜାରୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 7, 2021

‘ମନ୍ଦିର ଜମି ଠାକୁରଙ୍କର, ନେଇ ପାରିବେନି ପୂଜାରୀ’

ନୂଆଦିଲ୍ଲୀ: ମନ୍ଦିର ଜମିର ମାଲିକ କିଏ? ପୂଜାରୀ ନା ଠାକୁର? ଏବେ ଏହି ପ୍ରଶ୍ନର ସମାଧାନ କରିଛନ୍ତି ସୁପ୍ରିମକୋର୍ଟ। ‘ମନ୍ଦିରରେ ପ୍ରତିଷ୍ଠିତ ଠାକୁର ହିଁ ହେଉଛନ୍ତି ମନ୍ଦିର ଜମିର ମାଲିକ। ପୁରୋହିତ ଏହାକୁ ନେଇ ପାରିବେ ନାହିଁ। ସେ କେବଳ ଠାକୁରାଙ୍କୁ ପୂଜା କରିବେ, ଦେବତାଙ୍କ ସମ୍ପତିର ଦେଖାରେଖା କରିବେ।’ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ହେମନ୍ତ ଗୁପ୍ତା ଏବଂ ଏ ଏସ୍‌ ବୋପନ୍ନା ଆଜି ଏହି ରାୟ ଶୁଣାଇଛନ୍ତି।

ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମନ୍ଦିର ସମ୍ବନ୍ଧୀୟ ରାଜସ୍ୱ ରେକର୍ଡରୁ ପୂଜାରୀଙ୍କ ନାଁ ହଟାଇବା ପାଇଁ ଏକ ସର୍କୁଲାର ଜାରି ହୋଇଥିଲା। ଏହାକୁ ସମର୍ଥନ କରିଛନ୍ତି ସୁପ୍ରିମକୋର୍ଟ। ମନ୍ଦିର ସମ୍ବନ୍ଧୀୟ ରାଜସ୍ୱ ରେକର୍ଡରୁ ପୂଜାରୀଙ୍କ ନାଁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇବା ବେଳେ ଅଯୋଧ୍ୟା ଜମି ବିବାଦର ଉଦାହରଣ ଦେଇଥିଲେ। ସେ କହିଥିଲେ, ପୂଜାରୀ ଜମିର ମାଲିକ କିମ୍ବା ସରକାରୀ ଲିଜ୍‌ଧାରୀ ଅଥବା ଜଣେ ସାଧାରଣ ମାଲିକ ନୁହନ୍ତି। ଏହାକୁ ପରିଚାଳନା ଉଦ୍ଦେଶ୍ୟରେ ରାଜସ୍ୱ ବିଭାଗ ଦ୍ୱାରା ତାଙ୍କୁ ନିଯୁକ୍ତି କରାଯାଇଛି। ପୁରୋହିତ କେବଳ ଦେବତାଙ୍କ ସମ୍ପତି ପରିଚାଳନା କରିବା ପାଇଁ ଅନୁଦାନକର୍ତ୍ତା ଭାବେ କାମ କରିବେ। ଯଦି ପୁରୋହିତ ପୂଜା କରିବା ଏବଂ ଜମି ପରିଚାଳନା କରିବା କାମରେ ବିଫଳ ହୁଅନ୍ତି, ତେବେ ଅନୁଦାନକର୍ତ୍ତାଙ୍କୁ ବଦଳାଯାଇପାରିବ ବୋଲି କୋର୍ଟ କହିଛନ୍ତି।

ପୂର୍ବରୁ ମଧ୍ୟପ୍ରଦେଶ ଜମି ରାଜସ୍ୱ ସଂହିତା ୧୯୫୯ର ଏହି ସର୍କୁଲାରକୁ ରାଜ୍ୟ ହାଇକୋର୍ଟ ରଦ୍ଦ କରିଥିଲେ। ଏହାକୁ ନେଇ ମଧ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

The post ‘ମନ୍ଦିର ଜମି ଠାକୁରଙ୍କର, ନେଇ ପାରିବେନି ପୂଜାରୀ’ appeared first on Odisha Reporter.



from Odisha Reporter https://ift.tt/3jL80VH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages