ଘରେ ପ୍ରସ୍ତୁତ କରନ୍ତୁ ବାଇଗଣ ଟିକିରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 7, 2021

ଘରେ ପ୍ରସ୍ତୁତ କରନ୍ତୁ ବାଇଗଣ ଟିକିରି

ଆବଶ୍ୟକ ସାମଗ୍ରୀ: ବାଇଗଣ, ଦହି, ବେସନ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ, କସୁରୀ ମେଥି, ଲୁଣ, ତେଲ, ଜିରା, କଟା ପିଆଜ, କଟା ରସୁଣ, ଟମୋଟୋ ପ୍ୟୁରୀ,  ଧନିଆ ପତ୍ର ଓ ଜିରା ଗୁଣ୍ଡ ।

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ବାଇଗଣକୁ କାଟି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଦହି, ବେସନ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ, କସୁରୀମେଥି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ।ପରେ ତାୱାରେ ତେଲ ଗରମ କରି ମସଲା ଗୋଳା ବାଇଗଣକୁ ଭଲଭାବରେ ଫ୍ରାଏ କରନ୍ତୁ। ପୁଣି ତାୱାରେ ତେଲ ଗରମ କରି ସେଥିରେ ଜିରା, କଟା ପିଆଜ, କଟା ରସୁଣ, ଟମୋଟୋ ପ୍ୟୁରୀ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ଓ  ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ କଷନ୍ତୁ। ମସଲା ଅଳ୍ପ କଷି ହେବା ପରେ ସେଥିରେ ଅଳ୍ପ ପାଣି ଦେଇ ବାଇଗଣ ଫ୍ରାଏକୁ ପକାନ୍ତୁ।  କିଛି ସମୟ ପରେ ସେଥିରେ ଜିରା ଗୁଣ୍ଡ ଓ ଧନିଆ ପତ୍ର ପକାଇ ଭଲ ଭାବରେ ଗୋଳାଇ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବାଇଗଣ ଟିକିରି।

 

The post ଘରେ ପ୍ରସ୍ତୁତ କରନ୍ତୁ ବାଇଗଣ ଟିକିରି appeared first on Odisha Reporter.



from Odisha Reporter https://ift.tt/3l3YrAu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages