ପ୍ରତ୍ୟୁଷାଙ୍କ ପରିବାର ସହ ଯୋଗାଯୋଗରେ ଥିଲେ ସିଦ୍ଧାର୍ଥ, ପଇସା ବି ଦେଉଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 5, 2021

ପ୍ରତ୍ୟୁଷାଙ୍କ ପରିବାର ସହ ଯୋଗାଯୋଗରେ ଥିଲେ ସିଦ୍ଧାର୍ଥ, ପଇସା ବି ଦେଉଥିଲେ

ମୁମ୍ବାଇ: ଚାରି ଦିନ ତଳେ ମାତ୍ର ୪୦ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ଜଣାଶୁଣା ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ତାଙ୍କର ଏହି ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ଏଥିରୁ ବାଦ୍ ପଡ଼ି ନାହାନ୍ତି ସ୍ୱର୍ଗତ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ। ୨୦୧୬ ମସିହାରେ ମାତ୍ର ୨୪ ବର୍ଷ ବୟସରେ ପ୍ରତ୍ୟୁଷାଙ୍କର ମୃତ୍ୟୁ ହୋଇଥିଲା। ସେ ଆତ୍ମହତ୍ୟା କରିଥିଲେ। ସିଦ୍ଧାର୍ଥ ଓ ପ୍ରତ୍ୟୁଷା ବହୁ ଚର୍ଚ୍ଚିତ ଧାରାବାହିକ ‘ବାଳିକା ବଧୂ’ରେ ଏକାଠି ଅଭିନୟ କରିଥିଲେ।

ପ୍ରତ୍ୟୁଷାଙ୍କ ମୃତ୍ୟୁ ପରେ ବି ସିଦ୍ଧାର୍ଥ ଶୁକ୍ଳା ତାଙ୍କ ପରିବାର ସହ ଯୋଗାଯୋଗରେ ଥିଲେ। ଏପରିକି ଲକ୍‌ଡାଉନ୍ ସମୟରେ ଆର୍ଥିକ ସହାୟତା ମଧ୍ୟ କରିଥିଲେ। ପ୍ରତ୍ୟୁଷାଙ୍କ ବାପା ଶଙ୍କର ବାନାର୍ଜୀ ଏ କଥା କହିଛନ୍ତି। ଏକ ଜାତୀୟ ଟେଲିଭିଜନ ଚ୍ୟାନେଲ୍‌କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ପ୍ରତ୍ୟୁଷାର ମୃତ୍ୟୁ ପରେ ଅନେକ ଲୋକ ସିଦ୍ଧାର୍ଥଙ୍କ ସହିତ ତା’ର ସମ୍ପର୍କ ଥିଲା ବୋଲି କହିଥିଲେ। ତେଣୁ ସିଦ୍ଧାର୍ଥ ଆଉ ଆମ ଘରକୁ ଆସୁ ନଥିଲେ। କିନ୍ତୁ ଘରକୁ ଆସିବା ବନ୍ଦ କରି ଦେଇଥିଲେ ବି ଆମ ସହିତ ଯୋଗାଯୋଗରେ ଥିଲେ। ଅନେକ ସମୟରେ ସେ ହ୍ୱାଟ୍ସଆପ୍‌ରେ ମେସେଜ୍ କରି ଆମ ଭଲମନ୍ଦ ବୁଝୁଥିଲେ।

ସ୍ୱର୍ଗତ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ

ସେ ଆହୁରି କହିଛନ୍ତି, ଲକ୍‌ଡାଉନ୍‌ ବେଳେ ସିଦ୍ଧାର୍ଥ ନିୟମିତ ଭାବେ ଆମ କଥା ବୁଝୁଥିଲେ। ଆମ ଆର୍ଥିକ ସ୍ଥିତି ବିଷୟରେ ପଚାରୁଥିଲେ। ଏମିତିକି ଆମେ ମନା କରିଥିଲେ ବି ଜୋର କରି ୨୦ ହଜାର ଟଙ୍କା ବି ଦେଇଥିଲେ। ମୁଁ ତାଙ୍କୁ ମୋ ପୁଅ ଭଳି ଦେଖୁଥିଲି।

ଏବେ ସିଦ୍ଧାର୍ଥଙ୍କ ସହିତ ବିତିଥିବା ସେହି ସବୁ ଦିନ ଗୁଡ଼ିକୁ ମନେ ପକାଇ ତାଙ୍କୁ ଝୁରି ହେଉଛନ୍ତି ପ୍ରତ୍ୟୁଷାଙ୍କ ବାପା ଶଙ୍କର ବାନାର୍ଜୀ।

ସୂଚନାଯୋଗ୍ୟ, ମଡେଲିଂରୁ ଅଭିନୟ ଦୁନିଆକୁ ଆସିଥିଲେ ସିଦ୍ଧାର୍ଥ। ୨୦୦୮ରେ ସେ ଟେଲିଭିଜନ ଶୋ’ ‘ବାବୁଲ କା ଆଙ୍ଗନ ଛୁଟେ ନା’ରେ ଡେବ୍ୟୁ କରିଥିଲେ। ସେହିପରି ‘ଜାନେ ପେହ୍‌ଚାନେ ସେ… ୟେ ଅଜନବୀ’, ‘ଲଭ୍ ୟୁ ଜିନ୍ଦେଗୀ’, ‘ସିଆଇଡି’ ଓ ‘ଦିଲ୍‌ ସେ ଦିଲ୍‌ ତକ୍’ ଆଦି ଧାରାବାହିକରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ‘ବାଳିକା ବଧୂ’ରେ ଲିଡ୍‌ ରୋଲ୍‌ କରି ସେ ଷ୍ଟାର ହୋଇଯାଇଥିଲେ। ତା’ପରେ ‘ବିଗ୍‌ ବସ୍‌ ୧୩’ ତାଙ୍କୁ ଆହୁରି ଜଣାଶୁଣା କରି ଦେଲା। ସେ ‘ବିଗ୍ ବସ୍ ୧୩’ର ବିଜେତା ହୋଇଥିଲେ। ସେ ‘ଖତରୋଁ କେ ଖିଲାଡ଼ୀ ୭’ ବି ଜିତିଥିଲେ। ‘ଝଲକ ଦିଖ୍‌ଲା ଜା ୬’ରେ ବି ଭାଗ ନେଇଥିଲେ। ବରୁଣ ଧାୱନ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ହମ୍ପଟି ଶର୍ମା କି ଦୁଲହନିଆ’ରେ ଅଭିନୟ କରିଥିଲେ ସିଦ୍ଧାର୍ଥ। ଶେଷ ଥର ପାଇଁ ତାଙ୍କୁ ୱେବ୍ ସିରିଜ୍ ‘ବ୍ରୋକନ୍ ବଟ୍ ବ୍ୟୁଟିଫୁଲ ୩’ରେ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା।

The post ପ୍ରତ୍ୟୁଷାଙ୍କ ପରିବାର ସହ ଯୋଗାଯୋଗରେ ଥିଲେ ସିଦ୍ଧାର୍ଥ, ପଇସା ବି ଦେଉଥିଲେ appeared first on Odisha Reporter.



from Odisha Reporter https://ift.tt/3n5xoaM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages