ଅନୀଲ ଦେଶମୁଖଙ୍କ ନାଁରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 6, 2021

ଅନୀଲ ଦେଶମୁଖଙ୍କ ନାଁରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି

ମୁମ୍ବାଇ: ବଢ଼ିଲା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ। ଜାରି ହେଲା ଲୁକ୍‌ଆଉଟ୍‌ ନୋଟିସ। ମନି ଲଣ୍ଡ୍ରିଂ ମମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ନାଁରେ ଏହି ନୋଟିସ ଜାରି କରିଛି। ଏବେ ଅନୀଲ ଆଉ ଦେଶ ଛାଡି ଯାଇପାରିବେ ନାହିଁ।

ମନି ଲଣ୍ଡ୍ରିଂ ମାମଲାରେ ହାଜର ହେବା ପାଇଁ ଇଡ଼ି ଅନୀଲ ଦେଶମୁଖଙ୍କୁ ପାଞ୍ଚୋଟି ନୋଟିସ ଜାରି କରିଥିଲା। କିନ୍ତୁ ପ୍ରତ୍ୟେକ ଥର ସେ ଏବଂ ତାଙ୍କ ଓକିଲଙ୍କ ତରଫରୁ  ଭିନ୍ନ ଭିନ୍ନ ଯୁକ୍ତି ଦିଆଯାଇଥିଲା। ନୂଆ ନୂଆ ବାହାନା ଦେଖାଇ ଦେଶମୁଖ ଇଡି ଆଗରେ ଉପସ୍ଥିତ ହେଉନଥିଲେ।

ଅନୀଲ ଦେଶମୁଖଙ୍କ ପକ୍ଷରୁ ପ୍ରଥମେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିବା ନେଇ କୁହାଯାଇଥିଲା। ଏହାପରେ ସେ କରୋନା ପାଇଁ ଭର୍ଚୁଆଲରେ ହାଜର ହେବେ ବୋଲି କହିଥିଲେ। ପରେ ମାମଲା ସହ ଜଡିତ ସମସ୍ତ ଡକ୍ୟୁମେଣ୍ଟ ସେମାନଙ୍କୁ ପ୍ରଦାନ କରାଯାଇ ନାହିଁ ବୋଲି କହି ହାଜର ହୋଇନଥିଲେ।। ଏହିଭଳି ପାଞ୍ଚ ଥର ବିଜ୍ଞପ୍ତିର ଉତ୍ତରରେ ବିଭିନ୍ନ ଯୁକ୍ତି ଦର୍ଶାଇଥିଲେ ଅନୀଲ।

ନିକଟରେ ଅନୀଲ ଦେଶମୁଖ ଇଡି ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିନଥିଲା। ଇଡି କିମ୍ବା ସିବିଆଇ ଦ୍ୱାରା ବାଧ୍ୟତାମୂଳକ କାର୍ଯ୍ୟରୁ ଦେଶମୁଖଙ୍କୁ କୌଣସି ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଥିଲେ। ଗତ ସପ୍ତାହରେ ଦେଶମୁଖ ବମ୍ବେ ହାଇକୋର୍ଟରେ ପହଞ୍ଚିଥିଲେ। ସେଠାରେ ମାମଲାର ଶୁଣାଣି ବିଚାରାଧୀନ ରହିଛି।

ଇଡ଼ି ଏବେ ତାଙ୍କୁ ପଞ୍ଚମ ନୋଟିସ ଜାରି କରିଛି। ଏଥିସହିତ ଦେଶମୁଖ ଗିରଫ ଭୟରେ ଦେଶ ଛାଡି ପାରନ୍ତି ବୋଲି ଇଡି ଆଶଙ୍କା କରୁଛି। ସେଥିପାଇଁ ବର୍ତ୍ତମାନ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ଯଦି ଦେଶମୁଖ କୌଣସି ବିମାନବନ୍ଦରକୁ ଯାଆନ୍ତି, ତେବେ ବିମାନବନ୍ଦର ସୁରକ୍ଷା ଡିପାର୍ଟମେଣ୍ଟ ତୁରନ୍ତ ଇଡିକୁ ଜଣାଇବ।

ସୂଚନା ମୁତାବକ, ଅନୀଲ ଦେଶମୁଖ ଗୃହମନ୍ତ୍ରୀ ଥିବା ବେଳେ ମୁମ୍ବାଇର ପୂର୍ବତନ ପୁଲିସ୍ କମିଶନର ପରମବୀର ସିଂହ ତାଙ୍କ ନାଁରେ ୧୦୦ କୋଟି ଟଙ୍କାର ବଟି ଆଦାୟ ଅଭିଯୋଗ ଆଣିଥିଲେ। ପରେ ବମ୍ୱେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏବଂ ଇଡି ଏହି ମାମଲାର ତଦନ୍ତ କରୁଛନ୍ତି।

The post ଅନୀଲ ଦେଶମୁଖଙ୍କ ନାଁରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି appeared first on Odisha Reporter.



from Odisha Reporter https://ift.tt/3n2Z1kV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages