କଟକ(ଓଡ଼ିଶା ରିପୋର୍ଟର): ଦୂର୍ଗାପୂଜା ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ମାଲଗୋଦାମ ପୁଲିସ୍। ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି। ସେମାନେ ହେଲେ ଶରତ କୁମାର ବେହେରା ଓ ରାକେଶ ବେହେରା। ତେବେ ଅଭିଯୁକ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ଦହିବରା ବେପାରୀ ଓ ଜଣେ ଠେଲା ଜଳଖିଆ ଦୋକାନୀ ବୋଲି ଜଣାପଡ଼ିଛି। ଏହି ୨ ଜଣ ଏକ ପୂଜା କମିଟିର କର୍ମକର୍ତ୍ତା ବୋଲି ଶୁଣିବାକୁ ମିଳୁଛି ।
ମିଳିଥିବା ସୂଚନା ଅନୁସାରେ, ଏହି ଦୁଇ ଅଭିଯୁକ୍ତ କଲେଜ ଛକ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଜୋର ଜବରଦସ୍ତ ୧୩ ହଜାର ଟଙ୍କା ଚାନ୍ଦା ମାଗିଥିଲେ। ତେବେ ସେ ଚାନ୍ଦା ଦେବାକୁ ଅସମର୍ଥ ହେବାରୁ ତାଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମାଲଗୋଦାମ ଥାନାରେ ଅଭିଯୋଗ ପରେ ଗତକାଲି ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଏହି ଘଟଣାରେ ଯଦି ଅନ୍ୟମାନଙ୍କ ସମ୍ପୃକ୍ତିର ପ୍ରମାଣ ମିଳେ, ତେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କଟକ ଜୋନ୍ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି। ସେ ଆହୁରି କହିଛନ୍ତି, କାହା ପାଖରୁ ଜୋର ଜବରଦସ୍ତ ପୂଜା ଆଳରେ ଚାନ୍ଦା ଆଦାୟ କରାଯିବ ନାହିଁ। ତାହା ଉପରେ ଆମେ ଦୃଷ୍ଟି ରଖିଛୁ।
ଅନ୍ୟପକ୍ଷରେ ଏହି ଅଭିଯୋଗ ମିଥ୍ୟା ଏବଂ କଟକରେ ପୂଜା ପାଇଁ କାହାଠାରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଉନାହିଁ ବୋଲି ସ୍ପଷ୍ଟୀକରଣ ରଖିଛି ପୂଜା କମିଟି।
The post ପୂଜା ଚାନ୍ଦା ମାଗି ୨ ଜଣ ବନ୍ଧା ହେଲେ appeared first on Odisha Reporter.
from Odisha Reporter https://ift.tt/3m87alR
No comments:
Post a Comment