ନୂଆଦିଲ୍ଲୀ: ପଞ୍ଜାବ ରାଜନୀତିରେ ଜାରି ରହିଛି ହାଇ ଭୋଲଟେଜ ଡ୍ରାମା। ମଙ୍ଗଳବାର ପଞ୍ଜବା କଂଗ୍ରସେ ଅଧ୍ୟକ୍ଷ ପଦରୁ ହଠାତ୍ ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେଇ ସମସ୍ତଙ୍କୁ କରିଦେଇଛନ୍ତି ସରପ୍ରାଇଜ। ସେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ତେବେ ସିଦ୍ଧୁଙ୍କ ଏହି ଇସ୍ତଫା ପତ୍ରକୁ ହାଇକମାଣ୍ଡ ଏଯାଏଁ ସ୍ୱୀକାର କରିନଥିବା ସୂଚନା ମିଳିଛି।
ହାଇକମାଣ୍ଡ ବର୍ତ୍ତମାନ ‘ୱେଟ ଆଣ୍ଡ ୱାଚ’ ନୀତି ଅନୁସରଣ କରୁଛି। ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ନେତୃତ୍ୱଙ୍କୁ କହିଛି। ସିଦ୍ଧୁଙ୍କ ଇସ୍ତଫା ପଞ୍ଜାବ ସଙ୍କଟକୁ ଆହୁରି ଗଭୀର କରିଦେଇଛି। ଦଳ ଭିତରେ ଏହାକୁ ନେଇ ଜୋରଦାର ଆଲୋଚନା ଆରମ୍ଭ ହୋଇଛି।
ଏହି ପୂରା ଘଟଣାକୁ ନେଇ ଜଣେ ନେତା କହିଛନ୍ତି, ନବଜୋତ ସିଂହ ସିଦ୍ଧୁ ଜଣେ ଭାବପ୍ରବଣ ବ୍ୟକ୍ତି, ତେଣୁ ଆମେ ବର୍ତ୍ତମାନ ୱେଟ ଆଣ୍ଡ ୱାଚ୍ ନୀତି ଆପଣେଇଛୁ। ରାଜ୍ୟ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କୁ ସେମାନଙ୍କ ତରଫରୁ ଏହି ସମସ୍ୟାର ସମାଧାନ କରିବାକୁ କୁହାଯାଇଛି।
ସେପଟେ ସିଦ୍ଧୁଙ୍କ ଇସ୍ତଫାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ମଙ୍ଗଳବାର ସିଦ୍ଧୁଙ୍କ ଇସ୍ତଫା ପରେ ପରେ ଚାନ୍ନି ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ସହ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା କରିଥିଲେ। ସେପଟେ ସିଦ୍ଧୁଙ୍କୁ ମନାଇବା ପାଇଁ ତାଙ୍କ ବାସଭବନରେ ପଞ୍ଜାବ କଂଗ୍ରେସର ନେତାମାନେ ମଧ୍ୟ ଡେରା ପକାଇଥିଲେ।
କ୍ରିକେଟରରୁ ନେତା ବନିଥିବା ସିଦ୍ଧୁ ମଙ୍ଗଳବାର ଏକ ଚିଠି ଲେଖି ନିଜ ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡଙ୍କ ନିକଟକୁ ପଠାଇଥିଲେ। ପଞ୍ଜାବର ଭବିଷ୍ୟ ଏବଂ କଲ୍ୟାଣ୍ଡ ଏଜେଣ୍ଡା ସହ ମୁ ସାଲିସ କରିପାରିନାହିଁ। ଏଥିପାଇଁ ପ୍ରଦେଶ କଂଗ୍ରେସ ପଦରୁ ଇସ୍ତଫା ଦେଉଛି। କିନ୍ତୁ କଂଗ୍ରସେର ସେବା କରିବା ଜରି ରଖିବି ବୋଲି ସିଦ୍ଧୁ ଚିଠିରେ କହିଥିଲେ। ସିଦ୍ଧୁଙ୍କୁ ଜୁଲାଇ ୨୩ରେ ପଞ୍ଜବା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କରାଯାଇଥିଲେ।
ସେପଟେ ସିଦ୍ଧୁଙ୍କ ପରେ ତାଙ୍କ ଘନିଷ୍ଠ କୁହାଯାଉଥିବା ଜଣେ ମନ୍ତ୍ରୀ ଏବଂ ତିନି ଜଣ କଂଗ୍ରେସ ନେତା ମଧ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
The post ସ୍ୱୀକାର କରିନାହାନ୍ତି ସିଦ୍ଧୁଙ୍କ ଇସ୍ତଫା ପତ୍ର, ‘ୱେଟ ଆଣ୍ଡ ୱାଚ୍’ ମୁଡ୍ରେ ହାଇକମାଣ୍ଡ appeared first on Odisha Reporter.
from Odisha Reporter https://ift.tt/3uk1lph
No comments:
Post a Comment